ସାହା ହେଲା ମା’ ହାତୀ

ଢେଙ୍କାନାଳ ଅଫିସ,୬ା୧୦

ଗଁ। ପାଖ ଦେଇ ଜଙ୍ଗଲକୁ ଯିବାବେଳେ ଏକ କଂକ୍ରିଟ୍‌ ନାଳ ମଧ୍ୟରେ ଖସି ପଡ଼ିଥିଲା ଛୁଆ ହାତୀ। ଦଳରେ ଥିବା ସାଥୀମାନେ ଆଗକୁ ବଢ଼ିଯାଇଥିଲେ ବି ନିଜ ଛୁଆ ପାଇଁ ଅଟକି ଯାଇଥିଲା ମା’। ଅଣଓସାରିଆ ନାଳ ମଧ୍ୟରୁ ତାକୁ କେମିତି ଉଦ୍ଧାର କରିବ ସେ ନେଇ ଆରମ୍ଭ କରିଥିଲା ଉଦ୍ୟମ। ଶେଷରେ ବାଲିବସ୍ତା ପକାଇ ବନ ବିଭାଗ ବଳ ଯୋଗାଇ ଦେବା ପରେ ମୁଣ୍ଡରେ ଠେଲି ଠେଲି ଛୁଆକୁ ଉପରକୁ ଉଠାଇ ଆଣିଥିଲା ମା’ ହାତୀ।
ବିପଦ ମୁହଁରେ ପଡ଼ିଥିବା ନିଜ ଛୁଆକୁ ମା’ ହାତୀ ଏପରି ସାହା ହେବା ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲାରେ। ସୋମବାର ସକାଳେ ସଦର ରେଞ୍ଜ ଗଦାଶିଳା ସେକ୍ସନ ବ୍ରାହ୍ମଣୀ ନଦୀକୂଳ ଗୁଣୁଦେଇ ଗ୍ରାମଦେଇ ୨୧ଟି ହାତୀ ୫୫ନଂ ଜାତୀୟ ରାଜପଥ ନିକଟସ୍ଥ ଜଙ୍ଗଲ ଆଡକୁ ଯାଉଥିଲେ। ଏହି ସମୟରେ ଗଁା ରାସ୍ତା ପାର୍ଶ୍ୱରେ ଥିବା ଏକ କଂକ୍ରିଟ ନାଳ ଭିତରକୁ ହାତୀ ଛୁଆଟି ଖସିପଡିଥିଲା। ଗଭୀର ହୋଇ ନ ଥିଲେ ବି ଅଣଓସାରିଆ ଥିବାରୁ ହାତୀଟି ସେଥିରୁ ଉଠିପାରି ନ ଥିଲା। ଏହା ଦେଖି ସହାୟତା ପାଇଁ ମା’ ହାତୀ ଆଗେଇ ଆସିଥିଲା। ଅନ୍ୟ ହାତୀମାନେ ଜଙ୍ଗଲକୁ ପଳାଇଯାଇଥିଲେ ମଧ୍ୟ ଛୁଆକୁ ନାଳରୁ ଉଠାଇ ସାଥିରେ ନେବାକୁ ମା’ ଦୀର୍ଘ ସମୟ ଧରି ଉଦ୍ୟମ ଜାରି ରଖିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଜଣାଇଥିଲେ। ଖବରପାଇ ଗଦାଶିଳା ସେକ୍ସନ ବନ କର୍ମଚାରୀ ଓ ସ୍କ୍ବାଡ୍‌ ସଦସ୍ୟମାନେ ପହଁଞ୍ଚି ନାଳ ଭିତରେ ବାଲି ବସ୍ତା ପକାଇଥିଲେ। ଏହାପରେ ମା’ ହାତୀଟି ପଛରୁ ଠେଲି ଠେଲି ଛୁଆକୁ ବାଲି ବସ୍ତା ଉପରେ ଚଢାଇ ନାଳରୁ ଉଦ୍ଧାର କରିଥିଲା। ବନ କର୍ମଚାରୀଙ୍କ ଉପସ୍ଥିତିରେ ଉଭୟ ମା’ ଓ ଛୁଆ ହାତୀ ୫୫ନଂ ଜାତୀୟ ରାଜପଥ ପାରହୋଇ ଜୀବନଖୋଲ ଜଙ୍ଗଲ ଆଡକୁ ଚାଲିଯାଇଥିବା ସଦର ରେଞ୍ଜର ଧରିତ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri