Posted inଜାତୀୟ

ହୃଦୟ ବିଦାରକ ଦୃଶ୍ୟ:୨ ପୁଅଙ୍କ ମୃତଦେହ ୧୫ କି.ମି. ବୋହିଲେ ମା’ବାପା

ନାଗପୁର, ୬।୯:ମହାରାଷ୍ଟ୍ରର ଗଡ଼ଚିରୌଲୀ ଜିଲା ଅହେରି ତହସିଲ ପତ୍ତିଗାଓଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଓ ଯାତାୟାତ ସୁବିଧା ଠିକ୍‌ ନ ଥିବାରୁ ୨ ଶିଶୁଙ୍କର ଠିକ ସମୟରେ ଚିକିତ୍ସା ହୋଇ ନ ପାରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ପତ୍ତିଗାଓଁ ଗ୍ରାମ ନିବାସୀ ରମେଶ ବିଲାଦୀଙ୍କ ୨ ପୁଅ ବାଜିରାଓ(୬) ଏବଂ ଦୀନେଶଙ୍କୁ ବୁଧବାର ପ୍ରବଳ ଜ୍ୱର ହୋଇଥିଲା। ତେବେ ଜ୍ୱରର ପାରମ୍ପରିକ ଉପଚାର ପାଇଁ ପ୍ରଥମେ ରମେଶ ଓ ତାଙ୍କ ସ୍ତ୍ରୀ ଉଭୟ ପିଲାଙ୍କୁ ସ୍ଥାନୀୟ ପୁରୋହିତଙ୍କୁ ଦେଖାଇଥିଲେ। ପୁରୋହିତ ଦେଇଥିବା ଔଷଧରେ ୨ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଥିଲା। ତେଣୁ ରମେଶ ଓ ତାଙ୍କ ସ୍ତ୍ରୀ ୨ ପିଲାଙ୍କୁ ୧୫ କି.ମି ଦୂରରେ ଥିବା ଜିମଲଗଟ୍ଟା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ହସ୍ପିଟାଲକୁ ନେବା ପାଇଁ ରମେଶଙ୍କୁ ଆମ୍ବୁଲାନ୍ସ ମିଳି ନ ଥିଲା।

ସେହିପରି ଯାତାୟାତ ସୁବିଧା ନ ଥିବାରୁ ରମେଶ ଓ ତାଙ୍କ ସ୍ତ୍ରୀ ୨ ପିଲାଙ୍କୁ ଧରି କାଦୁଅ ରାସ୍ତାରେ ଚାଲିଚାଲି ଜିମଲଗଟ୍ଟା ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ଠିକ୍‌ ସମୟରେ ଚିକିତ୍ସା ସେବା ପାଇ ପାରି ନ ଥିବାରୁ ଉଭୟ ବାଜିରାଓ ଓ ଦୀନେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ମଧ୍ୟ ରମେଶ ଓ ତାଙ୍କ ସ୍ତ୍ରୀଙ୍କୁ ନିଜ ୨ ପିଲାଙ୍କ ମୃତଦେହ ପତ୍ତିଗାଓଁ ଗ୍ରାମକୁ ନେବା ପାଇଁ ଆମ୍ବୁଲାନ୍ସ ମିଳି ନ ଥିଲା। ତେଣୁ ଏହି ଦମ୍ପତି ବାଧ୍ୟ ହୋଇ ଉଭୟ ପିଲାଙ୍କର ମୃତଦେହକୁ କାନ୍ଧେଇ ୧୫ କି.ମି. ଚାଲି ଚାଲି ଗ୍ରାମରେ ପହଞ୍ଚିଥିଲେ।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଉପରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିଶ ଗଡ଼ଚିରୌଲୀ ଜିଲାକୁ ପୋଷ୍ୟ ଜିଲା ଭାବେ ଗ୍ରହଣ କରିଥିବାବେଳେ ଏପରି ଅବ୍ୟବସ୍ଥା କିପରି ଘଟିଲା ସେନେଇ ରାଜ୍ୟରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପ୍ରଶ୍ନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

କେବେହେଲେ ନିର୍ମାଣ ହେବ ନାହିଁ ବାବ୍ରି ମସଜିଦ୍, ଗର୍ଜିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ନୂଆଦିଲ୍ଲୀ,୧୦।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାଧାରଣ ସଭାରେ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କେବେହେଲେ ବାବ୍ରି ସଂରଚନା ପୁନଃନିର୍ମାଣ ହେବାର ପ୍ରଶ୍ନ ଉଠୁନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri