ସରକାରୀ ଡକ୍ୟୁମେଣ୍ଟ ଲୁଚାଇବା ମାମଲା: କୋର୍ଟରେ ହାଜର ହେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୪।୬:ରାଷ୍ଟ୍ରପତି ନିର୍ବାଚନ ହାରିବା ଏବଂ ହ୍ବାଇଟ୍‌ ହାଉସ୍‌ ଛାଡିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ବାସଭବନରେ କ୍ଲାସିଫାଏଡ୍‌ ଡକ୍ୟୁମେଣ୍ଟ ଏବଂ ସରକାରୀ ରେକର୍ଡକୁ ଲୁଚାଇ ରଖିଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ସେ ମିଆମି କୋର୍ଟରେ ହାଜର ହୋଇଛନ୍ତି। ପ୍ରାୟ ୪୫ମିନିଟ ଧରି ଚାଲିଥିବା ଶୁଣାଣି ସମୟରେ ଟ୍ରମ୍ପ ସମସ୍ତ ଅଭିଯୋଗକୁ ଅସ୍ବୀକାର କରି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ତାଙ୍କ ଓକିଲ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କୋର୍ଟରେ କହିଛନ୍ତି।

କୋର୍ଟରେ ଶୁଣାଣି ପରେ ଟ୍ରମ୍ପ ବେଡମିନିଷ୍ଟର ଗଲ୍ଫ କ୍ଲବରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆଜି ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଯଣା ଘଟିଛି। ଯେତେବେଳେ ଜଣେ ରାଷ୍ଟ୍ରପତି ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି। ରାଷ୍ଟ୍ରପତି ପଦରେ ବସିଥିବା ଜଣେ ଦୁର୍ନୀତିଗ୍ରସ୍ତ ନେତା ମିଥ୍ୟା ଅଭିଯୋଗ ଆଧାରରେ ତାଙ୍କର ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଗିରଫ କରିଥିଲେ। ଯଦିଓ ଏହି ଘଟଣାରେ ସେ ନିଜେ ଏବଂ ବହୁ ପୂର୍ବତନ ରାଷ୍ଟ୍ରପତି ଦୋଷୀ ଅଟନ୍ତି।

ମୁଁ ସବୁ ଠିକ କରିଥିଲି କିନ୍ତୁ ତଥାପି ସେମାନେ ମୋ ଉପରେ ଅପରାଧିକ ମାମଲା ରୁଜୁ କରିଥିଲେ। ଗୁପ୍ତଚର ଅଧିନିୟମ ଅନୁଯାୟୀ ମୋ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ଏହି ଚାର୍ଜସିଟ୍‌ ଗୁପ୍ତଚର ତଥା ଦେଶଦ୍ରୋହୀଙ୍କ ବିରୁଦ୍ଧରେ ବ୍ୟବହୃତ ହୁଏ, କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି।

ଚାର୍ଜସିଟରେ ପ୍ରେସିଡେନ୍ସିଆଲି ରେକର୍ଡ ଆକ୍ଟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ ଯାହା ଏକ ସିଭିଲ୍‌ ଆକ୍ଟ ଅଟେ। ଜଣେ ପୂର୍ବତନ ରାଷ୍ଟ୍ରପତି ଭାବରେ ଏହି ଫାଇଲଗୁଡ଼ିକୁ ମୋ ପାଖରେ ରଖିବା ଏହା ମୋର ଆଇନଗତ ଅଧିକାର। ଏହା ବ୍ୟତୀତ ରାଷ୍ଟ୍ରପତି ଜୋ ବାଇଡେନ, ବିଲ କ୍ଲିଣ୍ଟନ ଏବଂ ହିଲାରୀ କ୍ଲିଣ୍ଟନ ଏଭଳି ଡକ୍ୟୁମେଣ୍ଟ ନେଇଥିବାର ଟ୍ରମ୍ପ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?