ଭଙ୍ଗାଘରେ ଅସହାୟ ମା’, ଅବିବାହିତ ଝିଅ

ଫୁଲବାଣୀ ଅଫିସ, ୨୮।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ହିତାଧିକାରୀଙ୍କୁ ଘର ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ମଧ୍ୟ ବିଜୁ ପକ୍କାଘର ଯୋଜନାରେ ଘର ଦେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଚୟନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ା ଯୋଗ୍ୟ ହିତାଧିକାରୀ ଘର ପାଇଁ ଦୌଡି ନିରାଶ ହେଉଥିବା ଦେଖାଯାଉଛି। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ନବଗୁବା ଗ୍ରାମରେ ଦେଖିବାକୁ ମିଳିଛି ା ଗ୍ରାମରେ ବୃଦ୍ଧା ମା’ଙ୍କ ସେବା ଯତ୍ନ ପାଇଁ ଅବିବାହିତ ରହିଥିବା ଝିଅ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି। ମା’ ଚନ୍ଦ୍ରମା ବେହେରାଙ୍କୁ ୮୫ ଟପିଥିବା ବେଳେ ଝିଅ ନର୍ମଦାକୁ ୩୮ ବର୍ଷ ା ସମସ୍ତେ ଏମାନଙ୍କ ଅସହାୟପଣକୁ ଦେଖୁଥିଲେ ବି ସହାୟତା ପାଇଁ କେହି ଚେଷ୍ଟା ବି କରୁନାହାନ୍ତି। ଭଙ୍ଗା ଚାଳ ଛପର ଘରେ ଅସହାୟ
ଅବସ୍ଥାରେ ଏମାନଙ୍କ ଜୀବନ ବିତୁଛି ା
ଚନ୍ଦ୍ରମାଙ୍କର ୪ ଝିଅ ଏବଂ ଗୋଟିଏ ପୁଅ ା ୩ ଝିଅ ଏବଂ ପୁଅ ବହୁ ବର୍ଷ ହେଲା ବିବାହ ସରିଛି। ବିବାହ ପରେ ପୁଅ ଅଲଗା ରହିଲେ ା ଚନ୍ଦ୍ରମା ଏବଂ ସାନ ଝିଅ ନର୍ମଦା ଘରେ ରହୁଥିଲେ ା ବୟସାଧିକ କାରଣରୁ ମା’ ଅସୁସ୍ଥ ହେବାରୁ ନର୍ମଦା ତାଙ୍କ ସେବା ଯତ୍ନ ନେବା ପାଇଁ ବିବାହ କରିବେନି ବୋଲି ନିଷ୍ପତ୍ତି ନେଲେ। ସେମାନଙ୍କ ଜମିବାଡି କିଛି ନାହିଁ ା ନର୍ମଦା ଦିନମଜୁରୀ ଲାଗିି ଯାହା ରୋଜଗାର କରନ୍ତି ସେଥିରେ ଗୁଜୁରାଣ ମେଣ୍ଟାଉଛନ୍ତି। ବିଧବା ମା’ ଚନ୍ଦ୍ରମା କି ଅବିବାହିତା ନର୍ମଦାଙ୍କୁ ସରକାରଙ୍କ ପକ୍ଷରୁ ଘର ଖଣ୍ଡେ ଯୋଗାଇ ଦିଆପାରିଲାନି। ଏହା ଗରୀବଙ୍କୁ ଉପହାସ ବୋଲି ଗ୍ରାମର ଶକୁନ୍ତଳା ନାୟକ, ରବିନ୍ଦ୍ର ନାୟକ ପ୍ରମୁଖ କ୍ଷୋଭ ପ୍ରକାଶ କରି କହିଛନ୍ତି। ନର୍ମଦା କହିଛନ୍ତି, ଭାଇ ବିବାହ ପରେ ଅଲଗା ରହୁଛନ୍ତି। ତାଙ୍କ ସ୍ତ୍ରୀଙ୍କ ଦେହ ବି ଭଲ ନାହିଁ ା ମା’ର ସବୁବେଳେ ଦେହ ଖରାପ ା ମଁୁ ଦିନରେ କାମ କରି ଯାହା ଟଙ୍କା ଆଣେ, ସେଥିରୁ ଅଧିକାଂଶ ମା’କୁ ମେଡିକାଲ ନେବା ଏବଂ ଔଷଧ କିଣାରେ ଯାଉଛି ା ଗୋଟିଏ ଛୋଟ ମାଟି ଘରେ ରହୁଛୁ ା ବର୍ଷା ଦିନେ ପାଣି ଗଳୁଛି ା ଘର ଖଣ୍ଡେ ମିଳିଲେ ଶାନ୍ତିରେ ଟିକେ ବଞ୍ଚିପାରନ୍ତୁ। ଚାଉଳ ୫ କିଲୋ ଲେଖାଏ ୧୦ କେଜି ଓ ଭତ୍ତା ୫୦୦ କରି ୧୦୦୦ ମିଳୁଛି ା ମା’ ବିଧବା ହେଲା ପରେ ଘର ଖଣ୍ଡେ ପାଇଁ ବହୁ ଆବେଦନ କରିଛି ା ହେଲେ ମୋ’ କଥା କେହି ଶୁଣି ନାହାନ୍ତି। ୪ ମାସ ତଳେ ବ୍ଲକକୁ ଯାଇ କାଗଜପତ୍ର ଦେଇଛି ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଘରକୁ ଆସି ମଧ୍ୟ କାଗଜପତ୍ର ନେଇଛନ୍ତି। ତଥାପି କାହାକୁ ହେଲେ ଘର ଖଣ୍ଡେ ମିଳିନାହିଁ ବୋଲି ନର୍ମଦା ପ୍ରକାଶ କରିଛନ୍ତି। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚକ୍ରଧର ମହାରଣାଙ୍କୁ ପଚାରିବାରୁ ୨୦୧୧ ଜନଗଣନାରେ ହିତାଧିକାରୀ ଚୟନ ବେଳେ ସେମାନଙ୍କ ନାମ ଲିଷ୍ଟରେ ନାହିଁ ା ଯେଉଁମାନେ ରହି ଯାଇଛନ୍ତି, ଆଡିସନ ଲିଷ୍ଟରେ ନାଁ ଦେବାକୁ ପରେ ସରକାର କହିଥିଲେ ା ଆମେ ତାଙ୍କ ନାଁ ପଠେଇଛୁ ା ୱେଟିଂ ଲିଷ୍ଟରେ ନାଁ ଆସିଲେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି। ବିଜୁ ପକ୍କା ଘର ଗତ ଦୁଇ ବର୍ଷ ଦିଆଯାଇନାହିଁ ା ତେଣୁ ଏଭଳି ଅସୁବିଧା ହୋଇଛି ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri