Posted inଜାତୀୟ

ରହସ୍ୟମୟ ଆଲାସ୍କା ଟ୍ରାଙ୍ଗଲ୍‌:ଉଭାନ ହେଲେଣି ୨୦ ହଜାର ଲୋକ

ନୂଆଦିଲ୍ଲୀ,୬ା୯:ରହସ୍ୟମୟ ବରମୁଡ଼ା ଟ୍ରାଙ୍ଗଲ୍‌ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି। ଉକ୍ତ ଅଞ୍ଚଳ ଅତିକ୍ରମ କରୁଥିବା ଲୋକେ ଅତ୍ୟନ୍ତ ରହସ୍ୟମୟ ଭାବେ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି। ସେହିଭଳି ଆଉ ଏକ ରହସ୍ୟମୟ ଅଞ୍ଚଳ ରହିଛି, ଯାହା ‘ଆଲାସ୍କା ଟ୍ରାଙ୍ଗଲ’ ଭାବେ ପରିଚିତ। ୭୦ ଦଶନ୍ଧିରୁ ଅଦ୍ୟାବଧି ସେଠାରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଉଭାନ ହୋଇଗଲେଣି।
ଆଲାସ୍କା ଟ୍ରାଙ୍ଗଲ୍‌ର ଦକ୍ଷିଣରେ ଆଞ୍ଚୋରେଜ ଏବଂ ଜୁନୋ ଥିବାବେଳେ ଉତ୍ତରରେ ଉତ୍କିଆଗଭିକ୍‌ ଉପକୂଳ ସହର ରହିଛି। ଆଇଏଫ୍‌ଏଲ୍‌ ବିଜ୍ଞାନ ଅନୁଯାୟୀ ୧୯୭୨ ଅକ୍ଟୋବରରେ ଏହି ଅଞ୍ଚଳ ଖବରର ଶିରୋନାମା ମଣ୍ଡନ କରିଥିଲା। ସେତେବେଳେ ଆମେରିକା ହାଉସ୍‌ର ସଂଖ୍ୟାଗରିଷ୍ଠ ନେତା ଥୋମାସ ହାଲେ ବୋଗ୍‌ସ ସିନିୟର ଏବଂ ଆଲାସ୍କା କଂଗ୍ରେସ ସଦସ୍ୟ ନିକ୍‌ ବେଗିଚ୍‌ଙ୍କୁ ନେଇ ଯାଉଥିବା ବିମାନ ଉକ୍ତ ଅଞ୍ଚଳ ଦେଇ ଯିବାବେଳେ ଉଭାନ ହୋଇଯାଇଥିଲା। ବିମାନଟି ଆଞ୍ଚୋରେଜ୍‌ରୁ ଜୁନୋ ଯାଉଥିଲା। ବିମାନରେ ବେଗିଚ୍‌ଙ୍କ ସହଯୋଗୀ ରୁସେଲ ବ୍ରାଉନ୍‌ ଏବଂ ପାଇଲଟ ଡନ୍‌ ଜୋଞ୍ଜ ଥିଲେ। ୪ ଜଣଙ୍କୁ ଖୋଜି ପାଇବା ପାଇଁ ବ୍ୟାପକ ସର୍ଚ୍ଚ ଅପରେଶନ କରାଯାଇଥିଲା। ତେବେ ନା ବିମାନ ନା ଉକ୍ତ ଲୋକଙ୍କର କୌଣସି ପତ୍ତା ମିଳି ନ ଥିଲା। ଏହା କେବଳ ଗୋଟିଏ ଘଟଣା ନୁହେଁ। ୭୦ ଦଶକ ମଧ୍ୟଭାଗରେ ନୂ୍ୟୟର୍କର ୨୫ ବର୍ଷୀୟ ଗାରି ଫ୍ରାଙ୍କ୍‌ ସୋଥେରଡେନ୍‌ ଆଲାସ୍କାର ଜଙ୍ଗଲ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇ ଆଉ ଫେରି ନ ଥିଲେ। ୧୯୯୭ରେ ତାଙ୍କ ଖପୁରି ପୋର୍କୁପାଇନ୍‌ ନଦୀକୂଳରୁ ମିଳିଥିଲା। ତାଙ୍କୁ ଭାଲୁ ମାରିଦେଇଥିବା ସନ୍ଦେହ କରାଯାଏ।
ପ୍ରତିବର୍ଷ ଏହି ଅଞ୍ଚଳରେ ହାରାହାରି ୨,୨୫୦ ଲୋକ ନିଖୋଜ ହୋଇଯାଉଛନ୍ତି, ଯାହା ଆମେରିକାର ଜାତୀୟ ନିଖୋଜ ମାମଲା ହାରଠାରୁ ଦୁଇଗୁଣ। ଆଲାସ୍କା ଟ୍ରାଙ୍ଗଲ୍‌ରେ କେତେକ ଅସାଧାରଣ ଚୁମ୍ବକୀୟ କ୍ରିୟା ହେଉଥିବା ଅନେକେ ବିଶ୍ୱାସ କରନ୍ତି। ଅନ୍ୟ କେତେକଙ୍କର ବିଶ୍ୱାସ ହେଲା, ଉକ୍ତ ରହସ୍ୟମୟ ସ୍ଥାନ ପଛରେ ଏଲିଏନ୍‌ମାନେ ରହିଛନ୍ତି। ଆଲାସ୍କା ଟ୍ରାଙ୍ଗଲ ହେଉଛି ଜଙ୍ଗଲ ଏବଂ ପ୍ରାକୃତିକ ବିପଦ ଭରା ଏକ ବିସ୍ତୀର୍ଣ୍ଣ ଅଞ୍ଚଳ। ଲୋକେ ନିଖୋଜ ହୋଇଯିବା ଓ ଆଉ ନ ଫେରିବା ପଛର ଏହା ମୁଖ୍ୟ କାରଣ ବୋଲି ମଧ୍ୟ କେତେକ କହିଥାନ୍ତି। ବରମୁଡ଼ା ଟ୍ରାଙ୍ଗଲ ଭଳି ଆଲାସ୍କା ଟ୍ରାଙ୍ଗଲ ରହସ୍ୟର କୌଣସି ସମାଧାନ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri