ହିରୋର ପ୍ରିମିୟମ ମଡେଲ ‘ଜୁମ୍‌’ର ଅନାବରଣ

କଟକ,୧୬।୨:ଦେଶର ପ୍ରମୁଖ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପର ପ୍ରିମିୟମ ମଡେଲ ‘ଜୁମ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସ୍କୁଟର ବର୍ଗରେ ପରବର୍ତ୍ତୀ ଜ୍ଞାନକୌଶଳକୁ ପରିବର୍ଦ୍ଧିତ କରିବା ଲାଗି କମ୍ପାନୀ ତା’ର ନୂଆ ୧୧୦ ସିସି ଜୁମ୍‌ ସ୍କୁଟରର ବଜାର ପ୍ରବେଶ କରାଇଛି। ଏହି ପରିପ୍ରେକ୍ଷୀରେ ଜେଏମ୍‌ଜି ଅଟୋମୋବାଇଲ୍ସ ପକ୍ଷରୁ ଏହାର ଅନାବରଣ କରାଯାଇଛି। ଏହି ଅବସରରେ ଜେଏମ୍‌ଜି ଅଟୋମୋବାଇଲ୍ସର ଏମ୍‌ଡି ପ୍ରଦୀପ ଅଗ୍ରଓ୍ବାଲଙ୍କ ସମେତ ଉଭୟ ହିରୋ ମୋଟୋକର୍ପ ଓ ଜେଏମ୍‌ଜି ଅଟୋମୋବାଇଲ୍ସର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ସନ୍ନି ମୋଟର୍ସ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଅନାବରଣ କରାଯାଇଥିଲା। ଏହି ଅବସରରେ ସନ୍ନି ମୋଟର୍ସର ମ୍ୟାନେଜିଂ ପାର୍ଟନର ଅର୍ସଦୀପ ସିଂହଙ୍କ ସମେତ ଅନମୋଲ ଅନୁପମା ଏବଂ ତନ୍ମୟ ଦେ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଏସେନ ଅଟୋମୋବାଇଲ୍ସ ପରିସରରେ ମଧ୍ୟ ଆୟୋଜିତ ଉନ୍ମୋଚନ କାର୍ଯ୍ୟକ୍ରମରେ ନ୍ୟୁ ହିରୋ ଜୁମ୍‌’ର ଅନାବରଣ କରାଯାଇଛି। ଏହି ଅବସରରେ ଏସେନ ଅଟୋମୋବାଇଲ୍ସର ପ୍ରୋପ୍ରାଇଟର ହେମନ୍ତ ଠକ୍କର, ସୌରଭ ଠକ୍କର, ଅପର୍ତ୍ତି ବଡ଼ଜେନା, ତନ୍ମୟ ଦେ, ଅନମୋଲ ଅନୁପମାଙ୍କ ସମେତ ଶୋ’ରୁମ୍‌ର ଜିଏମ୍‌ ନାରାୟଣ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ସ୍କୁଟର ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ପାଇଁ କର୍ନର ବେଣ୍ଡ ଲାଇଟ୍‌ ସହ ଇଣ୍ଟେଲଜେଣ୍ଟ କର୍ନରିଂ ଲାଇଟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏପରିକି ଉକ୍ତ ସେଗ୍‌ମେଣ୍ଟରେ ପ୍ରଥମ ଥର ପାଇଁ ବୃହତ୍‌ ଏବଂ ଚଉଡ଼ା ଟାୟାରକୁ ସାମିଲ କରାଯାଇଛି। ଏଥିରେ ଶକ୍ତିଶାଳୀ ଇଞ୍ଜିନ ବିଏସ୍‌-୬ ଆଇ ୩ ଏସ୍‌ ଜ୍ଞାନକୌଶଳ ଆଦି ବୈଶିଷ୍ଟ୍ୟ ରହିଛି। ଏଥିରେ ଡିଜିଟାଲ ସ୍ପିଡୋମିଟର ବ୍ଲୁ ଟୁଥ୍‌ କନେକ୍ଟିଭିଟି ଏବଂ ସାଇଡ ଷ୍ଟାଣ୍ଡ୍‌ ଇଞ୍ଜିନ କଟ୍‌ ଅଫ ଆଦି ସାମିଲ ରହିଛି। ଏହା ବିଶେଷକରି ୩ଟି ଭାରିଆଣ୍ଟ ଏବଂ ୫ଟି ସ୍ପୋର୍ଟିଂ ରଙ୍ଗରେ ଉପଲବ୍ଧ।
ଏ ସମ୍ପର୍କରେ ହିରୋ ମୋଟୋକର୍ପର ଚିଫ୍‌ ଗ୍ରୋଥ୍‌ ଅଫିସର ରଞ୍ଜିଭଜିତ ସିଂ କହିଛନ୍ତି, ବିଗତ ବର୍ଷରେ ହିରୋ ମୋଟୋକର୍ପ ଆଇକନିକ୍‌ ବ୍ରାଣ୍ଡ୍‌ର ବଜାର ପ୍ରବେଶ କରାଇଛି, ଯାହାଦ୍ୱାରା କମ୍ପାନୀ ଗ୍ରାହକଙ୍କ ସହ ଯୋଗାଯୋଗରେ ରହିପାରିଛି। ଭାରତର ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ହିରୋ ମୋଟୋକର୍ପ ପକ୍ଷରୁ ଜୁମ୍‌ର ବଜାର ପ୍ରବେଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri