ଲଗାଣ ବର୍ଷା: କୋରାପୁଟ ଜିଲାରେ ଭାଙ୍ଗିଛି ୩୦ ଘର

ନନ୍ଦପୁର/କୋରାପୁଟ,୧୪ା୯(ଶଙ୍କର ପୂଜାରୀ/ଅମିତାଭ ବେହେରା)କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ୨ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଜିଲାର ବିଭିନ୍ନ ବ୍ଲକରେ ୩୦ ଘର ଭାଙ୍ଗିଛି। ସେଥିରୁ କୋରାପୁଟ ବ୍ଲକରେ ୩ଟି, ନନ୍ଦପୁର ବ୍ଲକରେ ୮ଟି, ପଟ୍ଟାଙ୍ଗି ବ୍ଲକରେ ୨ଟି, ସେମିଳିଗୁଡା ବ୍ଲକରେ ୧୩ଟି ଓ ବୈପାରିଗୁଡା ବ୍ଲକରେ ୪ଟି ଘର ଭାଙ୍ଗିଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡିଛି।
ଲଗାଣ ବର୍ଷାରେ ନନ୍ଦପୁର ବ୍ଲକ ଅଞ୍ଚଳରେ ବର୍ଷାଜଳ ରାସ୍ତା ଉପରେ, ଚାଷଜମିରେ, ଗ୍ରାମ ସଦରରେ ପ୍ରବାହିତ ହେଉଥିବାରୁ ଲୋକଙ୍କୁ ଘରୁ ବାହାରିବା କଷ୍ଟକର ହୋଇଛି। କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ୮ଟି ଘର ଭାଙ୍ଗିଛି। ନନ୍ଦପୁର ତହସିଲର ବାଲଡ଼ା ରାଜସ୍ବ ମଣ୍ଡଳରେ ୪ଟି, ଚାଟୁଆ ରାଜସ୍ବ ମଣ୍ଡଳରେ ୨ଟି ଓ କୁଲାରସିଂ ରାଜସ୍ବ ମଣ୍ଡଳରେ ୨ଟି ଘର ଭାଙ୍ଗିଛି। ବାଲଡା ରାଜସ୍ବ ମଣ୍ଡଳରେ ବାଲଡା ଗ୍ରାମର ପଦ୍ମା ଶିସା ଓ ଦଇତାରି ଖରା, ଲୁଲୁବୁରୁ ଗ୍ରାମର ଗୁରୁ ଆଚିଙ୍ଗ ଓ ଭେଜା ଗ୍ରାମର ଗୌରଚନ୍ଦ୍ର ଖିନବୁଡ଼ିଙ୍କ ଘରକାନ୍ଥ ଭୁଶୁଡ଼ି ପଡ଼ିଛି। ଚାଟୁଆ ରାଜସ୍ବ ମଣ୍ଡଳ ପାଡାଲପୁର ଗ୍ରାମର ନାବ ପାଙ୍ଗୀଙ୍କ ଘର ଭାଙ୍ଗିଥିବା ବେଳେ ଅନ୍ୟ ଜଣକ ନାମ ମିଳିପାରିନାହିଁ। ସେହିପରି କୁଲାରସିଂ ରାଜସ୍ବ ମଣ୍ଡଳର କୁଲାରସିଂ ଗ୍ରାମର ଗଣପତି ତେଲମାଲଙ୍କ ଘର ଭାଙ୍ଗିଛି। ଅନ୍ୟ ଜଣଙ୍କ ନାମ ଜଣାପଡିନାହିଁ। ସମ୍ପୃକ୍ତ ପରିବାରଙ୍କୁ ତ୍ୱରିତ ସହାୟତା ସ୍ବରୂପ ପଲିଥିନ ଯୋଗାଇ ପ୍ରଦାନ କରାଯାଇଥିବା ରାଜସ୍ବ ନିରୀକ୍ଷକ ଅକ୍ଷୟ କ୍ଷତ୍ରି କହିଛନ୍ତି। କ୍ଷୟକ୍ଷତି ଆକଳନ ପରେ ସମସ୍ତଙ୍କୁ ଘରଭଙ୍ଗା ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ନରସିଂହ ଗାଦବା ସୂଚନା ଦେଇଛନ୍ତି। କୋରାପୁଟ ଜିଲାରେ ବୁଧବାର ମୋଟ ୬୨୪ ମି.ମି. ବର୍ଷା ହୋଇଛି। ଜିଲାର ଦଶମନ୍ତପୁର ବ୍ଲକରେ ସର୍ବାଧିକ ୯୮ ମି.ମି. ବର୍ଷା ହୋଇଥିବା ବେଳେ ନାରାୟଣପାଟଣା ବ୍ଲକରେ ସର୍ବନିମ୍ନ ୧୫.୬ ମି.ମି. ବର୍ଷା ହୋଇଛି। ଲକ୍ଷ୍ମୀପୁର ବ୍ଲକରେ ୯୪.୨ ମି.ମି., ସେମିଳିଗୁଡା ବ୍ଲକରେ ୮୭ ମି.ମି., ନନ୍ଦପୁର ବ୍ଲକରେ ୭୦ ମି.ମି. , କୋରାପୁଟ ବ୍ଲକରେ ୬୮ ମି.ମି., ଜୟପୁର ବ୍ଲ୍ଳକରେ ୩୯.୪ ମି.ମି. ବୋରିଗୁମ୍ମା ବ୍ଲକରେ ୨୬.୪ ମି.ମି. କୋଟପାଡ ବ୍ଲକରେ ୨୫.୨ ମି.ମି., କୁନ୍ଦୁରା ବ୍ଲକରେ ୨୪ ମି.ମି., ଲମତାପୁଟ ବ୍ଲକରେ ୨୨ ମି.ମି. ବୈପାରିଗୁଡା ବ୍ଳକରେ ୨୦ ମି.ମି., ବନ୍ଧୁଗାଁ ବ୍ଲକରେ ୧୬ ମି.ମି. ବର୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri