ଏମ୍‌ଭି ଦେବୀ ଜାହାଜକୁ ବିକ୍ରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପ,୨୨ା୮(ଶରତ ରାଉତ):୨୦୨୩ ନଭେମ୍ବର ୩୦ରେ ପାରାଦୀପ ବନ୍ଦରରେ ଲାଗିଥିବା ଏମ୍‌ଭି ଦେବୀ (ନଂ. ଆଇଏମ୍‌ଓ ୯୬୧୬୭୩୫) ଜାହାଜରୁ ୨୦ ପ୍ୟାକେଟ କୋକେନ୍‌ ଜବତ ହୋଇଥିଲା, ଯାହାର ବଜାର ମୂଲ୍ୟ ୨୨୦ କୋଟି ହେବ। ଏହା ପରେ ଆଙ୍କରେଜ ଏରିଆରେ ଏମ୍‌ଭି ଦେବୀ ଜାହାଜ ରହିଛି। ତେଣୁ ଏହାର ଭଡ଼ା ବାବଦ ଅର୍ଥ ପଇଠ କରିବା ଲାଗି ଘରୋଇ କମ୍ପାନୀ ପିଆଇସିଟି ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଏମ୍‌ଭି ଦେବୀ ଜାହାଜକୁ ବିକ୍ରି କରି ଅର୍ଥ ଆଦାୟ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବିକ୍ରି ଅର୍ଥରେ ପାରାଦୀପ ବନ୍ଦରରେ ବର୍ଥ ପରିଚାଳନା କରୁଥିବା ଘରୋଇ କମ୍ପାନୀ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ତା’ର ଭଡ଼ା ଅର୍ଥ ପାଇବ। ଏଥିପାଇଁ ଆବେଦନକାରୀ ପିଆଇସିଟି କମ୍ପାନୀ ଆସନ୍ତା ୨୨ ତାରିଖ ସୁଦ୍ଧା ୩ ଲକ୍ଷ ଟଙ୍କା ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପାଖରେ ଦାଖଲ କରିବ। ଜାହାଜର ମୂଲ୍ୟ ଆକଳନ କରିବା ପାଇଁ ଆଡୋନିଆ ଅଫ୍‌ଶୋର କନ୍‌ସଲାଣ୍ଟ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ଅଗ୍ରାଧିକାର ଦିଆଯାଇଛି। ସମ୍ପୃକ୍ତ କମ୍ପାନୀ ମୂଲ୍ୟ ଆକଳନ କରି ଆସନ୍ତା ୨୧ା୯ା୨୪ ସୁଦ୍ଧା ରିପୋର୍ଟ ଦେବ। ଏମିତି ଜାହାଜ ବିକ୍ରି କରି ଭଡ଼ା ଆଦାୟ ଉପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସେଥିରେ ଥିବା ୨୧ ଜଣ ବିଦେଶୀ ନାଗରିକଙ୍କ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ। ଯଦ୍ଦ୍ବାରା ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି ବୋଲି ଆଲୋଚନା ହେଉଛି। ଘଟଣା ସମ୍ପର୍କରେ ପିଆଇସିଟି କମ୍ପାନୀ ମାନବସମ୍ବଳ ବିଭାଗ କର୍ମଚାରୀ ଶାରଦା ନାୟକଙ୍କୁ ପଚାରିବାରେ ସେ କିଛି ଜାଣି ନାହାନ୍ତି କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ଜାହାଜ ବିକ୍ରି ହେବା ପରେ ପିଆଇସିଟି କମ୍ପାନୀ ତା’ର ବର୍ଥ ଭଡ଼ା ବାବଦକୁ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୩୦ ଟଙ୍କା ଓ ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଏବଂ ଆଇନଗତ ଖର୍ଚ୍ଚ ୫୦ ଲକ୍ଷ ଟଙ୍କା ପାଇବା ପାଇଁ ଆବେଦନ କରିଥିଲା।
ସୂଚନାଯୋଗ୍ୟ, ଇଜିପ୍ଟର ପତାକା ଲାଗିଥିବା ଏମ୍‌ଭି ଦେବୀ ଜାହାଜ ଇଣ୍ଡୋନେସିଆ ଗ୍ରେସିକ୍‌ ବନ୍ଦରରୁ ପାରାଦୀପ ବନ୍ଦରକୁ ଆସିଥିଲା। ୨୦୨୩ ନଭେମ୍ବର ୩୦ ତାରିଖ ସାରେ ଜାହାଜ ପିଆଇସିଟି ବର୍ଥରେ ଲାଗିବା ପରେ ପ୍ରଥମେ କଷ୍ଟମ୍ସ ବିଭାଗର କର୍ମଚାରୀମାନେ ଯାଞ୍ଚ କରି କ୍ଲିୟରାନ୍ସ ଦେଇଥିଲେ। ପରେ ଜାହାଜରେ ଷ୍ଟିଲ କାର୍ଗୋ ବୋଝେଇ ହେଉଥିଲା। ରାତିରେ ଜାହାଜର କ୍ରେନ କ୍ୟାବିନ ଭିତରେ ଜଣେ ଅପରେଟର କଳା ପଲିଥିନରେ ଥିବା କିଛି ସାମଗ୍ରୀ ଦେଖି ଜାହାଜର କ୍ୟାପଟେନଙ୍କୁ ଜଣାଇଥିଲେ। ପରେ ପୋଲିସ ସିଆଇଏସ୍‌ଏଫ୍‌ ଯାଞ୍ଚ କରିବାରୁ ତାହା ଉନ୍ନତମାନର କୋକେନ୍‌ ବୋଲି ଜଣାପଡିଥିଲା। କଷ୍ଟମ୍ସ ବିଭାଗ ୨୨ଟି ପ୍ୟାକେଟରେ ଥିବା କୋକେନ୍‌କୁ ଜବତ କରିଥିଲା, ଯାହାର ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ବୋଲି କଷ୍ଟମ୍ସ ବିଭାଗ ପ୍ରେସ୍‌ ବିବୃତିରେ ସୂଚନା ଦେଇଥିଲେ। ଏପରି କୋକେନ୍‌ କିପରି ଏବଂ କେଉଁ ପରିସ୍ଥିତିରେ ଜାହାଜର କ୍ରେନ ଭିତରକୁ ଆସିଲା, ତାକୁ ନେଇ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଇଥିଲା। ସେଥିରେ ଥିବା ୨୧ ଜଣ ନାବିକଙ୍କୁ ଅଟକ ରଖାଯାଇଛି। ଏ ପର୍ଯ୍ୟନ୍ତ ତଦନ୍ତ ଚାଲିଛି। ରହସ୍ୟ ଉନ୍ମୋଚନ ହୋଇନାହିଁ। ଦୀର୍ଘଦିନ ଧରି ପିଆଇସିଟି ବର୍ଥରେ ଜାହାଜ ରହିବା ଫଳରେ ବର୍ଥର ଭଡ଼ା ଜାହାଜ ମାଲିକ ଦେଇନାହାନ୍ତି। ଫଳରେ ପିଆଇସିଟି କମ୍ପାନୀ ଭଡ଼ା ପାଇବା ପାଇଁ ହାଇକୋର୍ଟରେ ଜୁରିସଡିକଶନ୍‌ ଆଣ୍ଡ ସେଟେଲମେଣ୍ଟ ଅଫ ମେରିଟାଇମ କ୍ଲେମ ଆଇନ ବଳରେ ଆବେଦନ କରିଥିଲେ। ଉକ୍ତ ଆବେଦନ ଉପରେ ହାଇକୋର୍ଟ ଏଡିଏମ୍‌ଏଲଏସ୍‌ ନଂ. ୧/୨୦୨୪ ପଞ୍ଜୀକୃତ କରିବା ସହ ଫେବୃଆରୀ ୨୩ରେ ଜାହାଜକୁ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ମାମଲାରେ ଏବେ ଜାହାଜ ବିକ୍ରି ପାଇଁ ବିଚାରପତି ଭି. ନରସିଂହ ନିର୍ଦ୍ଦେଶ ଦେଇଛନ୍ତି। କୋକେନ୍‌ କିପରି ଆସିଲା ଓ କେଉଁଠିକୁ ଯାଇଥାନ୍ତା ସେ ସମ୍ପର୍କରେ ରିପୋର୍ଟ ସାର୍ବଜନୀନ ହୋଇନାହିଁ। ୨୧ ଜଣ ନାବିକ ଜାହାଜ ବିକ୍ରି ହେବା ପରେ କେଉଁଠି ରହିବେ ତାହା ମଧ୍ୟ ସଂଶୟ ସୃଷ୍ଟି କରିଛି। କଷ୍ଟମ୍ସ ବିଭାଗର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri