Posted inଫୁରସତ

କୋଟିପତି କିନ୍ନର, ହାଇପ୍ରୋଫାଇଲ ମର୍ଡର: ସୁପାରି ୫୫ ଲକ୍ଷ

କୋଟିପତି କିନ୍ନରଙ୍କ ହାଇପ୍ରୋଫାଇଲ ମର୍ଡର। ହତ୍ୟା ପାଇଁ ବଛା ଯାଇଥିଲେ ସୁପାରି କିଲର। କୋଟିଏରୁ କଥା ଛିଣ୍ଡିଥିଲା ୫୫ ଲକ୍ଷରେ। କିନ୍ନର ଗୋଷ୍ଠୀ ବିବାଦ, ଉତ୍ତରାଧିକାରୀ ବଛା ସହ ପତିଆରା ସୃଷ୍ଟି ଥିଲା ମୂଳ କାରଣ। ୭ ମାସ ତଳେ କିନ୍ନର ଏକତା ଜୋଷୀଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ ମାଷ୍ଟରମାଇଣ୍ଡ। ପୋଲିସ ହାତରେ ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ସହଯୋଗୀ। ମାଷ୍ଟରମାଇଣ୍ଡଙ୍କ ବୟାନରୁ କିନ୍ନର ଦୁନିଆର ଏପରି ସତ ସାମ୍‌ନାକୁ ଆଣିଛି, ଯାହା ପୂର୍ବରୁ କେହି ଚିନ୍ତା କରି ନ ଥିବେ।

ନୂଆଦିଲ୍ଲୀ: ୨୦୨୦ ସେପ୍ଟେମ୍ବର ୫ ତାରିଖ ରାତିରେ କିନ୍ନର ଏକତା ଜୋଷୀ ଦିଲ୍ଲୀର ଏକ ଦୋକାନରୁ ଶପିଂ ସାରି ଫେରୁଥିବାବେଳେ ଏକ ଧଳା ସ୍କୁଟିରେ ଆସିଥିବା ୨ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏଥିରେ ଏକତାଙ୍କ ମୃତ୍ୟୁ ଘଟିଥିଲା। ଜଣେ ହାଇପ୍ରୋଫାଇଲ କିନ୍ନରଙ୍କ ହତ୍ୟାକାଣ୍ଡ ସେତେବେଳେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଫେରାର ମାଷ୍ଟରମାଇଣ୍ଡ ଗଗନ ଭରଦ୍ୱାଜ (୩୩)ଙ୍କୁ ଗିରଫ ପାଇଁ ୧ ଲକ୍ଷ ଓ ସହଯୋଗୀ ବରୁଣ(୧୯)ଙ୍କ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ। ସୁପାରିକିଲର ଗଗନ ଓ ବରୁଣ ଏକ ସ୍କର୍ପିଓରେ ନିରଙ୍କରୀ ସମାଗମକୁ ଯିବା ପାଇଁ ବାହାରିଥିବା ନେଇ ପୋଲିସ ଖବର ପାଇବା ପରେ ଉଭୟଙ୍କୁ ସୋମବାର ଗିରଫ କରିବାରେ ସଫଳ ହୋଇଥିଲା। ପଚରାଉଚରା ପରେ ଗଗନ ପୋଲିସ ଆଗରେ ବଖାଣିଛି ହତ୍ୟାକାଣ୍ଡ ପଛର କାହାଣୀ।
ଟଙ୍କା ଦେଇଥିଲେ ଇଲାହି
ଏକତା ଓ ତାଙ୍କୁ ପାଳିଥିବା ମା’ ଅନିତା ଜୋଷୀଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିଲେ ଆଉ ଏକ କିନ୍ନର ଗୋଷ୍ଠୀ, ଯାହାର ମୁଖ୍ୟ ହେଉଛନ୍ତି ମଞ୍ଜୁର ଇଲାହି। ଏଥିପାଇଁ ମଞ୍ଜୁର ଡିଲ୍‌ କରିଥିଲେ ସୁପାରିକିଲର ଗଗନଙ୍କ ସହ। ପ୍ରଥମେ ଗଗନ ଏହି କାମ ପାଇଁ ଦାବି କରିଥିଲେ କୋଟିଏ। କିନ୍ତୁ ପରେ କଥା ଛିଣ୍ଡିଥିଲା ୫୫ ଲକ୍ଷରେ। ହତ୍ୟା ପୂର୍ବରୁ ଗଗନ ଆଡ୍‌ଭାନ୍ସ ନେଇଥିଲେ ୧୫ ଲକ୍ଷ। ଘଟଣା ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ସପିଂ ସାରି ଫେରୁଥିବାବେଳେ ଏକତାଙ୍କ ଉପରକୁ ଗଗନ ୬ ଥର ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତିଯାଇଥିଲେ ଅନିତା।
ପତିଆରାକୁ ନେଇ ବିବାଦ
କିନ୍ନର ଗୋଷ୍ଠୀ ମଧ୍ୟରେ ବିବାଦ, ବିଭିନ୍ନ ଅଞ୍ଚଳରେ ଟଙ୍କା ଆଦାୟ ତଥା ପତିଆରା ସୃଷ୍ଟି ଘଟଣା ପଛର ମୂଳ କାରଣ ଥିଲା। କିନ୍ନର ସୋନମ ଏବଂ ବର୍ଷାଙ୍କ ନେତୃତ୍ୱରେ ଫରିଦାବାଦର ଏକ ଗ୍ରୁପ୍‌, ଜିଟିଭି ଏନକ୍ଲେଭର ମଞ୍ଜୁର ଇଲାହି ଓ କମଲଙ୍କ ଗୋଷ୍ଠୀ ଏକତାଙ୍କ ବିରୋଧୀ ଥିଲେ। ବିଭିନ୍ନ ଉତ୍ସବ ତଥା କାର୍ଯ୍ୟକ୍ରମରୁ ଟଙ୍କା ଆଦାୟକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେପଟେ ଏକତା ମା’ ଅନିତାଙ୍କ ଉତ୍ତରାଧିକାରୀ ଚୟନ ହେବା ନେଇ ଜଣାପଡ଼ିବା ପରେ ଈର୍ଷା ପରାୟଣ ହୋଇଉଠିଥିଲେ ଇଲାହି। ତେଣୁ ଏକତାଙ୍କ ଭଳି ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ଯୋଜନା କରିଥିଲେ। ଘଟଣାରେ ୭ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି। କିଲର ଗଗନଙ୍କ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଭଳି ଘଟଣାରେ ୧୪ଟି ମାମଲା ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri