କେନ୍ଦ୍ରାପଡ଼ା ଜିଲାରେ ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨୩ା୨: ରାଜ୍ୟ ସରକାରଙ୍କ ସର୍ଭେ ରିପୋର୍ଟରେ କେନ୍ଦ୍ରାପଡ଼ା ଜିଲାର କୌଣସି ବ୍ଲକ ଅଞ୍ଚଳରେ ପିଇବାକୁ ଉପଯୁକ୍ତ ପାଣି ନାହିଁ । ଏହି ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେଉଛି । ୯ ବ୍ଲକ ଅଞ୍ଚଳ ମଧ୍ୟରୁ ୪ଟିରେ ଭୂତଳ ଜଳ ସଙ୍କଟ ଅଛି । ଅବଶିଷ୍ଟ ୫ ବ୍ଲକରେ ଏହି ସମସ୍ୟା ଗୁରୁତର ହୋଇଛି । ୨୦୧୯ରେ ଜଳ ଜୀବନ ମିଶନରେ କେନ୍ଦ୍ରାପଡ଼ା ଜିଲା ସାମିଲ ହୋଇଛି । ତେବେ ଗତ ୪ ବର୍ଷ ମଧ୍ୟରେ ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ଏକମାତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡରା ପଞ୍ଚାୟତରେ ଥିବା ୪୦୩ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହେଉଛି । ସେହିପରି ଜିଲାର ୧୫୯୨ ରାଜସ୍ବ ଗ୍ରାମରୁ ମାତ୍ର ୧୧୯ ଗ୍ରାମକୁ ଜଳ ଯୋଗାଣ ହେଉଛି । ତାହା ମଧ୍ୟ ଗ୍ରାମର ସମସ୍ତ ଘର ପର୍ଯ୍ୟନ୍ତ ପହଞ୍ଚତ୍ ପାରିନାହିଁ । ଏପରି ତଥ୍ୟ ରାଜ୍ୟ ସରକାରଙ୍କ ୱାଟର ରିସୋର୍ସ ସର୍ଭେ ରିପୋର୍ଟ ଓ ଜଳଜୀବନ ମିଶନ ତଥ୍ୟରୁ ସୂଚନା ମିଳିଛି । ଏବେ ପାନୀୟ ଜଳ ବିନା ଏହି ଜିଲା ମରୁଭୂମି ପାଲଟିବା ଆଶଙ୍କା ପ୍ରକଟ କରାଯାଇଛି ।

ରାଜ୍ୟ ସଭାର ଏକ ପ୍ରଶ୍ନର ଉତ୍ତର ପାଇଁ ଗତ ଫେବୃୟାରୀ ୨୧ରେ ରାଜ୍ୟ ସରକାରଙ୍କ ୱାଟର ରିସୋର୍ସ ବିଭାଗ ପକ୍ଷରୁ ବିଭାଗୀୟ ସହକାରୀ ସଚିବ ସୁବ୍ରତ କୁମାର ପଣ୍ଡା ଚିଠି (ନଂ- ୪୮୯୧) କରିଛନ୍ତି । ଏଥିରେ ବିଭାଗ ପକ୍ଷରୁ ଦର୍ଶାଯାଇଛି, ଏହି ଜିଲାର ଲୁଣାଞ୍ଚଳ ଚିହ୍ନଟ ପାଇଁ ସର୍ଭେ ହୋଇଛି । ଜିଲାର ରାଜନଗର, ରାଜକନିକା, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଭୂତଳ ଜଳ ଦୁର୍ବଳ ଥିବାରୁ ସମ୍ପୂର୍ଣ୍ଣ ଲୁଣା ପାଣି ବାହାରୁଛି । ସେହିପରି ଜିଲାର ଅବଶିଷ୍ଟ ଆଳି ବ୍ଲକ ଅଞ୍ଚଳର ୨୨୮୦୫ ହେକ୍ଟର ମଧ୍ୟରୁ ୧୯୯୫୨ ହେକ୍ଟର ଅଞ୍ଚଳରେ ଭୂଗର୍ଭ ଜଳ ଭାରି ଦୁର୍ବଳ । ଏଥିସହ ଡେରାବିଶ ବ୍ଲକ ଅଞ୍ଚଳର ୧୭୪୧୬ ହେକ୍ଟର ମଧ୍ୟରୁ ୯୮୮୮ ହେକ୍ଟର, ଗରଦପୁରର ୧୪,୫୮୮ ହେକ୍ଟର ମଧ୍ୟରୁ ୫୫୦ ହେକ୍ଟର, କେନ୍ଦ୍ରାପଡ଼ାର ୨୪୮୦୩ ହେକ୍ଟର ମଧ୍ୟରୁ ୧୮୭୫୦ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୨୮୨୪୨ ହେକ୍ଟର ଅଞ୍ଚଳ ମଧ୍ୟରୁ ୧୬୯୭୨ ହେକ୍ଟର ଅଞ୍ଚଳରେ ଭୂଗର୍ଭ ଜଳ ସ୍ଥିତି ଉଦ୍‌ବେଗଜନକ ରହିଛି । ରାଜ୍ୟ ସରକାରଙ୍କ ଏହି ସର୍ଭେ ରିପୋର୍ଟ ଜିଲାବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ଜଳ ଜୀବନ ମିଶନର ନଳ ଭିତରେ ଜଳ ଯୋଜନା ସ୍ଥିତି ଆହୁରି ସଙ୍ଗିନ ହୋଇଛି । ଏହାର ତଥ୍ୟ ଅନୁଯାୟୀ କୌଣସି ବ୍ଲକ ଅଞ୍ଚଳରେ ଏହି ମିଶନ ଶତ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । କେବଳ ଅଣ୍ଡରା ପଞ୍ଚାୟତକୁ ଜଳ ଯୋଗାଣ ହୋଇଛି ା ସେହିପରି ଏହି ମିଶନରେ ଯେଉଁ ୧୧୯ ଗ୍ରାମରେ ପାଇପ ଯୋଗେ ପାଣି ଯାଉଥିବା ଦର୍ଶାଯାଇଛି, ସେଥିରେ ମଧ୍ୟ ସମସ୍ତଙ୍କ ନିକଟରେ ପହଞ୍ଚତ୍ ନାହିଁ ।

ଏ ସମ୍ପର୍କରେ ରାଜକନିକାର ସ୍ବରାଜ ଦାସ, ପଟ୍ଟାମୁଣ୍ଡାଇର ଡ. ପି.ଏନ. ଗୌରାଙ୍ଗ, କେନ୍ଦ୍ରାପଡ଼ାର ଡା. ମିଲନ କୁମାର, ଡେରାବିଶର ଶିବାଶିଷ ମହାନ୍ତି, ମାର୍ଶାଘାଇର ପ୍ରତାପ କୁମାର ମହାନ୍ତି କହିଛନ୍ତି, ଉପକୂଳ କେନାଲ, ଜଳ ସଂରକ୍ଷଣ, ନଦୀ ଜଳର ସୁପରିଚାଳନା ଆଦି ଯୋଜନା ନ ଥିବାରୁ ଆସନ୍ତା ୧୦ ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ମରୁଭୂମି ପାଲଟିବାକୁ ଯାଉଛି । କେନ୍ଦ୍ରାପଡ଼ାର ଏହି ଜଳ ସଙ୍କଟରୁ ମୁକୁଳିବା ପାଇଁ ରାଜ୍ୟର ଏକମାତ୍ର ଜିଲା ଭାବେ ପ୍ରଥମ ପର୍ଯ୍ୟାୟରେ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଏହି ଅଭିଯାନ ଗ୍ରୀନ ମହାନଦୀ ଯୋଜନା ପରି କାଗଜପତ୍ରରେ ସୀମିତ ଅଛି । ବିଭିନ୍ନ ସ୍ଥାନରେ ପାଣି ରୋକା ଯାଉଥିବାରୁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ଜିଲାରେ ପ୍ରବାହିତ ନଦୀ ଖରାଦିନ ଆରମ୍ଭରୁ ଶୁଖି ଯାଉଛି । ଏହାର କାରଣ ଖୋଜା ନ ଯାଇ ନଦୀରୁ ବିଭିନ୍ନ ଶିଳ୍ପ ଓ ପ୍ରକଳ୍ପ ପାଇଁ ଜଳ ଯୋଗାଣ ହେଉଛି । ଏପରି କି ରାଜକନିକା ବ୍ଲକରେ ଭୂତଳ ଜଳ ସଙ୍କଟ ଦେଖାଦେଇଥିବା ବେଳେ ଏଠାରେ ପ୍ରବାହିତ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ତିହିଡି, ଧାମନଗର ଓ ବାସୁଦେବପୁର ଅଞ୍ଚଳକୁ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ତପତ୍ର ହେଉଛନ୍ତି। ପ୍ରଶାସକ ଓ ରାଜନେତାଙ୍କ ପାଇଁ ଏହି ଜିଲାରେ ପାନୀୟ ଜଳ ସଙ୍କଟ ଗୁରୁତର ହୋଇଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଯାଉଛି। ସେହିପରି ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri