Posted inଜାତୀୟ

ସ୍ବାଧୀନତା ଦିବସ ପାଳନ ଅବସରରେ ଆତଙ୍କବାଦୀ ଆକ୍ରମଣ ଇନପୁଟ୍‌ ଆଧାରରେ ରାଜଧାନୀରେ ହାଇ ଆଲର୍ଟ…

ନୂଆଦିଲ୍ଲୀ, ୧୩।୮ : ଦେଶ ଚଳିତ ବର୍ଷ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି। ତେବେ ଆତଙ୍କବାଦୀମାନେ ଏଥିରେ ବାଧା ସୃଷ୍ଟି କରିବା ଲାଗି ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ଗୁପ୍ତଚର ବିଭାଗ ପକ୍ଷରୁ ଇନପୁଟ ମିଳିଛି। ଅଗଷ୍ଟ ୧୫ ପାଇଁ ଗୁପ୍ତଚର ଏଜେନ୍ସିଙ୍କ ପକ୍ଷରୁ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ହାଇ ଆଲର୍ଟ ଜାରି କରାଯାଇଛି।

ଆଇବି କହିଛି ଯେ ପାକିସ୍ତାନ ସୀମା ଦେଇ ପଞ୍ଜାବ ବାଟେ ଡ୍ରୋନ ମାଧ୍ୟମରେ ବହୁ ଆଇଇଡ଼ି ଭାରତର ବିଭିନ୍ନ ସହରରେ ପହଞ୍ଚିଛି। ନିକଟରେ ପଞ୍ଜାବ ଏବଂ ବିଭିନ୍ନ ରାଜ୍ୟରେ ଗିରଫ ହୋଇଥିବା ଆତଙ୍କବାଦୀମାନେ ପଚରାଉଚରା ବେଳେ କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଡ୍ରୋନ ମାଧ୍ୟମରେ ଭାରତକୁ ଏସବୁ ପଠାଇଛନ୍ତି।

ଗୁପ୍ତଚର ଏଜେନ୍ସି ଅନୁଯାୟୀ, ଏକେ-୪୭ ସମେତ ଅସ୍ତ୍ରଶସ୍ତ୍ରକୁ ପାକିସ୍ତାନ ଦେଇ ଭାରତର କେତେକ ସ୍ଥାନକୁ ଡ୍ରୋନ ମାଧ୍ୟମରେ ପରିବହନ କରାଯାଇଛି। ଏହା ବ୍ୟତୀତ ଲୋନ ଓ୍ବଲଫ ଆଟାକର ଇନପୁଟ ମଧ୍ୟ ସୁରକ୍ଷା ଏଜେନ୍ସି ଦ୍ୱାରା ଦିଲ୍ଲୀ ପୋଲିସକୁ ଦିଆଯାଇଛି। ଆଇବି ଅନୁଯାୟୀ, ଭିଡ଼ ଭିତରେ ଯେକେହି ଆକ୍ରମଣ କରିପାରନ୍ତି। ଏଭଳି ପରିସ୍ଥିତିରେ ସ୍କ୍ରିନିଂ କରିବା ଏବଂ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଛି।

ଗୁଡ଼ି ମାଧ୍ୟମରେ ଆକ୍ରମଣ ହେବା ନେଇ ଆଇବି ଏକ ସତର୍କ ସୂଚନା ଦେଇଛି। ଏହା ସହିତ ଲାଲ କତଲ୍ଲା ଚାରିପାଖରେ ଗୁଡ଼ି ଉଡ଼ା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଏବଂ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରକାରର ଆକ୍ରମଣର ଇନପୁଟ ମଧ୍ୟ ଆଶା ବାଡ଼ି ମାଧ୍ୟମରେ ଦିଆଯାଇଛି। ଗୁପ୍ତଚର ଏଜେନ୍ସି କହିଛି ଯେ କିଛି ସନ୍ଦେହଜନକ ଜିନିଷକୁ ଆଶା ବାଡ଼ିରେ ରଖି କେହି ଆକ୍ରମଣ କରିପାରନ୍ତି, ତେଣୁ ସ୍କ୍ରିନିଂ ବହୁତ ଶକ୍ତିଶାଳୀ ହେବା ଉଚିତ ବୋଲୀ ଇନପୁଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri