ସିର୍ଲାରେ ମାଓବାଦୀ-ପୋଲିସ ମୁହାଁମୁହିଁ ପରେ ହାଇଆଲର୍ଟ

ଦାରିଙ୍ଗବାଡ଼ି,୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଳାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଉକ୍ତ ଦିନ ପୋଲିସ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ପୁଣି ସୋମବାର ସନ୍ଧ୍ୟାରେ ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇ ଆଉ ଜଣେ ମାଓବାଦୀ ନିହତ ହୋଇଥିବା ପୋଲିସ ସୂଚନା ପ୍ରଦାନ କରିଥିଲା। ଏହି ଘଟଣାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିଭିନ୍ନ ସାମଗ୍ରୀକୁ ପୋଲିସ ଜବତ କରିଥିଲା। ତେବେ କିଛି ମାଓବାଦୀ ଘଟଣାସ୍ଥଳରୁ ଖସି ପଳାଇ ଥବା ବେଳେ ଏବେ ପ୍ରତିହିଂସା ପରାୟଣ ହୋଇପଡ଼ିଛନ୍ତି। ଏହା ଦ୍ୱିତୀୟ ଥର ପୋଲିସ ମାଓବାଦୀଙ୍କ ମୁହାଁମୁହିଁ ପରିସ୍ଥିତିରୁ ଜଣାପଡ଼ିଛି ା ଏଥିପାଇଁ ପୋଲିସ ବାହିନୀ ସମ୍ପୂର୍ଣ୍ଣ ସଜାଗ ହେବା ସହ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଜିଲାର ବିଭିନ୍ନ ଥାନାକୁ ହାଇଆଲର୍ଟ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ବିଶେଷକରି ମାଓବାଦୀଙ୍କ ଚଳପ୍ରଚଳ ଅଞ୍ଚଳରେ ସଶସ୍ତ୍ର ପୋଲିସ ଗାଡ଼ିମୋଟର ତନତନ କରି ଯାଞ୍ଚ କରୁଛି। ଯାତାୟାତ ଲୋକଙ୍କ ପରିଚୟ ସହ ଗାଡ଼ିମୋଟର କାଗଜପତ୍ରକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଛି ା ପୂର୍ବରୁ ଯେଉଁ ସବୁ ଅଞ୍ଚଳରେ ମାଓବାଦୀ ପକ୍ଷରୁ ଲାଲ୍‌ ବ୍ୟାନର ଛପା ଯାଉଥିଲା ଏବଂ ମାଓବାଦୀଙ୍କ ଯାତାୟାତ ରହୁଛି ସେସବୁ ଉପରେ ପୋଲିସ କଡ଼ା ନଜର ରଖିବା ସହ ଗାଁରେ ଗାଁରେ କେହି ଅଜଣା ବ୍ୟକ୍ତି ବୁଲୁଛି କିମ୍ବା ସିର୍ଲା ଘଟଣାରେ କେହି ମାଓବାଦୀ ଆହତ ହୋଇ କେଉଁଠି ନିଜ ଚିକିତ୍ସା କରୁଥିବା ସନ୍ଦେହ କରି ସେସବୁ ଅଞ୍ଚଳ ଉପରେ ପୋଲିସ କଡ଼ା ନଜର ରଖିଥିବା ଜଣେ ପୋଲିସ ଅଫିସର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri