ଡ୍ୟାମ୍‌ ଅଞ୍ଚଳରେ ଚାଲିଛି ବେଧଡ଼କ କାଠ, ପଥର ଚାଲାଣ

ତେନ୍ତୁଳିଖୁଣ୍ଟି, ୪।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପର ପୋଡ଼ାଗଡ଼ ଡ୍ୟାମ୍‌ ଅଞ୍ଚଳରେ ବେଧଡ଼କ କାଠ, ପଥର ଚାଲଣ ହେବା ସହ ପାହାଡ଼ କାଟି ସମତଳକରି ମୃତ୍ତିକା କ୍ଷୟ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ମାଫିଆ। କିନ୍ତୁ ଉଭୟ ପ୍ରକଳ୍ପ ପ୍ରଶାସନ ଓ ବନ ବିଭାଗ ଚୁପ୍‌ ରହୁଛନ୍ତି। ଫଳରେ ବେଧଡ଼କ ଚାଲିଛି କାଠ ଚୋରା ଚାଲାଣ। ଏ ନେଇ ଖବର ପ୍ରସାରଣ ପରେ କିଛିଦିନ ବନ୍ଦ ରହୁଛି ପରେ ପୁଣି ଆରମ୍ଭ ହୋଇଯାଉଛି। ତେନ୍ତୁଳିଖୁଣ୍ଟି ବନ ବିଭାଗ ସେଦିଗରେ ନୀରବତା ନେଇ ପ୍ରଶ୍ନ ସୃଷ୍ଟି ହେଉଛି। ସମାନ ଢଙ୍ଗରେ ସମାନ ସ୍ଥାନରୁ କାଠ ଚୋରା ଚାଲାଣ ହେଉଥିବା ବେଳେ ବିଭାଗ ସବୁ ଜାଣି ମଧ୍ୟ ଚୁପ୍‌ ରହୁଥିବାରୁ ତେନ୍ତୁଳିଖୁଣ୍ଟି ବନ ବିଭାଗ ଅଧିକାରୀ ଏବଂ କାଠମାଫିଆଙ୍କ ସଲାସୁତରାରେ ଏହି ବ୍ୟବସାୟ ହେଉଥିବା ଅଭିଯୋଗ ହେଉଛି।
ସରକାର ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଜଙ୍ଗଲ ହିଁ ଜୀବନ ନାରା ଦିଆଯାଉଛି। କିନ୍ତୁ ଜଙ୍ଗଲ ନଷ୍ଟ, ମୃତ୍ତିକା କ୍ଷୟ , ପଥର ଚାଲାଣ ହେଉଥିଲେ ହେଁ ସେ ଦିଗରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ପଡୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ବିଭାଗୀୟ ଅଧିକାରୀ ଏବଂ କାଠମାଫିଆଙ୍କ ମଧୁଚନ୍ଦ୍ରିକା ହେତୁ ସରକାରଙ୍କ ଜଙ୍ଗଲ ହିଁ ଜୀବନ ନାରା ପ୍ରହସନ ପାଲଟିବାକୁ ବସିଲାଣି। କାଠ ଚୋରା ଚାଲାଣର ପ୍ରମୁଖ ସ୍ଥଳୀ ପାଲଟିଛି ତେନ୍ତୁଳିଖୁଣ୍ଟି ବ୍ଲକର ପୋଡ଼ାଗଡ଼ ଡ୍ୟାମ୍‌ ଅଞ୍ଚଳ। ପ୍ରତିଦିନ ଅନେକ ସଂଖ୍ୟକ ମୂଲ୍ୟବାନ୍‌ ବୃକ୍ଷକୁ କାଟି ମାଫିଆମାନେ ବ୍ୟବସାୟ ଚଳାଇଛନ୍ତି। ଏନେଇ ବହୁବାର ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ ମଧ୍ୟ କରାଯାଇଛି । ଇନ୍ଦ୍ରାବତୀ ପ୍ରକଳ୍ପ ପୋଡ଼ାଗଡ଼ ଡ୍ୟାମ୍‌ଠାରେ ବହୁ ପରିମାଣର କାଠ ଜମା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରତିଦିନ ସକାଳ ସମୟରେ ମାଫିଆମାନେ ଏହି ବନ୍ଧ ନିକଟରେ କାଠ ଗଦା କରୁଥିବାବେଳେ ଆରଦିନ ରାତି କିମ୍ବା ବଡ଼ି ଭୋରରୁ କାଠ ଟ୍ରାକ୍ଟର, ଅଟୋ ମାଧ୍ୟମରେ ନିଆଯାଉଛି। ଦିନତମାମ ଡ୍ୟାମ୍‌ ନିକଟରେ ଏତେ ସଂଖ୍ୟକ କାଠ ଜମାହୋଇ ରହୁଥିବା ବେଳେ ବନ ବିଭାଗ ନିକଟରେ କିଭଳି ଖବର ପହଞ୍ଚତ୍ ପାରୁନାହିଁ ତାହା ପ୍ରଶବାଚୀ ସୃଷ୍ଟି କରିଛି। ଏହି କାଠ ହୁଏତ ଡ୍ୟାମ୍‌ ଆରପାରିରୁ ଡଙ୍ଗା ମାଧ୍ୟମରେ ଆସୁଥାଇପାରେ। ସେ ଯାହାବି ହେଉ ବନ ବିଭାଗ ଏ ନେଇ ଅବଗତ ଥାଇ ମଧ୍ୟ ଚୁପ୍‌ ବସୁଥିବାରୁ ବନ ବିଭାଗ ନାକତଳେ ଏହି ବ୍ୟବସାୟ ଚାଲିଥିବା ଆଲୋଚନା ହେଉଛି। ପ୍ରତିଦିନ ବାର୍‌ହା ଶିକାର ପାଇଁ ଶିକାରୀମାନେ ଅଭିନବ ଉପାୟରେ ବିଦ୍ୟୁତ୍‌ ସଂଯୋଗକରି ବେଧଡ଼କ ଭାବରେ ଶିକାର କରୁଛନ୍ତି। ତୁରନ୍ତ ବନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଏ ଦିଗରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବନ୍ୟଜନ୍ତୁଙ୍କ ସମେତ ଜଙ୍ଗଲ କ୍ଷୟ ହେବା ଏକ ପ୍ରକାର ସୁନିଶ୍ଚିତ। ଏନେଇ ପ୍ରକଳ୍ପ ଅଧିକାରୀ ସଞ୍ଜୀବ କୁମାର ଭତ୍ରାଙ୍କୁ ପଚାରିବାରୁ କୌଣସି ଅଭିଯୋଗ ଆମେ ପାଇନାହୁଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେନ୍ତୁଳିଖୁଣ୍ଟି ଫରେଷ୍ଟର ଅମିତ କୁମାରଙ୍କୁ କାଠ ଅବାଧ ଚାଲାଣ ସମ୍ପର୍କରେ ପଚାରିବାରୁ କେଉଁ ସମୟରେ ଚାଲାଣ ହେଉଛି ଜଣାପଡ଼ୁନାହିଁ। ଚାଲାଣ ବେଳେ ଖବର ଦେଲେ ଚଢ଼ାଉ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri