Posted inଜାତୀୟ

ଚର୍ଚ୍ଚାରେ ହେଲିକପ୍ଟର ମାଡାମ, ବାରିପଦା ଝିଅ ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ!

ରାଞ୍ଚି,୨୪।୧୧: ଝାଡ଼ଖଣ୍ଡର JMM ସରକାର ପୁଣି ବାଜିମାତ ପରେ ଏବେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ। କୁହାଯାଉଛି କଳ୍ପନା ସୋରେନଙ୍କ ଭିନ୍ନ ରଣନୀତି ହିଁ JMM କୁ ପୁଣି ଥରେ କ୍ଷମତାକୁ ଆଣିବାରେ ସଫଳ ହୋଇଛି। ଏପରିକି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ତାଙ୍କ ନିଆରା ପ୍ରଚାର ହିଁ ଭାଜପାକୁ ଚକମା ଦେବାରେ ସଫଳ ହୋଇଛି

ଝାଡ଼ଖଣ୍ଡ ରାଜନୀତିର ଏହି ଫାୟାର ବ୍ରାଣ୍ଡ ଲେଡି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ। ଜେଏମଏମର ବିପୁଳ ବିଜୟ ପଛରେ ରହିଛି କଳ୍ପନାଙ୍କ ବଡ଼ ଭୂମିକା । କଳ୍ପନାଙ୍କ ଆତ୍ମବିଶ୍ବାସ ହିଁ ସ୍ବାମୀ ତଥା ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କ ରଣନୀତିକୁ ସଫଳ କରିଛି ବୋଲି କୁହାଯାଉଛି । ଗତ ଜାନୁଆରିରେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ହେମନ୍ତ ସୋରେନ ଜେଲ ଯିବା ପରେ କଳ୍ପନା ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିଲେ ଆଉ ପଦାର୍ପଣରେ ହିଁ ବାଜିମାତ କରିଥିଲେ । ଗାଣ୍ଡେୟ ବିଧାନସଭା ଉପ ର୍ନିବାଚନରେ ବିପୁଳ ବିଜୟ କଳ୍ପନାଙ୍କ ଭିତରେ ଆତ୍ମବିଶ୍ବାସକୁ ଆହୁରି ମଜବୁତ କରିଥିଲା । ଉପ ର୍ନିବାଚନରେ ଭାଜପା ପ୍ରାର୍ଥୀଙ୍କୁ ୨୭ ହଜାରରୁ ଅଧିକ ଭୋଟରେ ଚିତପଟାଙ୍ଗ କରି ଦେଇଥିଲେ କଳ୍ପନା।

ର୍ନିବାଚନରେ ବାଜିମାତ ପରେ କଳ୍ପନାଙ୍କ ମନରେ ସବୁଠୁ ବଡ ସପ୍ନ ଥିଲା JMM କର୍ମୀଙ୍କୁ ଏକାଠି କରି ନିର୍ବାଚନ ଲଢ଼ିବା। ଇଣ୍ଡିଆ ମେଣ୍ଟ ସହ ହାତ ମିଳାଇ ଆଗକୁ ବଢିଥିଲେ କଳ୍ପନା। ନିଜ ସ୍ବାମୀଙ୍କୁ ଜେଲରୁ ବାହାର କରିବା ପାଇଁ ଆଇନଗତ ଲଢ଼େଇ ଆଉ ଏପଟେ ବିରୋଧୀଙ୍କୁ ମଇଦାନ ଚେକ ଦେବା ପାଇଁ ରାଜନୀତିକ ଲଢେଇ। ଉଭୟ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇଥିଲେ କଳ୍ପନା।

ତେବେ ଝାଡ଼ଖଣ୍ଡ ଲଢ଼େଇ ଜିତିବା ପାଇଁ ମହିଳା ଭୋଟରଙ୍କୁ ଫୋକସ କରିଥିଲେ କଳ୍ପନା । କାରଣ ଝାଡ଼ଖଣ୍ଡରେ ମୋଟ ଭୋଟରଙ୍କ ଭିତରୁ ଅଧାରୁ ଅଧିକ ହେଉଛନ୍ତି ମହିଳା । ର୍ନିବାଚନୀ ସଭାରେ କଳ୍ପନା ଅଗ୍ନିବର୍ଷା ଭାଷଣ ଭୋଟରଙ୍କୁ ବେଶ ପ୍ରଭାବିତ କରିଥିବା କୁହାଯାଉଛି । କଳ୍ପନା ଭିନ୍ନ ଭିନ୍ନ ଭାଷାରେ ଭାଷଣ ଦେଇ ଭୋଟ ମାଗୁଥିଲେ। ହିନ୍ଦୀ, ଇଂରାଜୀ ସହ ଓଡ଼ିଆ, ବଙ୍ଗାଳି ଏମିତି କି ସାନ୍ତାଳୀ ଭାଷାରେ ପ୍ରଚାର କରିଥିଲେ ।

ହେମନ୍ତ ସୋରେନ ଜେଲରେ ଥିବା ବେଳେ ଚମ୍ପାଈ ସୋରେନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ସତ କିନ୍ତୁ ଚମ୍ପାଇଙ୍କର ଭାଜପା ଲିଙ୍କ୍‌ ଠଉରାଇ ପାରିଥିଲେ କଳ୍ପନା । ଚମ୍ପାଇ ପଦ୍ମ କ୍ୟାମ୍ପକୁ ଡେଇଁବା ପରେ ଜେଏମଏମ ପାଇଁ ଆମୂଳଚୂଳ ର୍ନିବାଚନୀ ରଣନୀତି ପ୍ରସ୍ତୁତ କରିବା ସହ ତାକୁ କାର୍ଯ୍ୟକାରୀ କରାଇଥିଲେ କଳ୍ପନା । ତୃଣମୂଳ ସ୍ତରରୁ ଆରମ୍ଭ କରି ଜେଏମଏମର ଆଗ ଧାଡ଼ିର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସଠିକ ସମନ୍ବୟ ରକ୍ଷା କରି ଏହି ବଡ଼ ଲଢ଼େଇକୁ ଜିତି ନେଇଛନ୍ତି କଳ୍ପନା । ମୟୂରଭଞ୍ଜ ଜିଲାର ଝିଅ ହେଉଛନ୍ତି କଳ୍ପନା। ସେ ଇଞ୍ଜିନିୟରିଂ ଡିଗ୍ରି ସାଙ୍ଗକୁ ଏମବିଏ ମଧ୍ୟ କରିଛନ୍ତି। ଚଳିତ ର୍ନିବାଚନରେ ଜେଏମଏମର ବମ୍ପର ବିଜୟ ପରେ ସରକାରରେ କଳ୍ପନା ବଡ଼ ଭୂମିକା ତୁଲାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri