ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତଙ୍କ କ୍ଷେତ୍ରରେ ଘଟିଥିଲା ଏକ ଅଜବ ସଂଯୋଗ। ମୀରା ମାତ୍ର ୭ ଘଣ୍ଟାର ସାକ୍ଷାତ ପରେ ଶାହିଦଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଏବେ ସେ ଶାହିଦଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି।
ତେବେ ମୀରା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମଜାଳିଆ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଆପଣ ଯେଉଁଠାରେ ବିବାହ କରିବାକୁ ଯାଉଛନ୍ତି, ସେ ଘର ଆପଣଙ୍କ ପାଇଁ କେତେ ସୁରକ୍ଷିତ ତାହା ଉପରେ ନିଶ୍ଚୟ ବିଚାର କରନ୍ତୁ। ତାଙ୍କ ହିସାବରେ ବିବାହ ପୂର୍ବରୁ ୫ଟି କଥା ପ୍ରତି ବିଶେଷ ଧ୍ୟାନ ହେବା ଉଚିତ୍‌। ଜାଣିବା ସେ ବିଷୟରେ…
୧. ବିବାହ ପୂର୍ବରୁ ଭାବି ସ୍ବାମୀଙ୍କ ସହ କଥା ହେବା ଆବଶ୍ୟକ। ତେବେ ଏହି ସମୟରେ ସେମାନଙ୍କ ପୂର୍ବତନ ପ୍ରେମିକା ବିଷୟରେ ପ୍ରଶ୍ନ କରିବା ଅନୁଚିତ। କାରଣ ଏପରି କଲେ ସୁଖୀ ଦାମ୍ପତ୍ୟ ଜୀବନ ଆରମ୍ଭ ହେବା ପୂର୍ବରୁ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ।
୨. ନିର୍ବଦ୍ଧରୁ ବିବାହ ପର୍ଯ୍ୟନ୍ତ ସମୟ ସବୁଠାରୁ ସ୍ବତନ୍ତ୍ର। ଏହି ସମୟରେ ଭାବି ସ୍ବାମୀଙ୍କଠାରୁ କିଛି ଡିମାଣ୍ଡ କରିବା ଉଚିତ ନୁହେଁ।
୩. ବିବାହ ପୂର୍ବରୁ ପୁଅ ଓ ଝିଅ ଘର ମଧ୍ୟରେ ସବୁବେଳେ ଯିବାଆସିବା ଲାଗି ରହିଥାଏ। ତେଣୁ ଏହି ସମୟରେ ଶାଶୁଘର ଲୋକଙ୍କ ପ୍ରକୃତି ବିଷୟରେ ବୁଝିବାକୁ ଚେଷ୍ଟା କରନ୍ତୁ। ସେମାନଙ୍କ ପସନ୍ଦ, ନାପସନ୍ଦକୁ ଜାଣନ୍ତୁ।
୪. ପୁଅକୁ ବୁଝିବା ପାଇଁ ବିବାହ ପୂର୍ବରୁ ଏକ କାଜୁଆଲ ସାକ୍ଷାତକାର ରଖନ୍ତୁ।
୫. ସର୍ବପ୍ରଥମେ ପୁଅର ଭଉଣୀ ସହ ଭଲ ସମ୍ପର୍କ ରଖିବା ଆବଶ୍ୟକ। କାରଣ ନଣଦ-ଭାଉଜ ସମ୍ପର୍କ ଭଲ ରହିଲେ ପରିବାରରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରହିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri