Posted inଜାତୀୟ

ଚର୍ଚ୍ଚାରେ ହେଲିକପ୍ଟର ମାଡାମ, ବାରିପଦା ଝିଅ ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ!

ରାଞ୍ଚି,୨୪।୧୧: ଝାଡ଼ଖଣ୍ଡର JMM ସରକାର ପୁଣି ବାଜିମାତ ପରେ ଏବେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ। କୁହାଯାଉଛି କଳ୍ପନା ସୋରେନଙ୍କ ଭିନ୍ନ ରଣନୀତି ହିଁ JMM କୁ ପୁଣି ଥରେ କ୍ଷମତାକୁ ଆଣିବାରେ ସଫଳ ହୋଇଛି। ଏପରିକି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ତାଙ୍କ ନିଆରା ପ୍ରଚାର ହିଁ ଭାଜପାକୁ ଚକମା ଦେବାରେ ସଫଳ ହୋଇଛି

ଝାଡ଼ଖଣ୍ଡ ରାଜନୀତିର ଏହି ଫାୟାର ବ୍ରାଣ୍ଡ ଲେଡି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ। ଜେଏମଏମର ବିପୁଳ ବିଜୟ ପଛରେ ରହିଛି କଳ୍ପନାଙ୍କ ବଡ଼ ଭୂମିକା । କଳ୍ପନାଙ୍କ ଆତ୍ମବିଶ୍ବାସ ହିଁ ସ୍ବାମୀ ତଥା ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କ ରଣନୀତିକୁ ସଫଳ କରିଛି ବୋଲି କୁହାଯାଉଛି । ଗତ ଜାନୁଆରିରେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ହେମନ୍ତ ସୋରେନ ଜେଲ ଯିବା ପରେ କଳ୍ପନା ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିଲେ ଆଉ ପଦାର୍ପଣରେ ହିଁ ବାଜିମାତ କରିଥିଲେ । ଗାଣ୍ଡେୟ ବିଧାନସଭା ଉପ ର୍ନିବାଚନରେ ବିପୁଳ ବିଜୟ କଳ୍ପନାଙ୍କ ଭିତରେ ଆତ୍ମବିଶ୍ବାସକୁ ଆହୁରି ମଜବୁତ କରିଥିଲା । ଉପ ର୍ନିବାଚନରେ ଭାଜପା ପ୍ରାର୍ଥୀଙ୍କୁ ୨୭ ହଜାରରୁ ଅଧିକ ଭୋଟରେ ଚିତପଟାଙ୍ଗ କରି ଦେଇଥିଲେ କଳ୍ପନା।

ର୍ନିବାଚନରେ ବାଜିମାତ ପରେ କଳ୍ପନାଙ୍କ ମନରେ ସବୁଠୁ ବଡ ସପ୍ନ ଥିଲା JMM କର୍ମୀଙ୍କୁ ଏକାଠି କରି ନିର୍ବାଚନ ଲଢ଼ିବା। ଇଣ୍ଡିଆ ମେଣ୍ଟ ସହ ହାତ ମିଳାଇ ଆଗକୁ ବଢିଥିଲେ କଳ୍ପନା। ନିଜ ସ୍ବାମୀଙ୍କୁ ଜେଲରୁ ବାହାର କରିବା ପାଇଁ ଆଇନଗତ ଲଢ଼େଇ ଆଉ ଏପଟେ ବିରୋଧୀଙ୍କୁ ମଇଦାନ ଚେକ ଦେବା ପାଇଁ ରାଜନୀତିକ ଲଢେଇ। ଉଭୟ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇଥିଲେ କଳ୍ପନା।

ତେବେ ଝାଡ଼ଖଣ୍ଡ ଲଢ଼େଇ ଜିତିବା ପାଇଁ ମହିଳା ଭୋଟରଙ୍କୁ ଫୋକସ କରିଥିଲେ କଳ୍ପନା । କାରଣ ଝାଡ଼ଖଣ୍ଡରେ ମୋଟ ଭୋଟରଙ୍କ ଭିତରୁ ଅଧାରୁ ଅଧିକ ହେଉଛନ୍ତି ମହିଳା । ର୍ନିବାଚନୀ ସଭାରେ କଳ୍ପନା ଅଗ୍ନିବର୍ଷା ଭାଷଣ ଭୋଟରଙ୍କୁ ବେଶ ପ୍ରଭାବିତ କରିଥିବା କୁହାଯାଉଛି । କଳ୍ପନା ଭିନ୍ନ ଭିନ୍ନ ଭାଷାରେ ଭାଷଣ ଦେଇ ଭୋଟ ମାଗୁଥିଲେ। ହିନ୍ଦୀ, ଇଂରାଜୀ ସହ ଓଡ଼ିଆ, ବଙ୍ଗାଳି ଏମିତି କି ସାନ୍ତାଳୀ ଭାଷାରେ ପ୍ରଚାର କରିଥିଲେ ।

ହେମନ୍ତ ସୋରେନ ଜେଲରେ ଥିବା ବେଳେ ଚମ୍ପାଈ ସୋରେନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ସତ କିନ୍ତୁ ଚମ୍ପାଇଙ୍କର ଭାଜପା ଲିଙ୍କ୍‌ ଠଉରାଇ ପାରିଥିଲେ କଳ୍ପନା । ଚମ୍ପାଇ ପଦ୍ମ କ୍ୟାମ୍ପକୁ ଡେଇଁବା ପରେ ଜେଏମଏମ ପାଇଁ ଆମୂଳଚୂଳ ର୍ନିବାଚନୀ ରଣନୀତି ପ୍ରସ୍ତୁତ କରିବା ସହ ତାକୁ କାର୍ଯ୍ୟକାରୀ କରାଇଥିଲେ କଳ୍ପନା । ତୃଣମୂଳ ସ୍ତରରୁ ଆରମ୍ଭ କରି ଜେଏମଏମର ଆଗ ଧାଡ଼ିର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସଠିକ ସମନ୍ବୟ ରକ୍ଷା କରି ଏହି ବଡ଼ ଲଢ଼େଇକୁ ଜିତି ନେଇଛନ୍ତି କଳ୍ପନା । ମୟୂରଭଞ୍ଜ ଜିଲାର ଝିଅ ହେଉଛନ୍ତି କଳ୍ପନା। ସେ ଇଞ୍ଜିନିୟରିଂ ଡିଗ୍ରି ସାଙ୍ଗକୁ ଏମବିଏ ମଧ୍ୟ କରିଛନ୍ତି। ଚଳିତ ର୍ନିବାଚନରେ ଜେଏମଏମର ବମ୍ପର ବିଜୟ ପରେ ସରକାରରେ କଳ୍ପନା ବଡ଼ ଭୂମିକା ତୁଲାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri