ଦୋଷ ଘୋଡ଼ାଇ ଲୋଭ ଦେଖାଇଲା ହେକ୍ସି

ଭୁବନେଶ୍ୱର, ୨୫।୭ (ବ୍ୟୁରୋ): ୨୫ହଜାର ଟଙ୍କା ମୂଲ୍ୟର ସାଇକେଲ ୫ଶହ ଟଙ୍କାରେ ବିକ୍ରି ହେଲା। କବାଡ଼ିବାଲା ଗ୍ୟାସ୍‌ କଟରରେ କାଟି ନେଲେ। ଭୁବନେଶ୍ୱରରେ ‘ମୋ ସାଇକେଲ’ ଯୋଜନାର ଏଭଳି ସ୍ଥିତିକୁ ନେଇ ଗଣମାଧ୍ୟମରେ ସଚିତ୍ର ଖବର ପ୍ରକାଶ ପାଇଲା। ହେଲେ ବିବାଦ ମୁଣ୍ଡାଇବାକୁ ଏବେ କେହି ରାଜି ନୁହନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ସବୁ ଦୋଷ ସାଇକେଲ ଯୋଗାଇଥିବା ହେକ୍ସି କମ୍ପାନୀ ଉପରେ ଲଦିଲେ।

ଇତିମଧ୍ୟରେ ଥାନାରେ ମାମଲା ରହିଥିବାବେଳେ ଏବେ ଦୋଷ ଘୋଡାଇ ବିଏସ୍‌ସିଏଲ୍‌ ନୂଆ ସାଇକେଲ ଯୋଗାଇବାକୁ ଲୋଭ ଦେଖାଇବା ପରେ ଭିତିରି ଆପୋସ ବୁଝାମଣା ହୋଇଥିବା ସୂଚନା ମିଳିଛି। ହେକ୍ସି କମ୍ପାନୀର ଅଧିକାରୀ ବିକାଶ ସିଂ ଭୁବନେଶ୍ୱର ଆସି ବିଏସ୍‌ସିଏଲ୍‌ ଓ ଥାନାରେ ହାଜର ହୋଇଛନ୍ତି। ଯେଉଁ ୩ଶହ ସାଇକେଲ କବାଡ଼ିଆଙ୍କୁ ବିକ୍ରି ହୋଇଛି, ତାହା ବିଏସ୍‌ସିଏଲ୍‌କୁ ଦିଆଯାଇଥିବା ୧ହଜାର ସାଇକେଲ ମଧ୍ୟରୁ ନୁହେଁ, ଏହା ଅତିରିକ୍ତ ଥିଲା ବୋଲି ବିଶାଲ ପୋଲିସ ଆଗରେ କହିଛନ୍ତି। ସେହିଭଳି ଏ ବାବଦକୁ ଆଉ ୩ଶହ ସାଇକେଲ ବିଏସ୍‌ସିଏଲ୍‌କୁ ପ୍ରଦାନ କରାଯିବ। ଆସନ୍ତା ସୋମବାର ଆବଶ୍ୟକ କାଗଜପତ୍ର ହେଡ୍‌ ଅଫିସ୍‌ ଦିଲ୍ଲୀକୁ ପଠାଯିବା ପରେ ସାଇକେଲ ଆସିବ ବୋଲି ବିକାଶ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା କରିଛନ୍ତି। ଅପରପକ୍ଷେ ଘଟଣା ପରଠୁ ବିଏସ୍‌ସିଏଲ୍‌ ପକ୍ଷରୁ ନିୟୋଜିତ ଟିମ୍‌ ସହରର ବିଭିନ୍ନ ସ୍ଥାନ ବୁଲି ହେକ୍ସି କମ୍ପାନୀର ୭ଶହ ସାଇକେଲ ଖୋଜି ପାଇଛନ୍ତି। ବାକି ୩ଶହ ସାଇକେଲ ହଜିଥିବା କିମ୍ବା ଚୋରି ହୋଇଥିବା ସଫେଇ ଦିଆଯାଉଛି। ଚୁକ୍ତି ଅନୁଯାୟୀ କମ୍ପାନୀ ପକ୍ଷରୁ ଚଳନ୍ତା ଅବସ୍ଥାରେ ସମ୍ପୂର୍ଣ୍ଣ ୧ହଜାର ସାଇକେଲ ନ ପାଇବା ପର୍ଯ୍ୟନ୍ତ ମାମଲା ବଳବତ୍ତର ରହିବ ବୋଲି ବିଏସ୍‌ସିଏଲ୍‌ର ମହାପ୍ରବନ୍ଧକ କମଲ୍‌ଜିତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଇକେଲ ମିଳିବା ପରେ ଆଗକୁ କମ୍ପାନୀ ସହ ବିଏସ୍‌ସିଏଲ୍‌ର କାରବାର ଚାଲିବ କିମ୍ବା ଚୁକ୍ତିନାମା ଖାରଜ କରାଯିବ ସେ ନେଇ ବୋର୍ଡ ଅଫ୍‌ ଡାଇରେକ୍ଟର ନିଷ୍ପତ୍ତି ନିଆଯିବ। ତେବେ ହେକ୍ସି କମ୍ପାନୀ ଅଧିକାରୀ ଓ ବିଏସ୍‌ସିଏଲ୍‌ କଥାରେ ତାଳମେଳ ରହୁ ନ ଥିବାରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ହେକ୍ସି କମ୍ପାନୀ ୩ଶହ ସାଇକେଲ ଯୋଗାଇ ଦେବା ପରେ ମାମଲାର ପରିସମାପ୍ତି ଘଟିବ। ଦୋଷୀ ଧରା ନ ଯାଇ ସାଇକେଲ କେଳେଙ୍କାରୀକୁ ବନ୍ଦ କରିଦିଆଯିବ ବୋଲି ଏଥିରୁ ଜଣାପଡୁଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ହେକ୍ସି କମ୍ପାନୀର ଶହ ଶହ ସାଇକେଲ କବାଡିଖାନାରେ ସ୍କ୍ରାପ୍‌ ଭାବରେ କଟାଯାଉଥିବା ଗଣମାଧ୍ୟମରୁ ଜଣାପଡିଥିଲା। ଘଟଣାର ୩ଦିନ ପରେ ବିଏସ୍‌ସିଏଲ୍‌ ପକ୍ଷରୁ ସାଇକେଲ ଚୋରି ନଇ ଶହୀଦନଗର ଥାନାରେ ଅଭିଯୋଗ ହୋଇଥିଲା। ପରେ ମୋ ସାଇକେଲ ପରିଚାଳନା ଦାୟିତ୍ୱରେ ଥିବା ସୂର୍ଯ୍ୟକାନ୍ତ ଦଳବେହେରାଙ୍କୁ ଥାନାକୁ ଡକାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ଗତ ଶୁକ୍ରବାର ଦିଲ୍ଲୀରୁ କମ୍ପାନୀର ଅଧିକାରୀ ଆସିବା ପରେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri