Posted inଖେଳ

ଦଳରେ ଦୁଇ ଖେଳାଳିଙ୍କୁ ନେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୨(ପି.ଟି.): ଇରାନରେ ହେବାକୁଥିବା ବିଶ୍ୱ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ (ବାଳକ)ରେ ଭାରତ ତରଫରୁ ଅଂଶଗ୍ରହଣ କରିବା ଲାଗି ଦୁଇଜଣ ସ୍ବଳ୍ପ ବୟସ୍କ ଖେଳାଳିଙ୍କୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସାମାନ୍ୟ ଇଞ୍ଜୁରି ପାଇଁ କର୍ତ୍ତୃପକ୍ଷ ଏହି ଦୁଇ ଖେଳାଳିଙ୍କୁ ଦଳରୁ ବାଦ୍‌ ଦେଇଥିଲେ। ହାଇକୋର୍ଟ କହିଛନ୍ତି, ଜଣେ ଖେଳାଳିଙ୍କ କ୍ୟାରିୟରରେ ବିଶ୍ୱକପ୍‌ ଖେଳିବା ବଡ଼ ସୌଭାଗ୍ୟର ବିଷୟ। ଏହି ସୁଯୋଗ ମିଳିଲେ କେହି ଅବା ହାତଛଡ଼ା କରିବାକୁ ଚାହିଁବ ନାହିଁ। ଉଭୟେ ସେମାନଙ୍କ କୈଶୋରର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛନ୍ତି। ସେଭଳି ଯଥାର୍ଥ କାରଣ ନ ଥାଇ ସେମାନଙ୍କୁ ଶେଷ ମୁହୂର୍ତ୍ତରେ ଦଳରୁ ବାଦ୍‌ ଦେବା ଉଚିତ କାର୍ଯ୍ୟ ହୋଇନାହିଁ। ଦଳରୁ ବାଦ୍‌ ପଡ଼ିବା ଦ୍ୱାରା କେବଳ ସେମାନଙ୍କୁ ନୁହେଁ ସମଗ୍ର ଦଳ ପାଇଁ ନୈରାଶ୍ୟଜନକ ବିଷୟ ହେବ। ୧୭ ବର୍ଷୀୟ ରୋହିତ କୁମାର ଓ ୧୯ ବର୍ଷୀୟ ନରେନ୍ଦରଙ୍କ ଆବେଦନକୁ ବିଚାର କରି ଜଷ୍ଟିସ ପ୍ରତିଭା ଏମ୍‌. ସିଂ ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ(ଏକେଏଫ୍‌ଆଇ) ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ)ର ପ୍ରଶାସକଙ୍କୁ ତୁରନ୍ତ ବିହିତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଦଳ ସହିତ ଇରାନ ଗସ୍ତ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ଲାଗି କହିଛନ୍ତି। କବାଡ଼ି ବିଶ୍ୱକପ୍‌ ଇରାନର ଉର୍ମିଆଠାରେ ଫେବୃୟାରୀ ୨୬ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ହେବ। ବୟସଗତ ଦୃଷ୍ଟିରୁ ଭବିଷ୍ୟତରେ ଏହି ଦୁଇ ଖେଳାଳିଙ୍କୁ ଜୁନିୟର ଦଳରେ ସୁଯୋଗ ମିଳି ନ ପାରେ। ସୂଚନାଯୋଗ୍ୟ, ଇଞ୍ଜୁରିମୁକ୍ତ ହେବା ପରେ ଏହି ଦୁଇ ଖେଳାଳି ଆବଶ୍ୟକ ଟ୍ରେନିଂ ଓ କୋଚିଂ ନେଇଥିଲେ। ପିଟିଶନର ଦ୍ୱୟ ଇଞ୍ଜୁରି ମୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଘୋଷଣା କରିସାରିଥିଲେ। କେବଳ ଧୀରେ ଧୀରେ ଟ୍ରେନିଂ ନେବାକୁ ପରାମର୍ଶ ଦେଇଥିଲେ। କୋର୍ଟରେ ଉଭୟ ଆବେଦନକାରୀ ସେମାନଙ୍କ ପିତାଙ୍କ ସହ ଉପସ୍ଥିତ ଥିଲେ, ଯେଉଁମାନେ ସେମାନଙ୍କ ପିଲାଙ୍କୁ ବିଶ୍ୱକପ୍‌ରେ ଭାଗ ନେବା ଲାଗି ପଠାଇବାକୁ ଇଚ୍ଛୁକ ଥିଲେ। ଖବର ଅନୁସାରେ ରୋହିତ ଓ ନରେନ୍ଦର ଜାନୁୟାରୀ ୨୩ରୁ ଫେବୃୟାରୀ ୧୨ ପର୍ଯ୍ୟନ୍ତ ସାଇ ଦ୍ୱାରା ଆୟୋଜିତ କୋଚିଂ କ୍ୟାମ୍ପରେ ଯୋଗ ଦେଇଥିଲେ। ମାତ୍ର ଫେବୃୟାରୀ ୯ରେ ଟ୍ରେନିଂ ବେଳେ ଉଭୟ ସାମାନ୍ୟ ଆଘାତପ୍ରାପ୍ତ ହୋଇଥିଲେ। ରୋହିତଙ୍କ କଚଟିରେ ଏବଂ ନରେନ୍ଦରଙ୍କ ତଳିପେଟରେ ଆଘାତ ଲାଗିଥିଲା। ସାଇର ଜଣେ ଡାକ୍ତରଙ୍କ ଦ୍ୱାରା ତାଙ୍କର ମେଡିକାଲ ଚେକ୍‌ଅପ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri