ପିସି ପାଇଁ ଫାଇଲ ଲୁଚାଇ ଦିଆଯାଉଛି

ଆନନ୍ଦପୁର,୪। ୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୌର କାର୍ଯ୍ୟାଳୟରେ ୬ ନଂ. ଓ୍ବାର୍ଡର କାଉନ୍‌ସିଲର ମଣିଲତା ରାମଙ୍କ ପ୍ରତିନିଧି ଦେବବ୍ରତ ରାମ ମାଇକ୍‌ ଲଗାଇ ଦୁର୍ନୀତି ପେଡ଼ି ଖୋଲିଥିଲେ। ବିଗତ ଦିନରେ ଫାଇଲ ଗାଏବ ଘଟଣାକୁ ନେଇ ଡାକବାଜି ଯନ୍ତ୍ର ଯୋଗେ ପୌର କାର୍ଯ୍ୟାଳୟରେ ପିସି ପାଇଁ ଫାଇଲ ଲୁଚାଇ ଦିଆଯାଉଥିବା କହିଥିଲେ। ଏଥିସହ ବିଭିନ୍ନ ଯୋଜନା ଓ କାର୍ଯ୍ୟାଳୟରେ ଦୁର୍ନୀତି ହୋଇଥିବା ପ୍ରଚାର କରି ଏହାର ତଦନ୍ତ ଦାବି କରିଥିଲେ।
ଅଭିଯୋଗ ଅନୁଯାୟୀ, ଉନ୍ନୟମୂଳକ କାର୍ଯ୍ୟର ଫାଇଲ୍‌ ଗାଏବ ହେବା, ଆବାସ କାର୍ଯ୍ୟାଦେଶ ଦେବା ଏବଂ ଆବାସ କାର୍ଯ୍ୟାଦେଶ ବିଲ୍‌ ପାସ୍‌ ଆଳରେ କର୍ମଚାରୀମାନେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି। ଏପରିକି ପୌର କାର୍ଯ୍ୟାଳୟର ଜନୈକ କର୍ମଚାରୀ ଫାଇନାଲ୍‌ ବିଲ୍‌ ପାସ୍‌ ବେଳେ ୨ ହଜାର ଟଙ୍କା ଅର୍ଥ ମାଗୁଥିବା ମଧ୍ୟ କହିଥିଲେ। ପିସି ପାଇଁ ଉନ୍ନୟନମୂଳକ ଫାଇଲକୁ ଲୁଚାଇ ଦିଆଯାଉଛି। କେତେବେଳେ ହଜିଯାଇଥିବା ଦର୍ଶାଯାଇ ସରକାରୀ ଅର୍ଥ ବାଟମାରଣା କରାଯିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି। ପୌରପରିଷଦ ଅଧୀନ ବହୁ ହିତାଧିକାରୀ ୩ ମାସ ମଧ୍ୟରେ ଆବାସ ଘର କରି ବୋନସ ପାଉନାହାନ୍ତି। ବୋନସ୍‌ ପ୍ରଦାନ ପାଇଁ କର୍ମଚାରୀମାନେ ଅଧା ଅଧା ନୀତି ଆପଣାଉଛନ୍ତି। ୬ ନଂ. ଓ୍ବାର୍ଡ ପାଇଁ ବ୍ୟବହାର ହେଉଥିବା ଅଳିଆ ଉଠା ବ୍ୟାଟେରି ଚାଳିତ ଗାଡ଼ି ୬ ଦିନ ଧରି ଅଚଳ ଥିବା ବେଳେ ତାହା ମରାମତି କରାଯାଉନାହିଁ। କାର୍ଯ୍ୟାଳୟର ସିସିଟିଭି ନାମକୁ ମାତ୍ର ରହିଥିବା କହିଥିଲେ। ସମସ୍ତ ଦୁର୍ନୀତି ପ୍ରସଙ୍ଗ ଉପରେ ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଦୃଢ଼ତାର ସହ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri