Posted inଜାତୀୟ

ମାନେକା ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ସମନ ଜାରି…

ନୂଆଦିଲ୍ଲୀ, ୧୫।୫ : ଭେଟେରିନାରୀ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଦାଖଲ ହୋଇଥିବା ମାନହାନି ମକଦ୍ଦମା ଉପରେ ଦିଲ୍ଲୀ ହାଇକୋର୍ଟ ଭାଜପା ଏମ୍‌ପି ମାନେକା ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ଏହାର ଉତ୍ତର ମାଗିଛନ୍ତି। ମାନେକା ଗାନ୍ଧୀଙ୍କ ବିନା ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ଏବଂ ୨ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଏହି ଆବେଦନ କରାଯାଇଛି।

ଜଷ୍ଟିସ ଅମିତ ବନସାଲ ମାନେକା ଗାନ୍ଧୀଙ୍କୁ ୩୦ ଦିନ ମଧ୍ୟରେ ଆବେଦନ ଉପରେ ଲିଖିତ ବିବୃତ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୪ ରେ ଏହି ମାମଲାର ଶୁଣାଣି ପାଇଁ କୋର୍ଟ ସ୍ଥିର କରିଛନ୍ତି।
ଏହା ଦେଶରେ ପ୍ରାଣୀ ଚିକିତ୍ସକଙ୍କ ସର୍ବୋଚ୍ଚ ସଂଗଠନ ବୋଲି ଆବେଦନରେ କୁହାଯାଇଛି। ଆବେଦନକାରୀ ମାନେକା ଗାନ୍ଧୀଙ୍କ ବିରୋଧରେ ଉତ୍ପୀଡନ, ମାନସିକ ଆଘାତ, ଅର୍ଥର ବେଆଇନ ଦାବି ଏବଂ ବଦନାମ ଅଭିଯୋଗରେ ମକଦ୍ଦମା ଦାୟର କରିଛନ୍ତି। ୟୁନିୟନର ସଦସ୍ୟଙ୍କ ବିରୋଧରେ ମନ୍ତବ୍ୟ ଦେବା ଏବଂ ମିଥ୍ୟା ବିବୃତ୍ତି ଦେବା ଅଭିଯୋଗରେ ଏହି ପିଟିଶନରେ ଅଭିଯୋଗ ହୋଇଛି।

ଆଇନଜୀବୀ ନମିତା ରାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନପତ୍ରରେ ଦର୍ଶାଯାଇଛି ଯେ ଭାରତରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ସଂସ୍କାର ଉପରେ ମନ୍ତବ୍ୟ ଦେବା ଉଦ୍ଦେଶ୍ୟରେ ଉତ୍ତରଦାତା ଏକ ପ୍ରକାଶନରେ ସଂସ୍ଥାକୁ ବଦନାମ କରିଛନ୍ତି ଏବଂ ପ୍ରାଣୀ ଚିକିତ୍ସକଙ୍କ ବିରୁଦ୍ଧରେ ଆପତ୍ତିଜନକ ଶବ୍ଦ, ବଦନାମ ତଥା ଅପମାନଜନକ ବିବୃତ୍ତି ଦେଇଛନ୍ତି।

ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ମାନେକା ଅନେକ ଫୋନ କଲ କରି ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ। ସେ କହିଛନ୍ତି ଯେ ମାନେକା ଗାନ୍ଧୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭାବରେ ଜାଣିଶୁଣି ତାଙ୍କ ପ୍ରଭାବର ଅପବ୍ୟବହାର କରିଛନ୍ତି ଏବଂ ଅଶ୍ଳୀଳ ଭାଷାର ବ୍ୟବହାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri