ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ମଧ୍ୟ ଗ୍ରହଣ କରି ନିଆଯାଇଛି। ବର୍ତ୍ତମାନ ଏହି ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ନ୍ୟସ୍ତ କରାଯାଇଛି।

ପିଏମ ମୋଦି ଇନଷ୍ଟାଗ୍ରାମରେ ବର୍ତ୍ତମାନ ତୃତୀୟ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଘୋଷଣା କରିଛନ୍ତି ଯେ ଶ୍ରୀ ନନ୍ଦର ନୀଲେକନୀଙ୍କ ଅଧ୍ୟକ୍ଷତାରେ ପରୀକ୍ଷା ସଂସ୍କାର ଉପରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ଫ୍ରେଣ୍ଡ୍ସ, ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେଉଁ ଲୋକମାନେ ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି, ସେମାନେ ଜେଲରେ ଷଢୁଛନ୍ତି। ଆମେ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରିସାରିଛୁ। ଆମେ ଆଜି ପାର୍ଲିଆମେଣ୍ଟ ଭିତରେ ମଧ୍ୟ କଠୋର ଆଇନର ବ୍ୟବସ୍ଥା ସହିତ ନୂତନ ଆଇନ ପ୍ରଣୟନ କରିବା ଦିଗରେ ଆଗକୁ ବଢ଼ୁଛୁ। କିନ୍ତୁ ଆମକୁ ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ପଡ଼ିବ। ଆମର ପରୀକ୍ଷା ପଦ୍ଧତି ବିଶ୍ୱସନୀୟ ହେଉ। ଆମର ପରୀକ୍ଷା ପଦ୍ଧତି ସ୍ବଚ୍ଛ (ଟ୍ରାନ୍ସପରେଣ୍ଟ) ହେଉ। ଆମର ପରୀକ୍ଷା ପଦ୍ଧତିରେ ଟେକ୍ନୋଲୋଜିର ସର୍ବାଧିକ ଉପଯୋଗ ହେଉ। ଏହି ସମସ୍ତ କଥାକୁ ଧ୍ୟାନରେ ରଖି, ବିଶ୍ୱପ୍ରସିଦ୍ଧ ଟେକ୍ନୋଲୋଜି ବିଶେଷଜ୍ଞ ଶ୍ରୀମାନ ନନ୍ଦର ନୀଲେକନୀଙ୍କ ନେତୃତ୍ୱରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ପରୀକ୍ଷା ସଂସ୍କାର (ଏକ୍ସମିନେସନ ରିଫର୍ମ) ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏବଂ ଶୀଘ୍ର ଆସୁଥିବା ପରୀକ୍ଷା ପ୍ରଣାଳୀକୁ ଏହାର ରିପୋର୍ଟ ଆଧାରରେ ରୂପାନ୍ତରିତ କରାଯିବ।’

Odisha’s No.1 Odia Daily

Share