Posted inଖେଳ

ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ହରମାନଙ୍କ ଇସ୍ତଫା

ନୂଆଦିଲ୍ଲୀ, ୨୩।୧୧(ପି.ଟି.): ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ଭୋଲକର ହରମାନ ଇସ୍ତଫା ଦେଇଛନ୍ତି। ୨୦୨୪ ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ କ୍ରୀଡ଼ା ମନ୍ତ୍ରଣାଳୟ ବୃଦ୍ଧି କରିଥିଲେ ମଧ୍ୟ ସେ ଏହି ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଭୂମିକାରେ ସେ ଆଗକୁ ଆଶା ପୂରଣ କରିପାରିବେ ନାହିଁ ବୋଲି କହିଛନ୍ତି। କିଛି ସପ୍ତାହ ତଳେ ହରମାନ ଇସ୍ତଫା ଦେଇ ସାରିଥିଲେ। ତେବେ ସେ ଏ ନେଇ କୌଣସି କାରଣ ଦର୍ଶାଇ ନ ଥିଲେ ବୋଲି ଏଏଫ୍‌ଆଇ ସୂତ୍ରରୁ ଜଣାଯାଇଛି।
ଜର୍ମାନୀର ହରମାନ ୨୦୧୯ ଜୁନ୍‌ରେ ଏହି ହାଇପ୍ରୋଫାଇଲ ପଦରେ ନିଯୁକ୍ତି ପାଇଥିଲେ। ୨୦୨୧ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସେ ଦାୟିତ୍ୱ ସମ୍ଭାଳିଥାନ୍ତେ। ଗତ ସେପ୍ଟେମ୍ବରରେ ମନ୍ତ୍ରଣାଳୟ ତାଙ୍କ କାର୍ଯ୍ୟକାଳକୁ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ତେବେ ସେ ନୂଆ ଚୁକ୍ତିରେ ସ୍ବାକ୍ଷର କରି ନ ଥିଲେ ବୋଲି ଏଏଫ୍‌ଆଇ ତରଫରୁ କୁହାଯାଇଛି। ଦେଢ ବର୍ଷ ହେବ ସଫଳତାର ସହ କାର୍ଯ୍ୟକରିବା ପରେ ସେ ନିଜେ ଧାର୍ଯ୍ୟ କରିଥିବା ଲକ୍ଷ୍ୟର ପୂରଣ କରିପାରିବେ ନାହିଁ ବୋଲି ହୃଦୟଙ୍ଗମ କରିଛନ୍ତି। ଫଳରେ ୩ ସପ୍ତାହ ତଳେ ଇସ୍ତଫା ଦେଇଛନ୍ତି ବୋଲି ନିଜ ଫେସ୍‌ବୁକ୍‌ ପେଜ୍‌ରେ ହରମାନ ସ୍ପଷ୍ଟ କରିଛନ୍ତି। ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ। ଗୋଟିଏ ଲକ୍ଷ୍ୟ ପାଇଁ ସାରା ବିଶ୍ୱର ଆଥଲେଟ୍‌ ଓ କୋଚ୍‌ମାନେ ଦୀର୍ଘ ବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି। ତେବେ ଭାରତୀୟ ଆଥଲେଟ୍‌ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ହରମାନ କହିଛନ୍ତି। କ୍ରୀଡ଼ାର ଉନ୍ନତି ଓ ପ୍ରତିଭାସମ୍ପନ୍ନ ଆଥଲେଟଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଆବଶ୍ୟକତା ରହିଛି। ବିଶ୍ୱସ୍ତରରେ ସଫଳତା ହାସଲ କରିବାକୁ ହେଲେ ଖେଳାଳିମାନେ ଦୃଢ, ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଓ ସ୍ବାଧୀନ ଚିନ୍ତାଧାରା ବହନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ହରମାନ କାର୍ଯ୍ୟ ଜାରି ରଖନ୍ତୁ ବୋଲି ଫେଡେରେଶନ ଚାହୁଁଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ରକ୍ଷା ହୋଇପାରି ନାହିଁ।
ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କୁ ପଦରେ ରହି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲୁ। ତେବେ ସେ ଇସ୍ତଫା ଦେଇ ଘରକୁ ଫେରିବାକୁ ଚାହଁିଥିଲେ ଓ ଏ ନେଇ ନିଷ୍ପତ୍ତି ନେଇସାରିଥିଲେ ବୋଲି ଏଏଫ୍‌ଆଇ ତରଫରୁ କୁହାଯାଇଛି। ଭବିଷ୍ୟତରେ ହରମାନ ଜଣେ କନ୍‌ସଲଟାଣ୍ଟ ଭାବେ ଫେଡେରେଶନ ସହ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ଏଏଫ୍‌ଆଇ ଅଧ୍ୟକ୍ଷ ଆଦିଲେ ସୁମରିଓ୍ବାଲା କହିଛନ୍ତି। ତାଙ୍କ ଇସ୍ତଫା ନିଷ୍ପତ୍ତିକୁ ଆମେ ସମ୍ମାନ ଦେବା ଉଚିତ। ଏବେ ସିନିୟର ଆଥଲେଟ ଓ ଜୁନିୟର ତଥା ଯୁବ ଆଥଲେଟଙ୍କ ପାଇଁ ଅଲଗା ଅଲଗା ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ନିଯୁକ୍ତ କରାଯିବ ବୋଲି ସୁମରିଓ୍ବାଲା କହିଛନ୍ତି। ଉଲ୍ଲେଖଥାଉ କି, ହରମାନଙ୍କ ପୂର୍ବରୁ ଆମେରିକାର ଡେରେକ ବୁସେ ପ୍ରଥମ ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରିଛନ୍ତି। ସେ ରିଓ ଅଲିମ୍ପିକ୍ସ ପୂର୍ବରୁ ୨୦୧୫ ଅକ୍ଟୋବରରେ ନିଯୁକ୍ତି ପାଇଥିଲେ। ତେବେ ୭ମାସ କାର୍ଯ୍ୟକରିବା ପରେ ସେ ପଦରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri