ସରୁଛି ପ୍ରଚାର: ମଇଦାନରେ ହେଭିଓ୍ବେଟ୍‌

ଭଦ୍ରକ ଅଫିସ,୧।୧୧: ଧାମନଗର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ଦିନ ହୋଇଥିବା ବେଳେ ଜୋରଦାର ହେଉଛି କ୍ୟାମ୍ପେନ୍‌। ୩ ପ୍ରମୁଖ ଦଳ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ। ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ପ୍ରାର୍ଥୀ ଲାଗିପଡ଼ିଛନ୍ତି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି ।
ବିଜେଡି ପାଇଁ ଆଜି ମଇଦାନକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓହ୍ଲାଇଛନ୍ତି । ସେ ଦଳୀୟ ବିଧାୟକ ଓ ନେତାଙ୍କ ସହ ମିଶି ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଛନ୍ତି।
ଅନ୍ୟପକ୍ଷେ ଭାଜପାର ବିଧାୟକ, ମନ୍ତ୍ରୀ ଓ ଦଳୀୟ କର୍ମୀଙ୍କ ସହ ମିଶି ସୂର୍ଯ୍ୟବଂଶୀ ସୂରଜ ପ୍ରଚାର କରୁଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ , ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନେକ ନେତା ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ଡୋର ଟୁ ଡୋର୍‌ କ୍ୟାମ୍ପେନ କରୁଛନ୍ତି।
ସେହିପରି ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକଙ୍କୁ ଭୋଟ ମାଗୁଛନ୍ତି । ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ୬ ତାରିଖରେ ଭୋଟ ଗଣତି ହେବ।