ଡେପୁଟେଶନ ଦୌଡ଼

ପଞ୍ଜାବରେ ଅଜ୍‌ନାଳା ଘଟଣା ଭୟଙ୍କର ‘ଖଲିସ୍ଥାନ’ ଶବ୍ଦକୁ ପୁନର୍ବାର ସାମ୍‌ନାକୁ ଆଣିଛି। ଏହା ସହ ଆଉ ଏକ ଚରମପନ୍ଥୀ ବିଚାରଧାରାର ଉତ୍‌ଥାନ ବିସ୍ମରିତ ଅତୀତର ସ୍ମୃତିକୁ ଉଜାଗର କରିଛି। ଏହି ସ୍ଥିତିର ସ୍ଥିରତା ନାହିଁ ଓ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ଉକ୍ତ ପରିପ୍ରେକ୍ଷୀରେ ରାଜ୍ୟରେ ବରିଷ୍ଠ ଆଇଏଏସ୍‌ କିମ୍ବା ଆଇପିଏସ୍‌ ଅଧିକାରୀମାନେ ସାଧାରଣରେ ସକାରାତ୍ମକ କିମ୍ବା ପ୍ରେରଣାଦାୟକ ସଙ୍କେତ ପ୍ରକାଶ କରୁନାହାନ୍ତି। ସୂତ୍ରରୁ ଜଣାପଡ଼ିଛି , ପଞ୍ଜାବ ଛାଡ଼ି କେନ୍ଦ୍ର ଡେପୁଟେଶନ(କେନ୍ଦ୍ରୀୟ ପ୍ରତିନିଯୁକ୍ତି)ରେ ଯିବା ଲାଗି ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଏକ ପ୍ରକାର ଦୌଡ଼ ଆରମ୍ଭ ହୋଇଯାଇଛି। ରାଜ୍ୟରୁ ୫ରୁ ୬ ଜଣ ଅଧିକାରୀ ରାଜ୍ୟ ଛାଡ଼ି ସାରିଥିଲେ ବି ଅତି କମ୍‌ରେ ଆଉ ୭ ଆଇଏଏସ୍‌ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଉଭୟ ୨୦୦୫ ବ୍ୟାଚ୍‌ ଅଧିକାରୀ ଶିବିନ ସି ଏବଂ ୨୦୧୧ ବ୍ୟାଚ୍‌ର କୁମାର ସୌରଭ ଏବଂ ବି.ଶ୍ରୀନିବାସନ। ଆଇପିଏସ୍‌ ଅଧିକାରୀମାନଙ୍କ ମଧ୍ୟରୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଯାଇସାରିଥିବା ଅଧିକାରୀମାନେ ହେଲେ ଦିନ୍‌କର ଗୁପ୍ତା (ଏନ୍‌ଆଇଏ ମୁଖ୍ୟ), ସାମନ୍ତ ଗୋଏଲ ( ର ମୁଖ୍ୟ) ଏବଂ ହର୍‌ପ୍ରୀତ ସିଦ୍ଧୁ ଯିଏ କି ପୂର୍ବରୁ ଏସ୍‌ଟିଏଫ୍‌ ମୁଖ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ପୂର୍ବତନ ଡିଜିପି ଭି.କେ.ଭଓ୍ବରଙ୍କ ସମେତ ଆଉ କେତେଜଣ ଆଇପିଏସ୍‌ ଅଧିକାରୀ ମଧ୍ୟ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ଆବେଦନ କରିଛନ୍ତି। ଡେପୁଟେଶନ ସମ୍ପର୍କରେ ଅଧିକ କିଛି ଜାଣି ନ ଥିବା ପ୍ରତ୍ୟେକ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଅତି କମ୍‌ରେ ୨ ବର୍ଷ କେନ୍ଦ୍ରୀୟ ଡେପୁଟେଶନରେ ଯିବା ଗୁରୁତ୍ୱପୂର୍ଣ୍ଣ, କାରଣ ଏହାଦ୍ୱାରା ଆଗକୁ ପଦୋନ୍ନତିରେ କୌଣସି ବାଧା ରହେନାହିଁ। ବହୁ ସମୟରେ ରାଜ୍ୟ ସହ ଭଲ ସମ୍ପର୍କ ନ ଥିବା ଅଧିକାରୀମାନେ ମଧ୍ୟ କେନ୍ଦ୍ରୀୟ ପ୍ରତିନିଯୁକ୍ତିକୁ ପସନ୍ଦ କରିଥାନ୍ତି। ଏହି କାରଣରୁ କ’ଣ କେନ୍ଦ୍ରୀୟ ପ୍ରତି ନିଯୁକ୍ତିରେ ଯିବା ଲାଗି ଚାଲିଥିବା ଦୌଡ଼ ପାଇର୍ଁ ଦ୍ୱାର ଖୋଲି ଦିଆଯିବ?

ଆକସ୍ମିକ ପରିବର୍ତ୍ତନ
ନୀତି ଆୟୋଗ ଉପାଧ୍ୟକ୍ଷ ପରମେଶ୍ୱରନ ଆୟରଙ୍କ ସ୍ଥାନରେ ପୂର୍ବତନ ବାଣିଜ୍ୟ ସଚିବ ବିଭିଆର୍‌ ସୁବ୍ରମଣ୍ୟମଙ୍କୁ ଅବସ୍ଥାପିତ କରାଯିବା ପାଇଁ ଘୋଷଣା କରାଯାଇଛି। ଏହି ପଦକ୍ଷେପ ଅନେକ ବାବୁ ପର୍ଯ୍ୟବେକ୍ଷକଙ୍କୁ ବିସ୍ମିତ କରିଛି। ଗତବର୍ଷ ଜୁଲାଇରେ ଆୟରଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା। ଏଣୁ ମାତ୍ର ୮ ମାସ ପରେ ସେହି ପଦବୀରୁ ତାଙ୍କୁ ହଠାତ୍‌ ହଟାଇବାର ରହସ୍ୟ ବୁଝିବା କଷ୍ଟକର। କେତେଜଣ ବିଶ୍ୱାସ କରନ୍ତି ଯେ, ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୀତି ଆୟୋଗ ମଧ୍ୟରେ କିଛି ଅସ୍ଥିରତା ଥିଲା। ସେ ଯାହା ହେଉ ନା କାହିଁକି ଏହି ପଦକ୍ଷେପ ପଛରେ କିଛି ବିଶ୍ୱାସଯୋଗ୍ୟ କାରଣ ରହିଛି। ଆୟର ଏବେ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ତିନି ବର୍ଷ ପାଇଁ ଓ୍ବାଶିଂଟନ ଡିସି ଯାଉଛନ୍ତି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ହରିୟାଣା କ୍ୟାଡରକୁ ପ୍ରତ୍ୟାବର୍ତ୍ତନ କରିଥିବା ରାଜେଶ ଖୁଲାରଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତ କରାଯାଇଛି। ଆୟର ଆମେରିକାରେ ପୁଣି ରହିବାକ୍‌ୁ ଚାହିଁଥିଲେ ବୋଲି କେତେକେ ବିଶ୍ୱାସ କରୁଥିବାବେଳେ ଆଉ କେତେଜଣ କହନ୍ତି ଯେ, ହରିୟାଣା ସରକାର ରାଜ୍ୟରେ ଖୁଲାର କାମ କରନ୍ତୁ ବୋଲି ଅତ୍ୟଧିକ ଆଗ୍ରହୀ ଥିଲେ। ଗତ ବର୍ଷ ଅବସର ନେବାକୁ ଥିବାବେଳେ ବିଭିଆର୍‌ଙ୍କୁ ଭାରତୀୟ ବାଣିଜ୍ୟ ବିକାଶ ସଂଗଠନ (ଆଇଟିପିଓ)ର ଅଧ୍ୟକ୍ଷ ପଦବୀ ଦେବାକୁ ମନା କରାଯିବା ପରେ ସେ ଆଉ ସରକାରଙ୍କ ପସନ୍ଦ ନୁହନ୍ତି ବୋଲି ଅନେକ ବାବୁ ପର୍ଯ୍ୟବେକ୍ଷକ ଭାବିଥିଲେ। କିନ୍ତୁ ଏହି ସମୟରେ ବିଭିଆର୍‌ଙ୍କ ପାଇଁ କେନ୍ଦ୍ରର ନିଷ୍ପତ୍ତି ତାଙ୍କ ପ୍ରତି ଥିବା ସମର୍ଥନର ଏକ ସଙ୍କେତ। ମୋଦି ସରକାରରେ ଜଣେ ପ୍ରିୟ ହିଁ ସରକାରଙ୍କର ସବୁବେଳେ ପ୍ରିୟ ହୋଇ ରହିବେ, ଏହି ଦୃଷ୍ଟିକୋଣକୁ ପୂରା ଅଧ୍ୟାୟ ସ୍ପଷ୍ଟ କରିଛି।

ଯୋଜନାର ଶ୍ରେୟ
ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍‌ କିଷାନ ଯୋଜନାର ତ୍ରୟୋଦଶ କିସ୍ତିରେ ୮ କୋଟିରୁ ଊର୍ଦ୍ଧ୍ୱ କୃଷକଙ୍କୁ ୧୬,୮୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେଶର କୃଷକମାନଙ୍କୁ ଲଗାତର ଭାବେ ସିଧାସଳଖ ସହାୟତା ଯୋଗାଇ ଦେବାରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ଡିସେମ୍ବର ୨୦୧୮ରେ ଲାଗୁ ହୋଇ ଏହି ଯୋଜନା ଫେବୃୟାରୀ ୨୦୧୯ରେ ଆରମ୍ଭ କରାଯାଇଥିଲା ଏବଂ କରୋନା ମହାମାରୀର ଭୟଙ୍କର ସମୟରେ ମଧ୍ୟ ୩ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ବୋଲି କୃଷି ମନ୍ତ୍ରଣାଳୟ ନିଶ୍ଚିତ କରିଛି। ସୂତ୍ରରୁ ପ୍ରକାଶ ଯେ, ମନ୍ତ୍ରଣାଳୟରେ ବାବୁମାନେ ବିଶେଷ କରି କୃଷି ସଚିବ ମନୋଜ ଆହୁଜା କୃଷକମାନଙ୍କ ଆୟ ବୃଦ୍ଧି କରିବା ସହ କୃଷି ଅଭିବୃଦ୍ଧିରେ ସେମାନଙ୍କ ଯୋଗଦାନ ବଢ଼ାଇବା ଲାଗି କୃଷକମାନଙ୍କୁ ଆଖିଦୃଶିଆ ସହଯୋଗ ରାଶି ଯୋଗାଇ ଦେବାରେ ଅଧିକ ସଫଳ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏକ କୃଷକ-କୈନ୍ଦ୍ରିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରାଯାଇଛି, ଯାହା ବିନା ମଧ୍ୟସ୍ଥରେ ଦେଶର ସବୁ ଭାଗରେ ଥିବା ସମସ୍ତ କୃଷକ ମୁଖ୍ୟତଃ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଯୋଜନାର ଲାଭ ପହଞ୍ଚିଥିବା ନିଶ୍ଚିତ କରିଛି। ମୋଦି ସରକାର ତାଙ୍କ ନିଜ ଯୋଜନାରେ କୃଷକମାନଙ୍କୁ ଦେଇଥିବା ସକାରାତ୍ମକ ଲାଭ ବିଷୟରେ ଗଳା ଫଟାଇ ପ୍ରଶଂସା କରୁଥିବାବେଳେ କୃଷି ମନ୍ତ୍ରଣାଳୟରେ ବାବୁମାନେ ଏହାର ସଫଳତାକୁ ନେଇ ଶ୍ରେୟ ଦାବି କରିବା ସ୍ବାଭାବିକ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri