ପିଠି ଯନ୍ତ୍ରଣା ହେଉଥିଲେ ଏସବୁ ଉପାୟ ଲାଭଦାୟକ…

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳୁଛି। ଯଦିଓ ଏଥିପାଇଁ ବିଭିନ୍ନ କାରଣ ରହିଛି, ତଥାପି ବିଶେଷକରି ଡେସ୍କ ଜବ୍‌ କରୁଥିବା ଯୁବତୀଯୁବକମାନେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସିରହିବା ଏଥିପାଇଁ ମୁଖ୍ୟତଃ ଦାୟୀ। ଯଦି ଆପଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଏଥିରୁ ଦୂରେଇ ରହିବା ଲାଗି କେଉଁସବୁ ଉପାୟ ଲାଭଦାୟକ ଜାଣିରଖନ୍ତୁ ସେ ସମ୍ପର୍କରେ…

ଅଣ୍ଟା, ବେକ ଆଦି ବିନ୍ଧା ହେବାର ସବୁଠାରୁ ବଡ଼ କାରଣ ହେଉଛି ଭୁଲ୍‌ରେ ବସିବା ଶୈଳୀ। ତେଣୁ ଅଫିସ୍‌ରେ ହେଉ ଅବା ଘରେ, କମ୍ପ୍ୟୁଟର୍‌ରେ କାମ କରିବା ବେଳେ ନିଜର ବସିବା ଶୈଳୀ ଠିକ୍‌ ରଖନ୍ତୁ। ଅନେକେ ବସିବା ସମୟରେ ଆରାମ ଲାଗିବା ଆଳରେ ଜାକି ହୋଇ ବସନ୍ତି। ହେଲେ ଡେସ୍କ ଜବ୍‌ରେ ଦୀର୍ଘ ସମୟ ଏପରି ବସିବା ଫଳରେ ବେକ, ପିଠି, ଅଣ୍ଟା ଜାକି ହୋଇ ରହିବା ଯୋଗୁ ମେରୁଦଣ୍ଡରେ ଚାପ ପଡ଼ିଥାଏ ଏବଂ ବିନ୍ଧା ହୋଇଥାଏ। କେବଳ ଏତିକି ଅଧିକ ସମୟ ଏପରି ପୋଜିଶନ୍‌ରେ ରହିବା ଯୋଗୁ ସ୍ପଣ୍ଡିଲାଇଟିସ୍‌ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ। ତେଣୁ ପିଠିକୁ ସିଧା ରଖି ବସନ୍ତୁ ଏବଂ ଗୋଡ଼ ଯେପରି ତଳେ ସିଧା ଲାଗୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

କାମ କରିବା ବେଳେ ପିଠି ଯନ୍ତ୍ରଣା ହେଉଛି, ତେବେ ଏଥିପାଇଁ ଚେୟାର ମଧ୍ୟ କେତେକାଂଶରେ ଦାୟୀ। ତେଣୁ ଏପରି ଚେୟାର ବାଛନ୍ତୁ, ଯେଉଁଥିରେ ବସିଲେ ନା କେବଳ ଆରାମ ଲାଗିବ ବରଂ ବେକ, ପିଠି, ଅଣ୍ଟା ଜାକି ନ ହୋଇ ସିଧା ରହୁଥିବ। ଯଦି ଅଫିସ୍‌ରେ ଏପରି ଚେୟାର ନାହିଁ, ତେବେ ଆପଣ ପିଠିକୁ ସପୋର୍ଟ ଦେବା ଲାଗି ଚେୟାର୍‌ରେ ଏକ ତକିଆ ରଖି ବସିପାରିବେ।

ଡେସ୍କଟପ୍‌ ହେଉ ଅବା ଲ୍ୟାପ୍‌ଟପ୍‌କୁ ଟେବୁଲ୍‌ ଉପରେ ଏପରି ରଖନ୍ତୁ, ଯେପରି ଏହାର ସ୍କ୍ରିନ୍‌ ଆପଣଙ୍କ ଆଖି ସହ ସମାନ୍ତରାଳ ଭାବେ ରହିବ। ନଚେତ୍‌ ତଳୁଆ କିମ୍ବା ଅଧିକ ଉଚ୍ଚାରେ ଥିଲେ ମୁଣ୍ଡ ନୁଅଁାଇବା ଅବା ଉଠାଇ ଦୀର୍ଘ ସମୟ କାମ କରିବା ଦ୍ୱାରା ବେକରେ ଚାପ ପଡ଼ି ଖୁବ୍‌ ଯନ୍ତ୍ରଣା ହୋଇଥାଏ।

ଯନ୍ତ୍ରଣା ହେଉଥିଲେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହି କାମ ନ କରି ମଝିରେ ମଝିରେ ସିଟ୍‌ରୁ ଉଠି ଅଳ୍ପ ଚାଲନ୍ତୁ ଏବଂ ହାତ ଉଠାଇବା, ବେକ ଏବଂ ପିଠିକୁ ରିଲାକ୍ସ କରିବା ଭଳି ହାଲୁକା ଏକ୍ସରସାଇଜ୍‌ କରନ୍ତୁ। ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବା ସହ ମାଂସପେଶୀ ମଧ୍ୟ ରିଲାକ୍ସ ହେବ ଏବଂ ଯନ୍ତ୍ରଣା ଦୂର ହେବ।

ଜବ୍‌ କରୁଥିଲେ ଅଫିସ୍‌ ସମୟ ପରେ ଘରେ ଥିବା ବେଳେ ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ ଆଦି କରିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ଏହାହିଁ ଆପଣଙ୍କୁ ଏକ ଯନ୍ତ୍ରଣାମୁକ୍ତ ଜୀବନ ଜିଇବାରେ ସାହାଯ୍ୟ କରିବ।

ଏକ ଗୁରୁତ୍ୱପୂର୍ଣ୍ଣ କଥା ମନେରଖନ୍ତୁ। ଯଦି ପିଠି ଯନ୍ତ୍ରଣା ଅଧିକ ହେଉଛି, ତେବେ ବାରମ୍ବାର ପେନ୍‌କିଲର ଖାଇ ଏହାକୁ କମାଇବାକୁ ଚେଷ୍ଟା ନ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଆରମ୍ଭ କରନ୍ତୁ। ନଚେତ୍‌ ସାମାନ୍ୟ ଅବହେଳାରୁ ଆପଣଙ୍କୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri