Posted inଫୁରସତ

ଆଲମାରୀରେ ରଖିଛନ୍ତି ନିଜ ହାର୍ଟ ଓ ଲିଭର୍‌

୨୮ ବର୍ଷୀୟା ଜେସିକା ମାନିଙ୍ଗ ନ୍ୟୁଜିଲାଣ୍ଡରେ ରୁହନ୍ତି। ଜନ୍ମରୁ ତାଙ୍କର ହୃଦଜନିତ ରୋଗ ରହିଛି। ତାଙ୍କ ହୃତପିଣ୍ଡ ଅଧା ବିକଶିତ ହୋଇଥିଲା। ତା’ସହ ସେଥିରେ କଣା ଓ ଲିକ୍‌ ହେଉଥିବା ଭାଲ୍‌ଭ ଥିଲା। ତିନି ବର୍ଷ ବୟସର ହେବା ବେଳକୁ ତାଙ୍କର ଓପନ ହାର୍ଟ ସର୍ଜରୀ ହୋଇସାରିଥିଲା। ସମସ୍ତଙ୍କୁ ଲାଗୁଥିଲା ସେ ବେଶି ଦିନ ଜୀବିତ ରହିବେ ନାହିଁ। କିନ୍ତୁ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଏବେ ସେ ୨୮ ବର୍ଷ ବୟସର ହେଲେଣି। ତାଙ୍କର ୨୦୦ରୁ ଉର୍ଦ୍ଧ୍ୱ ସର୍ଜରୀ ହୋଇ ସାରିଲାଣି। ଯେଉଁଥିରେ ୫ଟି ଓପନ ହାର୍ଟ ସର୍ଜରୀ ରହିଛି। ଦୁଇଟି ପେସ୍‌ମେକର୍‌ ସର୍ଜରୀ ଏକ ଏମରଜେନ୍ସି ଲଙ୍ଗସ୍‌ ସର୍ଜରୀ ରହିଛି। ୨୫ ବର୍ଷ ବୟସରେ ତାଙ୍କର ହାର୍ଟ ଓ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ତାଙ୍କ ଛାତି ଓପେଟରେ ଅନେକ ସର୍ଜରୀର ଚିହ୍ନ ଅଛି। ତାଙ୍କ ହାର୍ଟ ଓ ଲିଭରକୁ ପରବର୍ତ୍ତୀ ସମୟରେ ବିଶ୍ୱ ବିଦ୍ୟାଳୟରେ ରିସର୍ଚ ପାଇଁ କିଛି ସମୟ ଲାଗି ନିଆଯାଇଥିଲା। ପରେ ଯେବେ ତାଙ୍କୁ ତାଙ୍କର ସେହି ଅଙ୍ଗକୁ ଫେରାଗଲା ସେ ତାକୁ ପ୍ଲାଷ୍ଟିକ ଥଳିରେ ରଖି ନିଜ ଆଲମାରୀ ଭିତରେ ରଖିଛନ୍ତି। ସୋସିଆଲ ମିଡିଆରେ ବି ସେ ଏହାକୁ ଦେଖାଇ ଭିଡିଓ କରିଛନ୍ତି। ଆଉ ଲୋକେ ତାଙ୍କ ଜୀବନର ଏହି ସଂଘର୍ଷକୁ ବହୁତ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri