ପିଠି ଯନ୍ତ୍ରଣା ହେଉଥିଲେ ଏସବୁ ଉପାୟ ଲାଭଦାୟକ…

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳୁଛି। ଯଦିଓ ଏଥିପାଇଁ ବିଭିନ୍ନ କାରଣ ରହିଛି, ତଥାପି ବିଶେଷକରି ଡେସ୍କ ଜବ୍‌ କରୁଥିବା ଯୁବତୀଯୁବକମାନେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସିରହିବା ଏଥିପାଇଁ ମୁଖ୍ୟତଃ ଦାୟୀ। ଯଦି ଆପଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଏଥିରୁ ଦୂରେଇ ରହିବା ଲାଗି କେଉଁସବୁ ଉପାୟ ଲାଭଦାୟକ ଜାଣିରଖନ୍ତୁ ସେ ସମ୍ପର୍କରେ…

ଅଣ୍ଟା, ବେକ ଆଦି ବିନ୍ଧା ହେବାର ସବୁଠାରୁ ବଡ଼ କାରଣ ହେଉଛି ଭୁଲ୍‌ରେ ବସିବା ଶୈଳୀ। ତେଣୁ ଅଫିସ୍‌ରେ ହେଉ ଅବା ଘରେ, କମ୍ପ୍ୟୁଟର୍‌ରେ କାମ କରିବା ବେଳେ ନିଜର ବସିବା ଶୈଳୀ ଠିକ୍‌ ରଖନ୍ତୁ। ଅନେକେ ବସିବା ସମୟରେ ଆରାମ ଲାଗିବା ଆଳରେ ଜାକି ହୋଇ ବସନ୍ତି। ହେଲେ ଡେସ୍କ ଜବ୍‌ରେ ଦୀର୍ଘ ସମୟ ଏପରି ବସିବା ଫଳରେ ବେକ, ପିଠି, ଅଣ୍ଟା ଜାକି ହୋଇ ରହିବା ଯୋଗୁ ମେରୁଦଣ୍ଡରେ ଚାପ ପଡ଼ିଥାଏ ଏବଂ ବିନ୍ଧା ହୋଇଥାଏ। କେବଳ ଏତିକି ଅଧିକ ସମୟ ଏପରି ପୋଜିଶନ୍‌ରେ ରହିବା ଯୋଗୁ ସ୍ପଣ୍ଡିଲାଇଟିସ୍‌ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ। ତେଣୁ ପିଠିକୁ ସିଧା ରଖି ବସନ୍ତୁ ଏବଂ ଗୋଡ଼ ଯେପରି ତଳେ ସିଧା ଲାଗୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

କାମ କରିବା ବେଳେ ପିଠି ଯନ୍ତ୍ରଣା ହେଉଛି, ତେବେ ଏଥିପାଇଁ ଚେୟାର ମଧ୍ୟ କେତେକାଂଶରେ ଦାୟୀ। ତେଣୁ ଏପରି ଚେୟାର ବାଛନ୍ତୁ, ଯେଉଁଥିରେ ବସିଲେ ନା କେବଳ ଆରାମ ଲାଗିବ ବରଂ ବେକ, ପିଠି, ଅଣ୍ଟା ଜାକି ନ ହୋଇ ସିଧା ରହୁଥିବ। ଯଦି ଅଫିସ୍‌ରେ ଏପରି ଚେୟାର ନାହିଁ, ତେବେ ଆପଣ ପିଠିକୁ ସପୋର୍ଟ ଦେବା ଲାଗି ଚେୟାର୍‌ରେ ଏକ ତକିଆ ରଖି ବସିପାରିବେ।

ଡେସ୍କଟପ୍‌ ହେଉ ଅବା ଲ୍ୟାପ୍‌ଟପ୍‌କୁ ଟେବୁଲ୍‌ ଉପରେ ଏପରି ରଖନ୍ତୁ, ଯେପରି ଏହାର ସ୍କ୍ରିନ୍‌ ଆପଣଙ୍କ ଆଖି ସହ ସମାନ୍ତରାଳ ଭାବେ ରହିବ। ନଚେତ୍‌ ତଳୁଆ କିମ୍ବା ଅଧିକ ଉଚ୍ଚାରେ ଥିଲେ ମୁଣ୍ଡ ନୁଅଁାଇବା ଅବା ଉଠାଇ ଦୀର୍ଘ ସମୟ କାମ କରିବା ଦ୍ୱାରା ବେକରେ ଚାପ ପଡ଼ି ଖୁବ୍‌ ଯନ୍ତ୍ରଣା ହୋଇଥାଏ।

ଯନ୍ତ୍ରଣା ହେଉଥିଲେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହି କାମ ନ କରି ମଝିରେ ମଝିରେ ସିଟ୍‌ରୁ ଉଠି ଅଳ୍ପ ଚାଲନ୍ତୁ ଏବଂ ହାତ ଉଠାଇବା, ବେକ ଏବଂ ପିଠିକୁ ରିଲାକ୍ସ କରିବା ଭଳି ହାଲୁକା ଏକ୍ସରସାଇଜ୍‌ କରନ୍ତୁ। ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବା ସହ ମାଂସପେଶୀ ମଧ୍ୟ ରିଲାକ୍ସ ହେବ ଏବଂ ଯନ୍ତ୍ରଣା ଦୂର ହେବ।

ଜବ୍‌ କରୁଥିଲେ ଅଫିସ୍‌ ସମୟ ପରେ ଘରେ ଥିବା ବେଳେ ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ ଆଦି କରିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ଏହାହିଁ ଆପଣଙ୍କୁ ଏକ ଯନ୍ତ୍ରଣାମୁକ୍ତ ଜୀବନ ଜିଇବାରେ ସାହାଯ୍ୟ କରିବ।

ଏକ ଗୁରୁତ୍ୱପୂର୍ଣ୍ଣ କଥା ମନେରଖନ୍ତୁ। ଯଦି ପିଠି ଯନ୍ତ୍ରଣା ଅଧିକ ହେଉଛି, ତେବେ ବାରମ୍ବାର ପେନ୍‌କିଲର ଖାଇ ଏହାକୁ କମାଇବାକୁ ଚେଷ୍ଟା ନ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଆରମ୍ଭ କରନ୍ତୁ। ନଚେତ୍‌ ସାମାନ୍ୟ ଅବହେଳାରୁ ଆପଣଙ୍କୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?