ଦିଲ୍ଲୀରେ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି: ବାଲିଯାତ୍ରା ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ଦେଲେ ଏଭଳି ପରାମର୍ଶ

ଭୁବନେଶ୍ୱର,୧୦।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି। ଯାହାକୁ ନେଇ ଦେଶବ୍ୟାପୀ ହାଇଆଲର୍ଟ କରାଯାଉଛି। ଏହି କ୍ରମରେ ରାଜଧାନୀ ଭୁବନେଶ୍ବରରେ ବି ହାଇଆଲର୍ଟ ଜାରି କରାଯାଇଛି। ଏ ନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି। ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ରେଲୱେ ଷ୍ଟେଶନ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ସହ ସମସ୍ତ ହୋଟେଲରେ ସର୍ଚ୍ଚ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ, ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। -ସୁରକ୍ଷା ବାଲିଯାତ୍ରା ଚାଲିଥିବାରୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରମୁଖ ସହର ଓ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ। ସାଧାରଣ ଲୋକଙ୍କ ଜୀବନହାନି ନେଇ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି। ଏହା ସହ ସହ ଘଟଣାର କଡ଼ା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri