ଗୋଟିଏ ଫୋନ୍‌ କଲ୍‌ ଯୋଗୁ ଭାଙ୍ଗି ଯାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିବାହ

ବଲିଉଡରେ ଡ୍ରିମଗାର୍ଲ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଅଭିନେତ୍ରୀ ହେମାମାଳିନୀ ଆଜି ୭୨ତମ ଜନ୍ମଦିନ ପାଳୁଛନ୍ତି। ୧୯୪୮ ମସିହା ଅକ୍ଟୋବର ୧୬ ତାରିଖ ଆଜିର ଦିନରେ ତାମିଲନାଡୁର ଅମାନକୁଡିରେ ଜନ୍ମ ଗ୍ରହଣ କରିଥିଲେ ହେମାମାଳିନୀ। ସେ ତାଙ୍କ ଅଭିନୟ କ୍ୟାରିୟର ମଧ୍ୟରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ହେମାମାଳିନୀ ଶାସ୍ତ୍ରୀୟ ନୃତ୍ୟରେ ପାରଦର୍ଶୀ ଥିଲେ। ଭାରତନାଟ୍ୟମରୁ ସେ କୁଚିପୁଡି ଏବଂ ଓଡ଼ିଶୀ ଭଳି ସମସ୍ତ ନୃତ୍ୟରେ ପାରଙ୍ଗମ ଥିଲେ। ହେମାମାଳିନୀ  ‘ସୀତା ଏବଂ ଗୀତା’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପ୍ରସିଦ୍ଧି ଅର୍ଜନ କରିଥିଲେ। ସୀତା ଏବଂ ଗୀତା ଫିଲ୍ମର ସୁଟିଂ ସମୟରେ ଧର୍ମେନ୍ଦ୍ର ଏବଂ ହେମା ପରସ୍ପରର ନିକଟତର ହୋଇଥିଲେ। ଏହା ପରେ ଏହି ଯୋଡି ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ଏବଂ ପ୍ରାୟ ସଫଳ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିଲେ। ଦର୍ଶକମାନେ ମଧ୍ୟ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ। ଏହା ସହିତ ଧର୍ମେନ୍ଦ୍ର ଏବଂ ହେମାମାଳିନୀଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ଦୃଢ ହେଲା। ଏହି ସମୟ ମଧ୍ୟରେ ବଲିଉଡ ଅଭିନେତା ଜିତେନ୍ଦ୍ର ମଧ୍ୟ ହେମାଙ୍କୁ ପ୍ରେମ କରି ବସିଥିଲେ। ଉଭୟଙ୍କ ପରିବାର ସାକ୍ଷାତ କରି ଦୁହିଁଙ୍କ ବିବାହ ବିଷୟରେ ଆଲୋଚନା କରିଥିଲେ। କାଳେ ହେମାଙ୍କ ମନ ବଦଳିଯିବ ସେଥିପାଇଁ ଜିତେନ୍ଦ୍ର ତାଙ୍କୁ ଶୀଘ୍ର ବିବାହ କରିବାକୁ ଚାହୁଁଥିଲେ। ଏହି ସମୟରେ ହେମାଙ୍କ ପାଖକୁ ଧର୍ମେନ୍ଦ୍ରଙ୍କ ଫୋନ କଲ୍‌ ଆସିଲା। ସେ ହେମାଙ୍କୁ ଶୀଘ୍ର କୌଣସି ନିଷ୍ପତ୍ତି ନ ନେବାକୁ ବୁଝାଇଥିଲେ। ଏହା ପରେ ହେମାଙ୍କ ପାଖକୁ ଆଉ ଏକ କଲ୍‌ ଆସିଲା। ଏଥର ଧର୍ମେ ନୁହେଁ ଫୋନ୍‌ କରିଥିଲେ ଜୀତେନ୍ଦ୍ରଙ୍କ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଏୟାର ହୋଷ୍ଟେସ ଶୋଭା ସିପି। ସେ ମଧ୍ୟ ହେମାଙ୍କୁ ହଠାତ୍‌ ନିଷ୍ପତ୍ତି ନେବା ଉଚିତ୍‌ ନୁହେଁ ବୋଲି କହିଥିଲେ। ପରେ ହେମାମାଳିନୀ ପିତାଙ୍କର ହଠାତ୍‌ ମୃତ୍ୟୁ ଘଟିଥିଲା। ପିତାଙ୍କ ମୃତ୍ୟୁ ପରେ ହେମା ଏକୁଟିଆ ହୋଇଯାଇଥିଲେ। ଏହି ସମୟରେ ଧର୍ମେନ୍ଦ୍ର ତାଙ୍କୁ ସମର୍ଥନ କରିଥିଲେ। ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ହେମା ଏବଂ ଧର୍ମେନ୍ଦ୍ର ୧୯୭୯ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri