ଗଞ୍ଜାମ,(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାଜ ଜିଲା ରମ୍ଭା ବାଣ ବଜାରରେ ଥିବା ତିନରୁ ଊର୍ଦ୍ଧ୍ୱ ବାଣ ଦୋକାନରେ ରବିବାର କୌଣସି କାରଣରୁ ନିଆଁ ଲାଗି ସମ୍ପୂର୍ଣ୍ଣ ବାଣ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା। ଫଳରେ ଗଞ୍ଜାମ ସହର ଶେଷରେ ଥିବା ଛଅଟି ବାଣ ଦୋକାନରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ରମ୍ଭା ଅଞ୍ଚଳର ବହୁ ଲୋକ ବାଣ କିଣିବାକୁ ଏଠାରେ ଭିଡ଼ ଜମାଇଛନ୍ତି। ଅନ୍ୟପଟେ ଗତକାଲି ଏବଂ ସୋମବାର ସକାଳ ଓ ଅପରାହ୍ନରେ ସାମାନ୍ୟ ବର୍ଷା ଯୋଗୁ ବାଣ ବିକ୍ରିରେ ବାଧା ସୃଷ୍ଟି ହୋଇଛି।

