ସମ୍ପର୍କୀୟଙ୍କୁ ରୋଗୀଙ୍କ ସୂଚନା ଦେବ ହେଲ୍ପ ଡେକ୍ସ

ଭୁବନେଶ୍ୱର,୧୬।୫: ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ କୋଭିଡ୍‌ ହସ୍ପିଟାଲରେ ହେଲ୍ପ ଡେକ୍ସ ରଖାଯିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ହେଲ୍ପ ଡେକ୍ସ ମାଧ୍ୟମରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯିବ। ହେଲ୍ପ ଡେକ୍ସ ୨୪ ଘଣ୍ଟିଆ କାମ କରିବ। ରାଜ୍ୟ ସରକାର ଲୋକଙ୍କ ପାଇଁ ହେଲ୍ପ ଡେକ୍ସ ଟୋଲ୍‌ ଫ୍ରି ନମ୍ବର ଜାରି କରିବେ। ଏପରି କି କୋଭିଡ୍‌ ହସ୍ପିଟାଲରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବ।