ଛତ୍ରପୁର,୨୨ା୬ (ସନ୍ତୋଷ ପାଢ଼ୀ): ଆସନ୍ତା କାଲି ତା ୨୩.୦୬.୨୦୨୫ ରିଖ ସୋମବାର ଦିନ ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଗଞ୍ଜାମ ଜିଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଉକ୍ତ ସୋମବାର ବଦଳରେ ମଙ୍ଗଳବାର ତା ୨୪.୬.୨୦୨୫ ରିଖ ସକାଳ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ। ଏଣୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ମଙ୍ଗଳବାର ଆସିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

