ଭଙ୍ଗାଘରେ ଅସହାୟ ମା’, ଅବିବାହିତ ଝିଅ

ଫୁଲବାଣୀ ଅଫିସ, ୨୮।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ହିତାଧିକାରୀଙ୍କୁ ଘର ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ମଧ୍ୟ ବିଜୁ ପକ୍କାଘର ଯୋଜନାରେ ଘର ଦେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଚୟନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ା ଯୋଗ୍ୟ ହିତାଧିକାରୀ ଘର ପାଇଁ ଦୌଡି ନିରାଶ ହେଉଥିବା ଦେଖାଯାଉଛି। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ନବଗୁବା ଗ୍ରାମରେ ଦେଖିବାକୁ ମିଳିଛି ା ଗ୍ରାମରେ ବୃଦ୍ଧା ମା’ଙ୍କ ସେବା ଯତ୍ନ ପାଇଁ ଅବିବାହିତ ରହିଥିବା ଝିଅ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି। ମା’ ଚନ୍ଦ୍ରମା ବେହେରାଙ୍କୁ ୮୫ ଟପିଥିବା ବେଳେ ଝିଅ ନର୍ମଦାକୁ ୩୮ ବର୍ଷ ା ସମସ୍ତେ ଏମାନଙ୍କ ଅସହାୟପଣକୁ ଦେଖୁଥିଲେ ବି ସହାୟତା ପାଇଁ କେହି ଚେଷ୍ଟା ବି କରୁନାହାନ୍ତି। ଭଙ୍ଗା ଚାଳ ଛପର ଘରେ ଅସହାୟ
ଅବସ୍ଥାରେ ଏମାନଙ୍କ ଜୀବନ ବିତୁଛି ା
ଚନ୍ଦ୍ରମାଙ୍କର ୪ ଝିଅ ଏବଂ ଗୋଟିଏ ପୁଅ ା ୩ ଝିଅ ଏବଂ ପୁଅ ବହୁ ବର୍ଷ ହେଲା ବିବାହ ସରିଛି। ବିବାହ ପରେ ପୁଅ ଅଲଗା ରହିଲେ ା ଚନ୍ଦ୍ରମା ଏବଂ ସାନ ଝିଅ ନର୍ମଦା ଘରେ ରହୁଥିଲେ ା ବୟସାଧିକ କାରଣରୁ ମା’ ଅସୁସ୍ଥ ହେବାରୁ ନର୍ମଦା ତାଙ୍କ ସେବା ଯତ୍ନ ନେବା ପାଇଁ ବିବାହ କରିବେନି ବୋଲି ନିଷ୍ପତ୍ତି ନେଲେ। ସେମାନଙ୍କ ଜମିବାଡି କିଛି ନାହିଁ ା ନର୍ମଦା ଦିନମଜୁରୀ ଲାଗିି ଯାହା ରୋଜଗାର କରନ୍ତି ସେଥିରେ ଗୁଜୁରାଣ ମେଣ୍ଟାଉଛନ୍ତି। ବିଧବା ମା’ ଚନ୍ଦ୍ରମା କି ଅବିବାହିତା ନର୍ମଦାଙ୍କୁ ସରକାରଙ୍କ ପକ୍ଷରୁ ଘର ଖଣ୍ଡେ ଯୋଗାଇ ଦିଆପାରିଲାନି। ଏହା ଗରୀବଙ୍କୁ ଉପହାସ ବୋଲି ଗ୍ରାମର ଶକୁନ୍ତଳା ନାୟକ, ରବିନ୍ଦ୍ର ନାୟକ ପ୍ରମୁଖ କ୍ଷୋଭ ପ୍ରକାଶ କରି କହିଛନ୍ତି। ନର୍ମଦା କହିଛନ୍ତି, ଭାଇ ବିବାହ ପରେ ଅଲଗା ରହୁଛନ୍ତି। ତାଙ୍କ ସ୍ତ୍ରୀଙ୍କ ଦେହ ବି ଭଲ ନାହିଁ ା ମା’ର ସବୁବେଳେ ଦେହ ଖରାପ ା ମଁୁ ଦିନରେ କାମ କରି ଯାହା ଟଙ୍କା ଆଣେ, ସେଥିରୁ ଅଧିକାଂଶ ମା’କୁ ମେଡିକାଲ ନେବା ଏବଂ ଔଷଧ କିଣାରେ ଯାଉଛି ା ଗୋଟିଏ ଛୋଟ ମାଟି ଘରେ ରହୁଛୁ ା ବର୍ଷା ଦିନେ ପାଣି ଗଳୁଛି ା ଘର ଖଣ୍ଡେ ମିଳିଲେ ଶାନ୍ତିରେ ଟିକେ ବଞ୍ଚିପାରନ୍ତୁ। ଚାଉଳ ୫ କିଲୋ ଲେଖାଏ ୧୦ କେଜି ଓ ଭତ୍ତା ୫୦୦ କରି ୧୦୦୦ ମିଳୁଛି ା ମା’ ବିଧବା ହେଲା ପରେ ଘର ଖଣ୍ଡେ ପାଇଁ ବହୁ ଆବେଦନ କରିଛି ା ହେଲେ ମୋ’ କଥା କେହି ଶୁଣି ନାହାନ୍ତି। ୪ ମାସ ତଳେ ବ୍ଲକକୁ ଯାଇ କାଗଜପତ୍ର ଦେଇଛି ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଘରକୁ ଆସି ମଧ୍ୟ କାଗଜପତ୍ର ନେଇଛନ୍ତି। ତଥାପି କାହାକୁ ହେଲେ ଘର ଖଣ୍ଡେ ମିଳିନାହିଁ ବୋଲି ନର୍ମଦା ପ୍ରକାଶ କରିଛନ୍ତି। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚକ୍ରଧର ମହାରଣାଙ୍କୁ ପଚାରିବାରୁ ୨୦୧୧ ଜନଗଣନାରେ ହିତାଧିକାରୀ ଚୟନ ବେଳେ ସେମାନଙ୍କ ନାମ ଲିଷ୍ଟରେ ନାହିଁ ା ଯେଉଁମାନେ ରହି ଯାଇଛନ୍ତି, ଆଡିସନ ଲିଷ୍ଟରେ ନାଁ ଦେବାକୁ ପରେ ସରକାର କହିଥିଲେ ା ଆମେ ତାଙ୍କ ନାଁ ପଠେଇଛୁ ା ୱେଟିଂ ଲିଷ୍ଟରେ ନାଁ ଆସିଲେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି। ବିଜୁ ପକ୍କା ଘର ଗତ ଦୁଇ ବର୍ଷ ଦିଆଯାଇନାହିଁ ା ତେଣୁ ଏଭଳି ଅସୁବିଧା ହୋଇଛି ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

ପିକ୍‌ନିକ୍‌ ପାଇଁ ଆସି ୨ ଗୋଷ୍ଠୀ ପିଟାପିଟି: ଆଜି ଖାଁ ଖାଁ ଡୁଲୁରୀ ପାଇନ୍‌ ବଣ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ସକାଳେ ଉକ୍ତ ଡୁଲୁରୀ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri