ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ..

ଆଜିକାଲି ମଧୁମେହ, ରକ୍ତଚାପ ଜନିତ ସମସ୍ୟା ସାଧାରଣ କଥା ପାଲଟିଲାଣି। ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସାରା ଜୀବନ ଏହା ପିଛା ଛାଡ଼ି ନ ଥାଏ। କାମ ଚିନ୍ତା, ଖରାପ ଜୀବନଚର୍ଯ୍ୟା ଏବଂ ଖାଇବାର ଭୁଲ ଅଭ୍ୟାସ ଯୋଗୁ ଏହି ରୋଗ ହୋଇଥାଏ। ଏଣୁ ଯଦି କେହି ଉଚ୍ଚ ରକ୍ତଚାପରେ ପୀଡ଼ିତ, ତାଙ୍କୁ ନିଜର ଖାଦ୍ୟପେୟ ପରିବର୍ତ୍ତନ କରିବା ଉଚିତ। କାରଣ ଏହା ବୃଦ୍ଧି ହେଲେ ହୃଦ୍‌ରୋଗ, ହୃଦଘାତ ଭଳି ଅନେକ ମାରାତ୍ମକ ରୋଗର କାରଣ ପାଲଟେ। ଏଣୁ ଜାଣି ରଖନ୍ତୁ ଉଚ୍ଚ ରକ୍ତଚାପ ରୋଗୀଙ୍କ ଡାଏଟ୍‌ରେ କ’ଣ ଖାଇବା ଉଚିତ ଆଉ କ’ଣ ନୁହେଁ..

-ଅଣ୍ଡାର ହଳଦିଆ ଅଂଶ(କେଶର) ଖାଆନ୍ତୁ ନାହିଁ:
ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ଭୁଲ୍‌ରେ ମଧ୍ୟ ଅଣ୍ଡାର ହଳଦିଆ ଅଂଶକୁ ଖାଆନ୍ତୁ ନାହିଁ। କାରଣ ଏଥିରେ ଅଧିକ ମାତ୍ରାରେ କୋଲେଷ୍ଟରଲ ଥାଏ। ଏହା ରକ୍ତଚାପ ରୋଗୀଙ୍କ ପାଇଁ ଭଲ ନୁହେଁ। ଏହାଦ୍ୱାରା ରକ୍ତଚାପ ବଢ଼ିବା ସହ ଓଜନ ମଧ୍ୟ ବୃଦ୍ଧି ପାଇଥାଏ। ଫଳରେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିପାରେ।

-କଫି ପିଅନ୍ତୁ ନାହିଁ:
କଫିରେ ଥିବା କୈଫିନ୍‌ ଧିରେ ଧିରେ ରକ୍ତଚାପ ବଢ଼ାଇଥାଏ। ଏଣୁ ପ୍ରତ୍ୟେହ କଫି ପିଇବା ଦ୍ୱାରା ନକରାତ୍ମକ ପ୍ରଭାବ ପଡ଼ିଥାଏ।

-ମାଂସ ଏବଂ ଚିକେନ୍‌ ଖାଆନ୍ତୁ ନାହିଁ:
ଚିକେନ୍‌ରେ ଚର୍ବି କମ୍‌ ଥାଏ। ହେଲେ ଏହାକୁ ରୋଷେଇ କରିବା ପରେ ଏଥିରେ କୋଲେଷ୍ଟରଲ ଏବଂ ଫ୍ୟାଟ୍‌ର ମାତ୍ରା ବଢ଼ିଯାଇଥାଏ। ଏହା ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀଙ୍କ ପାଇଁ କ୍ଷତିକାରକ। ସେହିଭଳି ମାଂସ(ମଟନ୍‌)ରେ ଫ୍ୟାଟ୍‌ର ପରିମାଣ ଅଧିକ ଥାଏ। ଏଣୁ ରୋଗୀମାନେ ଏହାକୁ ବେଶି ନ ଖାଇବାକୁ ଚେଷ୍ଟା କରନ୍ତୁ।

– ଅଧିକ ଲୁଣ ଖାଆନ୍ତୁ ନାହିଁ:
ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ଅଧିକ ଲୁଣ ଖାଇବା ଉଚିତ ନୁହେଁ। ଏପରିକି ଖାଉଥିବା ଖାଦ୍ୟରେ ମଧ୍ୟ ପୋଟାସିୟମ ଭାଗ ଅଧିକ ଏବଂ ସୋଡିୟମ ମାତ୍ରା କମ୍‌ ରଖିବାକୁ ଚେଷ୍ଟା କରନ୍ତୁ। ଏହାଛଡ଼ା ଆଚାର ମଧ୍ୟ ଖାଆନ୍ତୁ ନାହିଁ। କାରଣ ଏଥିରେ ଲୁଣ ଅଧିକ ଥାଏ।

କ’ଣ ଖାଇବେ?
– ପାଳଙ୍ଗ, କୋବି, ବଥୁଆ ଶାଗ ଖାଆନ୍ତୁ।
-ବାଦାମ, ଜୁଆଁଣି, ଅଦା ଖାଆନ୍ତୁ।
-ଅଙ୍ଗୁର, ଡାଳିମ୍ବ, ଅମୃତଭଣ୍ଡା, ସେଉ, କମଳା,ସପୁରୀ ଖାଆନ୍ତୁ।
-ଦିନରେ ଅତି କମ୍‌ରେ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମାଇଗ୍ରେନ୍‌ ସମସ୍ୟାର ଘରୋଇ ଉପଚାର

ମାଇଗ୍ରେନ ସମସ୍ୟା ନେଇ ଚିନ୍ତିତ କି? ଯଦି ହଁ, ତେବେ ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ହେଲେ ଏପରି କେତେକ...

ସୌନ୍ଦର୍ଯ୍ୟ ବଢ଼ାଏ ଏହି ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ...

ଉପକାରୀ ଆମ୍ବପତ୍ର

ଆମ୍ବ ଏକ ସୁସ୍ବାଦୁ ଫଳ ଏହା ସମସ୍ତଙ୍କୁ ଜଣା, କିନ୍ତୁ ଆମ୍ବପତ୍ରର ଗୁଣ ବିଷୟରେ ପ୍ରାୟ ଧାରଣା କମ୍‌। ଆସନ୍ତୁ ଜାଣିବା, ଆମ୍ବପତ୍ରର ଔଷଧୀୟ ଗୁଣ...

ଶିଙ୍ଗ କାରିଗରି

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ। ବିଭିନ୍ନ ସ୍ଥାନର ସ୍ବତନ୍ତ୍ରତା ବେଶ୍‌ ବାରିହୋଇପଡ଼େ। ଏଥିପାଇଁ ସେହି...

ମା’ କ୍ଷୀର-ଶିଶୁ ସୁରକ୍ଷା କବଚ

ଜନ୍ମପରେ ପ୍ରଥମେ ମା’ର ଛାତି ଉପରେ ଶିଶୁକୁ ପ୍ରସବ କକ୍ଷରେ ଶୁଆଇ ଦିଆଯାଏ ଓ ସ୍ତନ୍ୟପାନ ଏହିଠାରୁ ହିଁ ଆରମ୍ଭ ହୋଇଥାଏ। ଶିଶୁ ଆପଣାଛାଏଁ ମାତୃସ୍ତନ୍ୟରୁ...

କାର୍ଯ୍ୟଦକ୍ଷତା ବଢ଼ାଏ ସୁସ୍ଥ ଜୀବନଶୈଳୀ

ସୁସ୍ଥ ଜୀବନଶୈଳୀକୁ ଆଗେଇବା ଏତେ ସହଜ ନୁହେଁ। କାରଣ ଏଥିପାଇଁ ଆମକୁ ଅନେକ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡିଥାଏ। ଆଜିକାଲିର ବ୍ୟସ୍ତମୟ ଜୀବନରେ...

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌….

ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ। ତେବେ ସହଜ ଘରୋଇ ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ...

ଚା ପିଇଲେ ସୁସ୍ଥ ରହିବ ମସ୍ତିଷ୍କ

ସିଙ୍ଗାପୁର: ଆପଣ ଚା’ ପିଅନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର। ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ଦିନ ଚା’ପିଉଥିବା...

Advertisement
Archives

Model This Week