ଯୁଦ୍ଧରେ ଶାନ୍ତିର ନାୟିକା

ଆଫଗାନିସ୍ତାନକୁ ସ୍ତବ୍ଧ କରିଦେଇଛି ୩ ମହିଳା ଗଣମାଧ୍ୟମ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା। ତେଣୁ ତାଲିବାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିରେ ଆଫ୍‌ଗାନ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ବ୍ୟବସ୍ଥା ନାହିଁ ବୋଲି ଏମ୍‌ପି ଫୱଜିଆ ଖୁଫି ଚିନ୍ତିତ। ୪୦ ବର୍ଷ ଧରି ଯୁଦ୍ଧ ପ୍ରଭାବିତ ଏହି ଦେଶରୁ ଆମେରିକୀୟ ସେନା ପ୍ରତ୍ୟାହାର ସମୟ ପାଖେଇ ଆସୁଥିବାବେଳେ ରାଜନୀତିରେ ତାଲିବାନର ପ୍ରଭାବ ପୁଣି ବଢ଼ିବା ନେଇ ସେ ଆଶଙ୍କା କରୁଛନ୍ତି। ତାଲିବାନ ବିରୋଧୀ ଭାବେ ଜଣାଶୁଣା ଫୱଜିଆ ଖୁଫି ଗତ ଅଗଷ୍ଟରେ ଦୋହାକୁ ଶାନ୍ତି ପ୍ରକ୍ରିୟାରେ ଭାଗନେବା ପାଇଁ ଯିବା ପୂର୍ବରୁ ହତ୍ୟାର ଶିକାର ହେଉ ହେଉ ବର୍ତ୍ତି ଯାଇଥିଲେ। ସରକାର ତାଙ୍କୁ ଶାନ୍ତି ଆଲୋଚନା ପାଇଁ ମଧ୍ୟସ୍ଥ ନିଯୁ୍‌କ୍ତ କରିଛନ୍ତି। ଫୱଜିଆଙ୍କ ବାପା ମଧ୍ୟ ଜଣେ ଏମ୍‌ପି ଥିଲେ, ଯାହାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

ଏସବୁକୁ ଡରେନାହିଁ

ନିକଟରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆ କମେଣ୍ଟ ବକ୍ସରେ ଶହନାଜ ଗିଲଙ୍କୁ ଏସିଡ୍‌ ଆକ୍ରମଣର ଧମକ ଦେଇଥିଲେ। ଏବେ ଏହା ଉପରେ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଆସିଯାଇଛି। ‘ବଲିଉଡ୍‌ ହଙ୍ଗାମା’କୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଏସବୁକୁ ମୁଁ ଡରେନାହିଁ। ଖରାପ କାମ କରୁଥିବା ବ୍ୟକ୍ତି ନିଜର ହିଁ କ୍ଷତି କରିଥାଆନ୍ତି। ବିଗ୍‌ବସ୍‌ ୧୩ରୁ ସାରା ଦେଶରେ ନାଁ କମାଇଥିବା ଶହନାଜଙ୍କୁ ଫ୍ୟାନ୍‌ମାନେ ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଆଖ୍ୟା ଦେଇଛନ୍ତି। ଏବେ ସେ କାନାଡାରେ ଅଛନ୍ତି। ଦିଲ୍‌ଜିତ୍‌ ଦୋସାଞ୍ଜଙ୍କ ସହ ନିଜ ଅପ୍‌କମିଂ ପ୍ରୋଜେକ୍ଟର ଶୁଟିଂ କରୁଛନ୍ତି।

ଲାଠି ପୂରାଇଥିଲା ପୋଲିସ

ପୋଲିସ ମୋତେ ଜୋତା ମାରିଥିଲା, ମୋ ସମ୍ବେଦନଶୀଳ ଅଙ୍ଗରେ ଲାଠି ପୂରାଇଥିଲା। ପ୍ରବଳ ରକ୍ତ ବହୁଥିଲା। ସେଠାରେ କେହି ଜଣେ ହେଲେ ଲେଡି ଅଫିସର ନ ଥିଲେ। କୃଷକ ଓ ଶ୍ରମିକମାନଙ୍କ ପାଇଁ ଲଢ଼େଇ କରୁଥିବା ୨୪ ବର୍ଷୀୟା ଦଳିତ ଅଧିକାର କର୍ମୀ ନୋଦୀପ କୌର ଏମିତି ବୟାନ କରିଛନ୍ତି ଅଙ୍ଗେ ନିଭାଇଥିବା ହାଜତ ନିର୍ଯାତନାର କଥା। ନୋଦୀପ ପୁଣି ଫେରିଛନ୍ତି ସେହି ସିଙ୍ଘୁ ସୀମାକୁ, ଯେଉଁଠୁ ପୋଲିସ ତାଙ୍କୁ ଗିରଫ କରି ୪୬ ଦିନ ହାଜତରେ ରଖିଥିଲା। ମୁଁ ଜାମିନ ପାଇବାରେ ନୁହେଁ, କୃଷକମାନଙ୍କ ଦାବି ପୂରଣ ହେଲେ ଯାଇ ପ୍ରକୃତ ବିଜୟ ମିଳିବ ବୋଲି କହିଛନ୍ତି ନୋଦୀପ।

ମେଘାନ୍‌ଙ୍କ ବିଜୟ

ମେଘାନ୍‌ ମର୍କେଲଙ୍କ ହାଇପ୍ରୋଫାଇଲ ପ୍ରିଭେସି ମାମଲାରେ ଆସୋସିଏଟେଡ୍‌ ନ୍ୟୁଜ୍‌ପେପର୍ସ ହାରିଯାଇଛି। ତେଣୁ ମେଘାନ୍‌ଙ୍କ ଆଇନଗତ ବିଜୟକୁ ସ୍ବୀକାର କରି ପ୍ରଥମ ପୃଷ୍ଠାରେ ଏକ ବିବୃତି ଛାପିବା ପାଇଁ ହାଇକୋର୍ଟ ଜଜ୍‌ ମାର୍କ ୱାର୍ବି ଉକ୍ତ ଖବରକାଗଜକୁ ନିର୍ଦ୍ଦେଶ ଦେଇଛନ୍ତି। ଡଚେସ୍‌ ଅଫ୍‌ ସସେକ୍ସ ମେଘାନ୍‌ ବାପା ଥୋମୋସ୍‌ ମର୍କେଲଙ୍କୁ ୨୦୧୮ରେ ଲେଖିଥିବା ଏକ ଚିଠିର କିଛି ଅଂଶକୁ ଆସୋସିଏଟେଡ୍‌ ନ୍ୟୁଜ୍‌ପେପର୍ସ ପ୍ରକାଶ କରି ତାଙ୍କ ପ୍ରିଭେସି ଓ କପିରାଇଟ୍‌ ଉଲ୍ଲଂଘନ କରିଥିବା ଅଭିଯୋଗ ନିକଟରେ ପ୍ରମାଣିତ ହୋଇଛି। ମେଘାନ୍‌ ହେଉଛନ୍ତି ବ୍ରିଟେନ ମହାରାଣୀ କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନାତି ପ୍ରିନ୍ସ ହେରିଙ୍କ ସ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri