Posted inଜାତୀୟ

Video: ଗଛ ଲଗାଇ ନିଜ ସନ୍ତାନ ଭଳି ୨୦ ବର୍ଷ ସ୍ନେହ କଲେ, କଟିଯିବା ଦେଖି ମୁଣ୍ଡ ପିଟି କାନ୍ଦିଲେ ବୃଦ୍ଧା

ଛତିଶଗଡ଼,୧୨।୧୦: ଛତିଶଗଡ଼ର ଖୈରାଗଡ଼ ଜିଲାର ସାରାଗୋଣ୍ଡି ଗ୍ରାମରୁ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯାହା ଲୋକଙ୍କୁ ପ୍ରକୃତି ସହିତ ପ୍ରେମ ଓ ଭାବନା ସହ ଗଭୀର ଭାବେ ଯୋଡ଼ିଛି। ଭିଡିଓରେ ଜଣେ ବୃଦ୍ଧା ମହିଳା ନିଜ ହାତରେ ୨୦ ବର୍ଷ ପୂର୍ବେ ରୋପଣ କରିଥିବା ଗଛଟି କଟାଯିବା ପରେ ମୁଣ୍ଡ ପିଟି ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଉଛି। ତାଙ୍କର ଦୁଃଖ ଓ ଗଛ ପ୍ରତି ଗଭୀର ସ୍ନେହ ସ୍ପଷ୍ଟ ଦେଖାଯାଉଛି, ଯାହା ସମସ୍ତଙ୍କୁ ଭାବୁକ କରିଛି।

ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗଛଟି ଜଣେ ଜମି ବ୍ୟବସାୟୀଙ୍କ ଇଙ୍ଗିତରେ କଟାଯାଇଛି। ଗଛ କଟାଯିବାର ବିରୋଧରେ ଗ୍ରାମବାସୀମାନେ ଜୋରଦାର ପ୍ରତିବାଦ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏହା କେବଳ ଗୋଟିଏ ଗଛ ନୁହେଁ, ବରଂ ସେମାନଙ୍କ ସ୍ମୃତି ଓ ପରିବେଶର ଅଂଶ ଥିଲା। ଘଟଣା ଏବେ ସ୍ଥାନୀୟ ପ୍ରଶାସନର ନଜରକୁ ମଧ୍ୟ ଆସିଛି। ଗ୍ରାମବାସୀଙ୍କ ଅଭିଯୋଗ ଓ ଭାବନାକୁ ଦେଖି ପ୍ରଶାସନ ମାମଲାର ତଦନ୍ତ ଆରମ୍ଭ କରିଛି।

ଏହି ଭିଡିଓ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ସେୟାର କରିଛନ୍ତି। ଯେଉଁଥିରେ ମହିଳାଜଣକ କାନ୍ଦୁଥିବା ଓ କଟିଯାଇଥିବା ଗଛରେ ମୁଣ୍ଡ ପିଟି କାନ୍ଦୁଛନ୍ତି।

“ଏହା ଏକ ହୃଦୟବିଦାରକ ଦୃଶ୍ୟ। ଜଣେ ବୃଦ୍ଧା ମହିଳା ୨୦ ବର୍ଷ ପୂର୍ବେ ରୋପଣ କରିଥିବା ଗଛ କଟାଯିବା ପରେ କାନ୍ଦୁଛନ୍ତି। ଏହା ଛତ୍ତିଶଗଡ଼ ରାଜ୍ୟରେ ଘଟିଛି ବୋଲି ମୋତେ କୁହାଯାଇଛି,” ରିଜିଜୁ ଏକ୍ସରେ ଲେଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri