ଆଜିଠୁ ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୧୩ା୭: ଏଥର ରଥରେ ପ୍ରବଳ ବର୍ଷିବ। ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟର ଉତ୍ତର ଓଡି଼ଶା ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ତେବେ ସୋମବାର ବିଭିନ୍ନ ଜିଲାରେ ବର୍ଷା ସହିତ ଗୁଳୁଗୁଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨୦ ଜିଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ା ଜିଲାକୁ ପ୍ରବଳ ବର୍ଷା ନେଇ ଓ୍ବାର୍ନିଂ ଦିଆଯାଇଛି। ଅପରପକ୍ଷେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଗରମ ଗୁଳୁଗୁଳି ନେଇ ସତର୍କ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଭଦ୍ରକରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ହ୍ୟୁମିଡିଟି ବା ଆର୍ଦ୍ରତା ୭୨% ରହିଥିଲା।

ସେହିପରି ପାରଳାଖେମୁଣ୍ଡିରେ ତାପମାତ୍ରା ୩୭.୪ ଡିଗ୍ରୀ ଓ ଆର୍ଦ୍ରତା ୭୮%, ଭୁବନେଶ୍ୱରରେ ତାପମାତ୍ରା ୩୬.୭ ଡିଗ୍ରୀ ଓ ଆର୍ଦ୍ରତା ୬୮%, ଯାଜପୁର ଓ କଟକରେ ୩୬.୪ ଡିଗ୍ରୀ ଏବଂ ଆର୍ଦ୍ରତା ଯଥାକ୍ରମେ ୮୩ ଓ ୬୯%, ଭବାନୀପାଟଣାରେ ୩୬.୨ ଡିଗ୍ରୀ ଓ ଆର୍ଦ୍ରତା ୫୫%, ଟିଟିଲାଗଡ ଓ ନୟାଗଡ଼ରେ ୩୬ ଡିଗ୍ରୀ ଓ ଆଦର୍‌ରତା ୬୬ ଓ ୮୧% ରହିଥିଲା।

Dharitri – Odisha’s No.1 Odia Daily

Share