ଭେଇକିଲ ସ୍କ୍ରାପିଂରେ ମିଳିବ ରିହାତି

ନୂଆଦିଲ୍ଲୀ: ପୁରୁଣା ଯାନ ସ୍କ୍ରାପିଂ କରି ନୂଆ ଯାନ କିଣିବାକୁ ଥିବା ଗ୍ରାହକଙ୍କୁ ରିହାତି ମିଳିବ। ନୂଆ ଭେଇକିଲ ସ୍କ୍ରାପିଂ ନୀତି ଅନୁସାରେ ପୁରୁଣା ଯାନ ବାଦ ଦେଇ ନୂଆ ଯାନ କ୍ରୟ କ୍ଷେତ୍ରରେ ଅଟୋମୋବାଇଲ କମ୍ପାନୀଗୁଡିକ ୫% ରିହାତି ପ୍ରଦାନ କରିବେ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ୍‌କରୀ ଏ ନେଇ ରବିବାର ସୂଚନା ଦେଇଛନ୍ତି। ୨୦୨୧-୨୨ ସାଧାରଣ ବଜେଟରେ କେନ୍ଦ୍ର ସରକାର ନୂଆ ସ୍ବେଚ୍ଛାକୃତ ଭେଇକିଲ ସ୍କ୍ରାପିଂ ନୀତି ସମ୍ପର୍କରେ ଘୋଷଣା କରିଥିଲେ। ବ୍ୟକ୍ତିଗତ ଯାନଗୁଡିକ ଲାଗି ୨୦ ବର୍ଷରେ ଫିଟନେସ ଟେଷ୍ଟ ଏବଂ ବାଣିଜି୍ୟକ ଯାନ କ୍ଷେତ୍ରରେ ୧୫ ବର୍ଷରେ ଫିଟନେସ ଟେଷ୍ଟ କରାଇବା ଲାଗି ନିୟମ ରହିଛି।
ନୂଆ ସ୍କ୍ରାପିଂ ନୀତିକୁ ଉତ୍ସାହିତ କରିବା ଲାଗି ସରକାର ଏଭଳି ଏକ ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରିଥିବା ଗଡକରୀ କହିଛନ୍ତି। ସେହିଭଳି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନଗୁଡିକ ଉପରେ ଗ୍ରୀନ ଟିକସ ଲଗାଇବା ଲାଗି ସରକାର ଯୋଜନା ରଖିଛନ୍ତି। ସ୍ବୟଂକ୍ରିତ ଫାସିଲିଟିରେ ଯାନଗୁଡିକ ଲାଗି ବାଧ୍ୟତାମୂଳକ ଫିଟନେସ କରାଇବା ନିୟମ ରହିଛି। ସାରା ଦେଶରେ ଏଭଳି ସେଣ୍ଟର ସ୍ଥାପନ କରିବା ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଗଡକରୀ ମତପ୍ରକାଶ କରିଛନ୍ତି। ପିପିପି ମୋଡରେ ଏହି ସେଣ୍ଟର ସବୁ ସ୍ଥାପନ କରାଯିବ। ସେହିଭଳି ସ୍କ୍ରାପିଂ ସେଣ୍ଟର ଲାଗି ସରକାର ଘରୋଇ ପାର୍ଟନର ଏବଂ ରାଜ୍ୟ ସରକାରଗୁଡିକୁ ସହାୟତା ଯୋଗାଇ ଦେବେ।
ସେହିଭଳି ଅଟୋମେଟେଡ ଟେଷ୍ଟରେ ବିଫଳ ହେଉଥିବା ଯାନଗୁଡିକ ଉପରେ ବୃହତ୍‌ ପରିମାଣର ଜରିମାନା ଲଗାଯିବ। ଲୋକମାନେ ନୂଆ ଯାନ ବ୍ୟବହାର କଲେ ଦେଶରେ ଅଟୋମୋବାଇଲ ଶିଳ୍ପକୁ ପ୍ରୋତ୍ସାହନ ହେବ। ଏହି ଶିଳ୍ପରେ ନୂଆ ନିବେଶ ଏବଂ ନିଯୁକ୍ତି ବୃଦ୍ଧି ପାଇବ ବୋଲି ଗଡକରୀ ଆଶାବାଦି ରହିଛନ୍ତି। କୋଭିଡ ଯୋଗୁ ଅଟୋମୋବାଇଲ ଶିଳ୍ପ ସଙ୍କଟ ଦେଇ ଗତି କରୁଛି। ବର୍ତ୍ତମାନ ଅଟୋମୋବାଇଲ ଶିଳ୍ପର ମୋଟ କାରବାର ୪ରୁ ୫ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଏହା ଆଗାମୀ କିଛି ବର୍ଷରେ ୧୦ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆଶା କରାଯାଉଛି। ସେହିଭଳି ରପ୍ତାନିକୁ ୩ ଲକ୍ଷ କୋଟିରେ ପହଞ୍ଚାଇବା ଦିଗରେ ବର୍ତ୍ତମାନ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri