ଗୋଟିଏ ଫୋନ୍‌ କଲ୍‌ ଯୋଗୁ ଭାଙ୍ଗି ଯାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିବାହ

ବଲିଉଡରେ ଡ୍ରିମଗାର୍ଲ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଅଭିନେତ୍ରୀ ହେମାମାଳିନୀ ଆଜି ୭୨ତମ ଜନ୍ମଦିନ ପାଳୁଛନ୍ତି। ୧୯୪୮ ମସିହା ଅକ୍ଟୋବର ୧୬ ତାରିଖ ଆଜିର ଦିନରେ ତାମିଲନାଡୁର ଅମାନକୁଡିରେ ଜନ୍ମ ଗ୍ରହଣ କରିଥିଲେ ହେମାମାଳିନୀ। ସେ ତାଙ୍କ ଅଭିନୟ କ୍ୟାରିୟର ମଧ୍ୟରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ହେମାମାଳିନୀ ଶାସ୍ତ୍ରୀୟ ନୃତ୍ୟରେ ପାରଦର୍ଶୀ ଥିଲେ। ଭାରତନାଟ୍ୟମରୁ ସେ କୁଚିପୁଡି ଏବଂ ଓଡ଼ିଶୀ ଭଳି ସମସ୍ତ ନୃତ୍ୟରେ ପାରଙ୍ଗମ ଥିଲେ। ହେମାମାଳିନୀ  ‘ସୀତା ଏବଂ ଗୀତା’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପ୍ରସିଦ୍ଧି ଅର୍ଜନ କରିଥିଲେ। ସୀତା ଏବଂ ଗୀତା ଫିଲ୍ମର ସୁଟିଂ ସମୟରେ ଧର୍ମେନ୍ଦ୍ର ଏବଂ ହେମା ପରସ୍ପରର ନିକଟତର ହୋଇଥିଲେ। ଏହା ପରେ ଏହି ଯୋଡି ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ଏବଂ ପ୍ରାୟ ସଫଳ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିଲେ। ଦର୍ଶକମାନେ ମଧ୍ୟ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ। ଏହା ସହିତ ଧର୍ମେନ୍ଦ୍ର ଏବଂ ହେମାମାଳିନୀଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ଦୃଢ ହେଲା। ଏହି ସମୟ ମଧ୍ୟରେ ବଲିଉଡ ଅଭିନେତା ଜିତେନ୍ଦ୍ର ମଧ୍ୟ ହେମାଙ୍କୁ ପ୍ରେମ କରି ବସିଥିଲେ। ଉଭୟଙ୍କ ପରିବାର ସାକ୍ଷାତ କରି ଦୁହିଁଙ୍କ ବିବାହ ବିଷୟରେ ଆଲୋଚନା କରିଥିଲେ। କାଳେ ହେମାଙ୍କ ମନ ବଦଳିଯିବ ସେଥିପାଇଁ ଜିତେନ୍ଦ୍ର ତାଙ୍କୁ ଶୀଘ୍ର ବିବାହ କରିବାକୁ ଚାହୁଁଥିଲେ। ଏହି ସମୟରେ ହେମାଙ୍କ ପାଖକୁ ଧର୍ମେନ୍ଦ୍ରଙ୍କ ଫୋନ କଲ୍‌ ଆସିଲା। ସେ ହେମାଙ୍କୁ ଶୀଘ୍ର କୌଣସି ନିଷ୍ପତ୍ତି ନ ନେବାକୁ ବୁଝାଇଥିଲେ। ଏହା ପରେ ହେମାଙ୍କ ପାଖକୁ ଆଉ ଏକ କଲ୍‌ ଆସିଲା। ଏଥର ଧର୍ମେ ନୁହେଁ ଫୋନ୍‌ କରିଥିଲେ ଜୀତେନ୍ଦ୍ରଙ୍କ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଏୟାର ହୋଷ୍ଟେସ ଶୋଭା ସିପି। ସେ ମଧ୍ୟ ହେମାଙ୍କୁ ହଠାତ୍‌ ନିଷ୍ପତ୍ତି ନେବା ଉଚିତ୍‌ ନୁହେଁ ବୋଲି କହିଥିଲେ। ପରେ ହେମାମାଳିନୀ ପିତାଙ୍କର ହଠାତ୍‌ ମୃତ୍ୟୁ ଘଟିଥିଲା। ପିତାଙ୍କ ମୃତ୍ୟୁ ପରେ ହେମା ଏକୁଟିଆ ହୋଇଯାଇଥିଲେ। ଏହି ସମୟରେ ଧର୍ମେନ୍ଦ୍ର ତାଙ୍କୁ ସମର୍ଥନ କରିଥିଲେ। ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ହେମା ଏବଂ ଧର୍ମେନ୍ଦ୍ର ୧୯୭୯ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri