କୋରାପୁଟ,୧୨/୧୦(ଅମିତାଭ ବେହେରା ) ରବିବାର ଅପରାହ୍ନରେ ଘଡଘଡି ସହ ପ୍ରବଳ ବର୍ଷା ଯୋଗୁଁ ସହରର ସମସ୍ତ ଅଂଚଳ ଜଳ ମୟ ହୋଇଥିବା ଯୋଗୁଁ କିଛି ଘଣ୍ଟା ପାଇଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି,, ରବିବାର ଅପରାହ୍ନ ପ୍ରାୟ ୩ ଟାରୁ ୪ ଟା ମଧ୍ୟରେ ହୋଇଥିବା ଏହି ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ବର୍ଷା ଜଳର ସୁଅ ଦେଖାଯାଇଥିଲା.. ଏପରିକି ସହରର ସମସ୍ତ ତଳିଆ ଅଂଚଳରେ ଜଳପୂର୍ଣ ହୋଇଥିବାବେଳେ କେତକ ଲୋକଙ୍କ ଘରେ ପାଣି ପଶିଯାଇଛି… ନାଳରେ ଥିବା ଅଳିଆ ଆବର୍ଜନା ଏହି ବର୍ଷା ଯୋଗୁଁ ୨୬ ନଂ ଜାତୀୟ ରାଜପଥ ଉପରେ ପଡିଥିବା ଦେଖାଯାଇଛି।


