Categories: ଖେଳ

ଶ୍ରୀଲଙ୍କା ଟିମ୍‌ରେ ଡେବ୍ୟୁ କରିବେ ଏହି ୨୦ ବର୍ଷୀୟ କ୍ରିକେଟର

ନୂଆଦିଲ୍ଲୀ,୨।୬: ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୁନ ୨ରୁ ଆରମ୍ଭ ହୋଇଛି। ସିରିଜର ପ୍ରଥମ ଦିନିକିଆରେ ଆଇପିଏଲର ୧୬ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦଳର ଶ୍ରେଷ୍ଠ ବୋଲିଂ କରିଥିବା ମାଥିଶା ପାଥିରାନାଙ୍କୁ ଶ୍ରୀଲଙ୍କା ଦଳ ପାଇଁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଆଇପିଏଲର ଏହି ସିଜନରେ ଧୋନିଙ୍କ ଅଧିନାୟକତ୍ୱରେ ମୃତ୍ୟୁ ଓଭରରେ ମାଥିଶା ଚମତ୍କାର ବୋଲିଂ କରିଥିଲେ।

ମାଥିଶା ପାଥିରାନା ବେବି ମାଲିଙ୍ଗା ନାମରେ ମଧ୍ୟ ଜଣାଶୁଣା। ଆଇପିଏଲର ୧୬ ତମ ସିଜନରେ ପାଥିରାନା ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୨ଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ପ୍ରାୟ ୫୦ ଓଭର ବୋଲିଂରେ ୧୯ ଉଇକେଟ ନେଇଥିଲେ। ବର୍ତ୍ତମାନ ୨୦ ବର୍ଷୀୟ ମାଥିଶା ପାଥିରାନା ମଧ୍ୟ ଶ୍ରୀଲଙ୍କା ଦଳ ସହିତ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଯେଉଁଥିରେ ଦଳ ତାଙ୍କଠାରୁ କିଛି ସମାନ ପ୍ରଦର୍ଶନ ଆଶା କରିବ।

Share