ମଧୁମେହର ଆୟୁର୍ବେଦୀୟ ଉପଚାର

ମଧୁମେହ ବା ଡାଇବେଟିସ୍‌! ଏହା ଏକ ଭୟଙ୍କର ରୋଗର ନାମ, ଯିଏ କି ନୀରବ ଘାତକ ସଦୃଶ ଅନ୍ୟାନ୍ୟ ରୋଗ ଯଥା ଉଚ୍ଚ ରକ୍ତଚାପ, ଚକ୍ଷୁ, କିଡ୍‌ନୀ, ଲିଭର, ହାର୍ଟଜନିତ ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ବର୍ତ୍ତମାନ ଆମ ଦେଶକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି ସମ୍ବୋଧନ କରାଯାଉଛି। ଏହି ରୋଗ ଆବାଳ ବୃଦ୍ଧବନିତା ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି। ପୂର୍ବରୁ ସହରର ଚାକଚକ୍ୟ ପରିବେଶରେ ବାସ କରୁଥିବା ସ୍ବଚ୍ଛଳ ପରିବାର ଏହାଦ୍ୱାରା ଆକ୍ରାନ୍ତ ହେଉଥିବା ବେଳେ ଏବେ ପରିଶ୍ରମୀ, ସ୍ବଳ୍ପ ଆୟବ୍ୟକ୍ତି, ଗରିବ ଏପରି କି ଖାଇବାକୁ ପାଉ ନ ଥିବା ବ୍ୟକ୍ତିଙ୍କଠାରେ ଏହି ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଲାଣି। ଏହି ରୋଗ ଦ୍ୱାରା ଆକ୍ରନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଆୟୁର୍ବେଦୀୟ ଶାସ୍ତ୍ରରେ ମାଧବ ନିଦାନରେ ବର୍ଣ୍ଣିତ ପ୍ରମେହ କୋଡିଏ ପ୍ରକାର କଫଜ, ଦଶ ପ୍ରମେହ ଔଷଧ ଚିକିତ୍ସା ଦ୍ୱାରା ସାଧ୍ୟ ଅଟେ। ସେଥିମଧ୍ୟରୁ ଉଦକମେହ (ଡାଇବେଟିସ୍‌ ଇନ୍‌ସିପିଡସ୍‌), ଯେଉଁଥିରେ କିଡ୍‌ନୀକୁ ଅଧିକ କ୍ରିୟାଶୀଳ କରୁଥିବା ଜଳ, ଚା ଓ ଆକସ୍ମିକ ମାନସିକ ଆଘାତ କାରଣରୁ ମୂତ୍ରକ ଦ୍ରବ୍ୟ ସେବନ ଦ୍ୱାରା କିଛି ସମୟ ପାଇଁ ଅସ୍ଥାୟୀ ରୂପରେ ହୋଇଥାଏ। ମାତ୍ର ସ୍ଥାୟୀ ରୂପରେ ଜୀର୍ଣ୍ଣ ବୃକକ୍‌ ଶୋଥ, ପୀୟୂଷ ଗ୍ରନ୍ଥି ବିକୃତି ଓ ଧମନୀର ଆଭ୍ୟନ୍ତର ରକ୍ତ ଭାର ବୃଦ୍ଧି ହେବା ଦେଖାଯାଏ। ଅନ୍ୟଟି ହେଲା ଇକ୍ଷୁମେହ ବା ‘ଡାଇବେଟିସ୍‌ ମେଲିଟସ୍‌’। ଏଥିରେ ମୂତ୍ରର ବର୍ଣ୍ଣ ଆଖୁରସ ସଦୃଶ, ଯାହା ପ୍ରଚୁର ମାତ୍ରାରେ ନିର୍ଗମନ ହେବା ସହ ସେଥିରୁ ଶର୍କରା ମିଳେ। ମଧୁମେହରେ ରକ୍ତ ଶର୍କରା ମାତ୍ରା ଅଧିକ ଥାଏ। ଶର୍କରାଜନିତ ଦ୍ରବ୍ୟ ଅଧିକ ସେବନ ଦ୍ୱାରା ଏହା ଦେଖାଯାଇଥାଏ। ଶର୍କରାଯୁକ୍ତ ମେହରେ ରୋଗୀ ଭୋଜନରେ ମିଠାଜାତୀୟ ଦ୍ରବ୍ୟ ସେବନ ଦ୍ୱାରା ଓ ଧାତୁ କ୍ଷୟ ଅଧିକ ହେଲେ ତାହା ବାତକ ମଧୁମେହରେ ପରିଣତ ହୋଇ ଅସାଧ୍ୟରେ ରୂପାନ୍ତରିତ ହୋଇଥାଏ।
ଏଥିପାଇଁ ପ୍ରାକୃତିକ ଔଷଧର ବ୍ୟବହାର ବିଭିନ୍ନ ବୃକ୍ଷଲତା ଇତ୍ୟାଦି ବନୌଷଧି ଉପରେ ଉନ୍ନତ ମାନର ଗବେଷଣା କରି ଦୁରାରୋଗ୍ୟ ବ୍ୟାଧି ପାଇଁ ନୂତନ ଔଷଧର ଆବିଷ୍କାର କରିବା ଉଚିତ। ରୋଗ ଉତ୍ପତ୍ତିର କାରଣ ଖୋଜି ବାହାର କରିବା ଏବଂ ଅନ୍ତଃସ୍ରାବୀ ଗ୍ରନ୍ଥି ଓ ଅନ୍ୟାନ୍ୟ ଅଙ୍ଗର କାର୍ଯ୍ୟ କରୁଥିବା କୋଷକୁ ବଳଶାଳୀ କରିବା ଜରୁରୀ। ଯଦି ଏହି କୋଷଗୁଡ଼ିକ ରାସାୟନିକ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଓ ଔଷଧ ଦ୍ୱାରା କାର୍ଯ୍ୟରେ ଅକ୍ଷମ ହୋଇପଡୁଥାଏ ତେବେ ତାହାର ପ୍ରଚଳନ ବନ୍ଦ କରି ଜନସାଧାରମାନଙ୍କୁ ସଚେତନ କରିବା ଉଚିତ।
ଜୀବଜଗତ ବଞ୍ଚତ୍ବା ତଥା ସୁସ୍ଥ ନୀରୋଗ ରହିବା ପାଇଁ ଉନ୍ନତମାନର ଖାଦ୍ୟ ଓ ରୋଗ ନିରୋଧକ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ପ୍ରାକୃତିକ ଔଷଧ ବ୍ୟବସ୍ଥା କରାଯିବା ଦରକାର। ଜଣେ ବ୍ୟକ୍ତି ସୁସ୍ଥ ରହିବା ପାଇଁ ସ୍ବସ୍ଥବୃତ୍ତ ନିୟମ ପାଳନ, ଯୋଗ, ଧ୍ୟାନ, ପ୍ରାତଃଭ୍ରମଣ (ମର୍ନିଂ ଓ୍ବାକ୍‌), ଦୈନିକ ଶାରୀରିକ ପରିଶ୍ରମ, ପ୍ରାଣାୟାମ କରିବା ସହ ସୁଷମ ଖାଦ୍ୟ ଖାଇବା ଦରକାର। ଯଦି ଆପଣ ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ତେବେ ନିୟମିତ ସମୟ ଅନ୍ତରାଳରେ ରକ୍ତରେ କେତେ ଶର୍କରା ପରିମାଣ ରହିଛି ତାହା ପରୀକ୍ଷା କରାଇ ଉପଯୁକ୍ତ ଚିକିତ୍ସା କରାନ୍ତୁ। ତା’ସହ ଖାଦ୍ୟପେୟ ଏବଂ ନିଜର ଦୈନନ୍ଦିନ ଜୀବନଶୈଳୀ ପ୍ରତି ସଚେତନ ରୁହନ୍ତୁ। ତେବେ ବିଶ୍ୱରେ ସୁସ୍ଥ ତଥା ନୀରୋଗ ସମାଜ ଗଠନ ହୋଇପାରିବ।
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri