ଘନ ଘନ ବିଜୁଳି କାଟ ଜନ ଜୀବନ ଅସ୍ତବ୍ୟସ୍ତ

କେନ୍ଦୁଝର, ୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଏବେ ଚାଲିଛି ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଚାଲିଛି॥ ଦିନ ରାତି ଯେତେବେଳେ ଇଚ୍ଛା ବିଜୁଳି ଚାଲି ଯାଉଛି। ବର୍ଷା ଆସିବା ପୂର୍ବରୁ ଓ ପରେ ଘଣ୍ଟା ଘଣ୍ଟା ବିଜୁଳି ଯୋଗାଣ ବିଚ୍ଛିନ୍ନ ହେଉଛି। ଟାଟା ପାୱାର ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ଗ୍ରହଣ କରିବା ପରେ ଏପରି ଅବ୍ୟବସ୍ଥା ସବୁବେଳେ ଘଟୁଛି। ବିଜୁଳି ରହୁ ନ ଥିବାରୁ ଡାକ୍ତରଖାନାରେ ମଧ୍ୟ ରୋଗୀ ସେବା ବ୍ୟାହତ ହେଉଛି। ଜେନେରେଟର ଓ ଇନଭର୍ଟର ବିଦ୍ୟୁତ ବିକଳ୍ପ ଭାବେ କାମ କରି ପାରୁନି। ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ଛାତ୍ରୀଛାତ୍ରମାନେ ଏପରି ବାରମ୍ବାର ବିଦ୍ୟୁତ ଚାଲି ଯାଉ ଥିବାରୁ ପାଠ ପଢ଼ି ପାରୁ ନାହାନ୍ତି। କେନ୍ଦୁଝର ସହର ଛଡା ଗାଁ ଗଣ୍ଡା କଥା ନ କହିବା ଭଲ। ସେଠାରେ ଶୁଣିବାକୁ କେହି ନାହିଁ । ଏହି ଅବ୍ୟବସ୍ଥା ବିରୁଦ୍ଧରେ କେନ୍ଦୁଝର ଲୋକେ ତାତି ସାରିଲେଣି। ତେଣୁ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ରଙ୍କ ନେତୃତ୍ୱରେ ଯୁବକମାନେ ଏକଜୁଟ ହୋଇ ଟାଟା ପାୱାର ଉତ୍ତର ଓଡ଼ିଶା ବିଦ୍ୟୁତ ବିତରଣ ସଂସ୍ଥାର କେନ୍ଦୁଝର ଅଫିସକୁ ଯାଇ ଏନେଇ ବିରୋଧ ପ୍ରଦର୍ଶନ କରିଥିଲେ। ନିର୍ବାହୀ ଯନ୍ତ୍ରୀଙ୍କ ସହ ସମସ୍ତଙ୍କ ସାମ୍ନାରେ ଆଲୋଚନା କରାଯାଇଥିଲା। ସମସ୍ତେ ଟାଟା ପାୱାରର ଏପରି ମନମାନି ଓ ପ୍ରଜା ଶୋଷଣ ନୀତିକୁ ତୀବ୍ର ନିନ୍ଦା କରିଥିଲେ। ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ବ୍ୟବସ୍ଥା ପରିବର୍ତ୍ତନ ନ ହେଲେ ଟାଟା ପାୱାର ବିରୋଧରେ ସାଧାରଣ ଲୋକଙ୍କ ସହଯୋଗରେ ଅସହଯୋଗ ଆନ୍ଦୋଳନ କରାଯିବ ପୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ-ଠିକାଦାରଙ୍କୁ ଏକାଠି ବସାଇ ବୁଝାମଣା ପ୍ରୟାସ: ୩ ଘଣ୍ଟା ପରେ ବି କେସ୍‌ ରୁଜୁ କରିନି ପୋଲିସ

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

ଲାଇଭ୍‌ ଇଭେଣ୍ଟରେ ଖସିପଡ଼ିଲା ମୃଣାଳଙ୍କ କାନ ଝୁମୁକା: ଆଉ ତା’ପରେ…ଦେଖନ୍ତୁ Video

ଅଭିନେତ୍ରୀ ମୃଣାଲ ଠାକୁର ରୂପରେ ଯେମିତି, ଅଭିନୟରେ ବି ସେମିତି ନିପୂଣ। ଖୁବ୍‌ କମ୍‌ ଦିନରେ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଛନ୍ତି। ସେ ଏବେ ବଲିଉଡ୍‌ର…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ଭାରତ-ବ୍ରାଜିଲ ସମ୍ପର୍କରେ ନୂଆ ଅଧ୍ୟାୟ: ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ

ବ୍ରାସିଲିଆ,୨୧।୨: ଭାରତ-ବ୍ରାଜିଲ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୫୮ କେଜି ସୁନା, ଟଙ୍କା…

ଭୁବନେଶ୍ୱର,୨୧।୨: ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପଥ୍ବୀରଜ ହରିଚନ୍ଦନଙ୍କ…

ଯନ୍ତ୍ରୀ-ଠିକାଦାର ମୁହାଁମୁହିଁ: ଜାତିଆଣ ଟିପ୍ପଣୀ ଧମକ ଦେଇ…

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri