Posted inଜାତୀୟ

୨୪ବର୍ଷର ରେକର୍ଡ ଭାଙ୍ଗିଲେ ହେମନ୍ତ ସୋରେନ, ଚମକାଇଲା ଟ୍ରେଣ୍ଡ

ନୂଆଦିଲ୍ଲୀ,୨୩।୧୧: ୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛିି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେଣ୍ଡରେ, ହେମନ୍ତ ସୋରେନ ମେଣ୍ଟକୁ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ଝାଡଖଣ୍ଡର ୮୧ଟି ସିଟ ମଧ୍ୟରୁ ଇଣ୍ଡିଆ ମେଣ୍ଟ ଆଗରେ ରହିଛି। ଏଥିମଧ୍ୟରୁ ୧୦ଟି ଆସନରେ ବିଜୟର ବ୍ୟବଧାନ ୧୦ ହଜାରରୁ ଅଧିକ ଭୋଟ ରହିଛି।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ନିଜର ସମସ୍ତ ଶକ୍ତି ଲଗାଇବା ସତ୍ତ୍ୱେ ଝାଡ଼ଖଣ୍ଡରେ ଭାଜପା କିପରି କ୍ଷମତାକୁ ଆସିପାରିଲା ନାହିଁ? ରାଜନୈତିକ ବିଶେଷଜ୍ଞଙ୍କନୁସାରେ ଭାରତୀୟ ଜନତା ପାର୍ଟିର କୌଣସି ଚେହେରା ତୃଣମୂଳ ସ୍ତରରେ ଦୃଢ ନ ଥିଲେ। ପାର୍ଟିରେ ସିଏମ ମୁହଁର ଦୁଇଟି ଫ୍ରଣ୍ଟ୍ରନର୍ସ (ବାବୁ ଲାଲ ମାରାଣ୍ଡି ଏବଂ ଚମ୍ପାଇ ସୋରେନ) ରହିଥିଲେ। କୌତୁହଳର ବିଷୟ, ଉଭୟ ଟର୍ନକୋଟ ଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ଚମ୍ପାଇ ଭାଜପାରେ ଯୋଗ ଦେଇଥିଲେ।

ଆକ୍ସିସ ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁଯାୟୀ ହେମନ୍ତଙ୍କ ଲୋକପ୍ରିୟତା ଝାଡଖଣ୍ଡର ଚମ୍ପାଇ ଏବଂ ବାବୁ ଲାଲଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଥିଲା। ଏହି ସର୍ଭେରେ ୪୧ ପ୍ରତିଶତ ଲୋକ ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରିଥିଲେ। ଏହାର ତୁଳନାରେ, ଚମ୍ପାଇଙ୍କୁ ୭ ପ୍ରତିଶତ ଲୋକ ଏବଂ ମାରାଣ୍ଡିଙ୍କୁ ୧୩ ପ୍ରତିଶତ ଲୋକ ପସନ୍ଦ କରିଥିଲେ।

ଜୁଲାଇ ୨୦୨୪ରେ ପଦ ଗ୍ରହଣ କରିବା ପରେ ହେମନ୍ତ ସୋରେନ ମହିଳା ଭୋଟ ବ୍ୟାଙ୍କ ଉପରେ ଧ୍ୟାନ ଦେଇଥିଲେ। ସୋରେନ ମହିଳାମାନଙ୍କ ପାଇଁ ମୈୟା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିଥିେ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାସକୁ ୧୦୦୦ ଟଙ୍କା ଜମା କରାଯାଇଥିଲା। ହେମନ୍ତ ଝାଡଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ଏକପାଖିଆ ଭାବରେ ଜିତୁଥିବା ପରି ମନେହୁଏ। ସମଗ୍ର ନିର୍ବାଚନରେ ହେମନ୍ତ ଆଦିବାସୀ ଅସ୍ମିତା ପ୍ରସଙ୍ଗ ଉଠାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri