ଅଳ୍ପ ବୟସରେ ହୃଦ୍‌ରୋଗ

ସୈନ୍ୟ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୧୭ ବର୍ଷର କିଶୋରଠାରେ ବାଇପାସ୍‌ ସର୍ଜରି ହୋଇସାରିଲାଣି। ତା’ର ରକ୍ତ-କୋଲେଷ୍ଟରଲ୍‌ର ମାତ୍ରା ଅନୁମୋଦିତ ସ୍ତରରେ ରହିଥିଲା, ତଥାପି ତା’ର ଧମନୀରେ ପ୍ରକାଶ ପାଇସାରିଥିଲା ଆଥେରୋସ୍କେରୋସିସ୍‌।
ବୟସ ମାତ୍ର ୨୨ ବର୍ଷ। ତା’ଠାରେ ହଠାତ୍‌ ଆରମ୍ଭ ହେଲା ଛାତି ଯନ୍ତ୍ରଣା। ପରୀକ୍ଷାରୁ ଜଣାପଡ଼ିଲା ଯେ ସେ ହୃଦ୍‌ରୋଗରେ ଆକ୍ରାନ୍ତ। ସେଥିପାଇଁ ତା’ର ବାଇପାସ୍‌ ସର୍ଜରି କରାଯାଇଛି। ସେ ଜଣେ ଦାନ୍ତ ଡାକ୍ତର। ବୟସ ୩୮ ବର୍ଷ। ତାଙ୍କଠାରେ ଦୁଇଥର ବାଇପାସ୍‌ ସର୍ଜରି କରାଯାଇସାରିଲାଣି।
ଉପରେ ଯେଉଁ ଦୃଷ୍ଟାନ୍ତ ଦିଆଗଲା, ଆପଣ କ’ଣ ଭାବୁଛନ୍ତି ଯେ ଏଗୁଡ଼ିକ ବିରଳ ଘଟଣା? ଆପଣ ପୁରୁଣାକାଳିଆ ଧାରଣାକୁ ଫିଙ୍ଗି ଦିଅନ୍ତୁ। ଆଖି ଖୋଲି ବାସ୍ତବତାକୁ ଦେଖନ୍ତୁ ଓ ଗ୍ରହଣ କରିନିଅନ୍ତୁ। ସହରାଞ୍ଚଳର ଡାକ୍ତରଖାନାଗୁଡ଼ିକରେ କିଶୋରଗୋଷ୍ଠୀ ତଥା ଯୁବଗୋଷ୍ଠୀର ଅନ୍ତର୍ଭୁକ୍ତ ହୋଇଥିବା ଅଳ୍ପବୟସ୍କ ବ୍ୟକ୍ତିମାନେ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଭର୍ତ୍ତି ହେବାରେ ଲାଗିଛନ୍ତି। ଏହା କାଁ ଭାଁ ଘଟୁନାହିଁ। ବରଂ ଦିନକୁଦିନ ସେମାନଙ୍କର ସଂଖ୍ୟା ବୃଦ୍ଧି ପାଇଚାଲିଛି।
ଗତ ଅଳ୍ପ କେଇ ଦଶନ୍ଧି ଭିତରେ ଅଳ୍ପ ବୟସ୍କ ହୃଦ୍‌ରୋଗୀମାନଙ୍କର ସଂଖ୍ୟା ତିନି ଚାରି ଗୁଣ ବଢ଼ିଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଯୁବ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର, ବ୍ୟବସାୟିକ ସଂସ୍ଥାରେ ନିଯୁକ୍ତ କାର୍ଯ୍ୟନିର୍ବାହୀ, ବ୍ୟବସାୟୀ, ଅଫିସ କର୍ମଚାରୀ, ଶିକ୍ଷକ ଏବଂ ଛାତ୍ରମାନେ। ଜଣେ ହୃଦ୍‌ରୋଗ ବିଶେଷଜ୍ଞ ନିଜ ଅନୁଭୂତିରୁ କହନ୍ତି, ”ଆଗେ ପୋଲିସ ବିଭାଗର ଆଇ.ଜି. ଓ ଡି.ଜି. ପାହ୍ୟାର ଅଫିସର ହୃଦ୍‌ରୋଗାକ୍ରାନ୍ତ ହୋଇ ଆମ ପାଖକୁ ଆସୁଥିଲେ। ଏବେ ଏସ୍‌.ପି. ଓ ଡି.ଏସ୍‌.ପି. ପାହ୍ୟାର ପୋଲିସ ଅଫିସର ମଧ୍ୟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଧାଇଁଲେଣି।“
ଅନ୍ୟ ଜଣେ ହୃଦ୍‌ରୋଗ ବିଶେଷଜ୍ଞଙ୍କ ମତରେ ୨୦ ଓ ୩୦ ବର୍ଷ ବୟସରେ ପହଞ୍ଚିଥିବା ଯୁବକମାନେ ହୃଦ୍‌ରୋଗ ଯୋଗୁ ବାଇପାସ୍‌ ସର୍ଜରି କରାଉଥିବାର ଦୃଷ୍ଟାନ୍ତ ସାଧାରଣ ହେଲାଣି। ଆମ ଦେଶର ନ୍ୟାଶନାଲ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଏକ ଅନୁଧ୍ୟାନ ଅନୁଯାୟୀ ବାଇପାସ୍‌ ସର୍ଜରି କରାଯାଇଥିବା ରୋଗୀମାନଙ୍କ ମଧ୍ୟରୁ ୧୦.୪ ପ୍ରତିଶତ ରୋଗୀଙ୍କର ବୟସ ଥିଲା ୪୦ରୁ ୫୦ ବର୍ଷ ଭିତରେ; ଅର୍ଥାତ୍‌ ପ୍ରତି ହଜାର ରୋଗୀଙ୍କ ଭିତରୁ ୧୦୪ ଜଣ। ଏହି ସଂଖ୍ୟାକୁ ଆଦୌ ହେୟ ବିଚାରି ହେବ ନାହିଁ। ତେବେ ଅଳ୍ପ ବୟସ୍କ ପୁରୁଷ ଓ ମହିଳାମାନେ ହୃଦ୍‌ରୋଗରେ ଅଧିକରୁ ଅଧିକ ଆକ୍ରାନ୍ତ ହୋଇ ପଡ଼ୁଥିବାର କାରଣ କ’ଣ? ବିଶେଷଜ୍ଞମାନେ କହୁଛନ୍ତି ଯେ ଅଳ୍ପ ବୟସର ଲୋକେ ଏବେ ପାରମ୍ପରିକ ଖାଦ୍ୟ ଖାଇବା ଛାଡ଼ି ଫାଷ୍ଟ ଫୁଡ୍‌, ଜଙ୍କ୍‌ ଫୁଡ୍‌, ରଙ୍ଗ ପଡ଼ିଥିବା ଓ ମହକ ଦେଉଥିବା ଖାଦ୍ୟ ପାଲରେ ପଡ଼ିଛନ୍ତି। କାମଧନ୍ଦା ଓ ଖେଳାଖେଳି ହେଲାଣି ସ୍ବପ୍ନ। ବସି ବସି ଟିଭି ଦେଖିବା ଓ ସ୍କୁଟର୍‌, କାର୍‌ ଚଢ଼ି ଯିବା ଆସିବା କରିବା ଫଳରେ ପେଶୀଗୁଡ଼ିକ ଉପଭୋଗ କରିଚାଲିଛନ୍ତି ବିଶ୍ରାମ।
ଏହା ସାଙ୍ଗକୁ ଅନ୍ୟ ସମସ୍ୟାର ମଧ୍ୟ ଅବଦାନ ରହିଛି। ଦକ୍ଷିଣ ଏସିଆର ଦେଶଗୁଡ଼ିକରେ ଅଧିବାସୀମାନେ ଜିନ୍‌ଗତ କାରଣରୁ ହୃଦ୍‌ରୋଗ ପ୍ରତି ଅଧିକ ସମ୍ବେଦନଶୀଳ, ପୁଣି ଅଳ୍ପ ବୟସରୁ ମଧ୍ୟ। ତେବେ କ’ଣ ଏହାର ସମାଧାନ? ସମାଧାନ ବେଶ୍‌ ଜଟିଳ। ସେ ଯାହାହେଉ, ପିଲାବେଳୁ କମ୍‌ ପରିମାଣର ତେଲ ଘିଅ ଖାଇଲେ ଯଥେଷ୍ଟ ଉପକାର ମିଳିପାରିବ। କାରଣ ଶିଶୁମାନଙ୍କ ଧମନୀରେ ବି କୋଲେଷ୍ଟରଲ୍‌ ଜମିଥିବାର ପ୍ରମାଣ ମିଳିଲାଣି।
ସାରକଥା
୩୫ ବର୍ଷ ବୟସ୍କ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ହୃଦ୍‌ରୋଗାକ୍ରାନ୍ତ ହୋଇପଡ଼ିଲେଣି।
କେଇ ଦଶନ୍ଧି ତଳେ ଏପରି ଅଳ୍ପବୟସ୍କ ରୋଗୀମାନଙ୍କର ସଂଖ୍ୟା ଯାହା ଥିଲା, ତାହା ତିନି ଚାରିଗୁଣ ବଢ଼ିଯାଇଛି।
ସର୍ଜରି କରାଯାଉଥିବା ରୋଗୀମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ହୃଦ୍‌ରୋଗୀଙ୍କର ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ।
ମଧ୍ୟ ବେଶ୍‌ ଅଳ୍ପ ବୟସରେ ହାର୍ଟ ଆଟାକ୍‌ର ଶିକାର ହୋଇପଡୁଛନ୍ତି।
ଚାପ, ଫାଷ୍ଟ ଫୁଡ୍‌, ଆଳସ୍ୟ ଜୀବନଯାପନ ହାର୍ଟ ଆଟାକ୍‌କୁ ପ୍ରୋତ୍ସାହନ ଦେଉଛି।
ଏସୀୟ ରାଷ୍ଟ୍ରଗୁଡ଼ିକର ବାସିନ୍ଦାମାନେ ହୃଦ୍‌ରୋଗ ପ୍ରତି ଅଧିକ ସମ୍ବେଦନଶୀଳ।
ସହରାଞ୍ଚଳରେ ବସବାସ କରୁଥିବା ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୧୦ ଜଣରୁ ବେଶୀ ହୃଦ୍‌-ଧମନୀ ରୋଗରେ ଆକ୍ରାନ୍ତ।
ନିବାରଣ : ନିୟମିତ ବ୍ୟାୟାମ, ତନ୍ତୁଜାତୀୟ ଖାଦ୍ୟ ସେବନ, ରକ୍ତରେ କୋଲେଷ୍ଟରଲ୍‌ ମାତ୍ରା ହ୍ରାସ, ରକ୍ତଚାପ ନିୟନ୍ତ୍ରଣ ଓ ମାନସିକ ଚାପ ହ୍ରାସ ଭଳି ପଦକ୍ଷେପମାନ ଗ୍ରହଣ କଲେ ହୃଦ୍‌ରୋଗକୁ ବହୁଳାଂଶରେ ନିବାରଣ କରାଯାଇପାରିବ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬ ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ,କଟକ୧୪
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri