ସୁସ୍ଥ ହୃତ୍‌ପିଣ୍ଡ, ନୀରୋଗ ଶରୀର

ମଣିଷ ଶରୀରରେ ହୃତ୍‌ପିଣ୍ଡ ମୁଖ୍ୟତଃ ଏକ ମାଂସପେଶୀୟ ଅଙ୍ଗ। ଏହାର ଆକାର ହାତର ମୁଠା ସହ ପ୍ରାୟ ସମାନ। ଓଜନ ୨୫୦-୩୫୦ ଗ୍ରାମ୍‌, ଲମ୍ବ ୧୨ ସେମି, ଚଉଡ଼ା ୮ ସେମି ଓ ମୋଟେଇ ପାଖାପାଖି ୬ ସେମି। ଏହା ଆମ୍ଭମାନଙ୍କର ଛାତି ଭିତର ବାମ ଓ ଦକ୍ଷିଣ ଫୁସ୍‌ଫୁସ୍‌ ମଧ୍ୟରେ ଅବସ୍ଥିତ ଏବଂ ବାମ ପାର୍ଶ୍ୱରେ ତୀର୍ଯ୍ୟକ ଭାବେ ସ୍ଥାପିତ। ହୃତ୍‌ପିଣ୍ଡ ମାଂସପେଶୀ ଶରୀରର ଅନ୍ୟ କୌଣସି ମାଂସପେଶୀ ଅପେକ୍ଷା ଅଧିକ କାର୍ଯ୍ୟ କରିଥାଆନ୍ତି, କାରଣ ଏହା ଗର୍ଭାବସ୍ଥାର ୫-୬ ସପ୍ତାହରୁ କାମ କରିବା ଆରମ୍ଭ କରିଥାଏ। କେବଳ ସେତିକି ନୁହେଁ, ମଣିଷ ଜୀବିତ ଥିବା ସମୟ ଯାଏ ନିରବଚ୍ଛିନ୍ନ ଭାବେ ରକ୍ତ ସଞ୍ଚାଳନ ପାଇଁ ସଙ୍କୋଚନ ଓ ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଇଥାଏ।
ସମସ୍ତ ଅଶୁଦ୍ଧ ତଥା ଦୂଷିତ ରକ୍ତ ଦକ୍ଷିଣ ଅଞ୍ଚଳକୁ ଆସି ସେଠାରୁ ଦକ୍ଷିଣ ନିଳୟ ଦେଇ ଫୁସ୍‌ଫୁସ୍‌କୁ ଯାଇଥାଏ। ଫୁସ୍‌ଫୁସ୍‌ରେ ଏହି ରକ୍ତ ଅମ୍ଳଜାନ ଗ୍ରହଣ କରି ଶୁଦ୍ଧ ରକ୍ତରେ ପରିଣତ ହୋଇଥାଏ। ତା’ପରେ ବିଶୁଦ୍ଧ ରକ୍ତ ପୁନଶ୍ଚ ବାମ ଅଳିନ୍ଦକୁ ଆସିଥାଏ ଓ ବାମ ନିଳୟ ଦେଇ ସମସ୍ତ ଶରୀରରେ ପ୍ରବାହିତ ହୋଇଥାଏ। ଆମ ହୃତ୍‌ପିଣ୍ଡ ଗୋଟିଏ ଦିନରେ ୬୦୦୦-୭୫୦୦ ଲିଟର ରକ୍ତ ପମ୍ପ କରିଥାଏ। ହୃତ୍‌ପିଣ୍ଡ ଆମେ ବ୍ୟବହାର କରୁଥିବା ଛୋଟ ପାଣି ପମ୍ପ ପରି। ପ୍ରତି ମିନିଟ୍‌ରେ ନିମୟିତ ଭାବେ ୭୨ ଥର ସ୍ପନ୍ଦନ କରୁଥିବା ହୃତ୍‌ପିଣ୍ଡ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଥର ଓ ବର୍ଷକୁ ୩୬୫ ଲକ୍ଷରୁ ଅଧିକ ଥର ସ୍ପନ୍ଦିତ ହୋଇଥାଏ। ହୃତ୍‌ପିଣ୍ଡର କାର୍ଯ୍ୟକାରିତା ବନ୍ଦ ହୋଇଗଲେ ବ୍ୟକ୍ତିଟି ମୃତ୍ୟୁମୁଖରେ ପଡ଼ିଥାଏ।
ରାଜ୍ୟରେ, ଦେଶରେ ଏପରି କି ସାରା ପୃଥିବୀରେ ହୃଦ୍‌ରୋଗ ହେଉଛି ମୃତ୍ୟୁର ପ୍ରମୁଖ କାରଣ। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ଦେଶରେ ପ୍ରତି ଏକ ଲକ୍ଷରେ ୨୮୨ ଜଣ ହୃଦ୍‌ରୋଗରେ ପ୍ରାଣ ହରାଇଥାଆନ୍ତି। ବିଶ୍ୱରେ ଏହି ସଂଖ୍ୟା ୨୩୩, ଯାହାକି ଆମ ଦେଶଠାରୁ କମ୍‌। ସେହିପରି ଆମ ଦେଶରେ ଯୁବତୀଯୁବକଙ୍କଠାରେ ଏହି ରୋଗ ଏବେ ପରିଦୃଷ୍ଟ ହେଉଛି, ଯାହାକି ଉଦ୍‌ବେଗର କାରଣ ପାଲଟିଛି। ଅନେକଙ୍କର ଧାରଣା ରହିଛି ଯେ, ହୃଦ୍‌ରୋଗ କେବଳ ବୟସାଧିକ ବ୍ୟକ୍ତିଙ୍କୁ ହୋଇଥାଏ, କିନ୍ତୁ ଏଭଳି ଭାବିବା ସମ୍ପୂର୍ଣ୍ଣ ଭୁଲ୍‌।
ବିଷୟରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୯ କୁ ‘ବିଶ୍ୱ ହୃ୍‌ତ୍‌ପିଣ୍ଡ ଦିବସ’ ଭାବେ ପାଳନ କରାଯାଇଥାଏ। ୨୦୦୦ମସିହାରୁ ପାଳିତ ହୋଇ ଆସୁଥିବା ହୃ୍‌ତ୍‌ପିଣ୍ଡ ଦିବସ ଲାଗି ଚଳିତ ବର୍ଷର ବାର୍ତ୍ତା ରହିଛି ‘ଉପଯୁକ୍ତ କାର୍ଯ୍ୟବିଧାନ ପାଇଁ ହୃତ୍‌ପିଣ୍ଡକୁ ବ୍ୟବହାର କରନ୍ତୁ’। ହୃଦ୍‌ରୋଗର ଭୟାବହତା ଦର୍ଶାଉଛି ଯେ ଏହି ରୋଗରେ କାହାର ବି ମୃତ୍ୟୁ ହୋଇପାରେ। ଆମେ କେବଳ ରୋଗ ହେଲେ ସଚେତନ ହେଉ, ତା’ ପୂର୍ବରୁ ନୁହେଁ।
ହୃଦ୍‌ରୋଗ ଜନ୍ମ ସମୟରୁ ଥାଏ। ଏହି ରୋଗଗୁଡ଼ିକ ସାଧାରଣତଃ ଅପରେଶନ ଦ୍ୱାରା ସଜାଡ଼ି ହୁଏ। ତେଣୁ ଜନ୍ମ ସମୟରେ ଡାକ୍ତର ଅନ୍ୟ ସବୁ ସହିତ ହାର୍ଟକୁ ମଧ୍ୟ ଦେଖିଥାନ୍ତି ଯେ, ଏହିସବୁ ରୋଗ ଅଛି କି ନାହିଁ। ଏହାସହିତ ଷ୍ଟ୍ରୋପ୍ଟୋକୋକସ୍‌ ସଂକ୍ରମଣରେ ହାର୍ଟର କପାଟିକା ରୋଗ ହୋଇଥାଏ, ଯାହାକି ଆଣ୍ଟିବାୟୋଟିକର ଉପଯୁକ୍ତ ବ୍ୟବହାର ଦ୍ୱାରା ବହୁ ମାତ୍ରାରେ କମି ଯାଉଛି।
ସ୍ପନ୍ଦନ ୬୦ରୁ କମ୍‌ ହେଲେ ଏବଂ ନିରନ୍ତର ୧୦୦ରୁ ଅଧିକ ରହିଲେ ତାହାକୁ ସ୍ପନ୍ଦନଜନିତ ହୃଦ୍‌ରୋଗ କୁହାଯାଏ। ଏବେ ସମ୍ପୂର୍ଣ୍ଣ ନିରାପଦ ଚିକିତ୍ସା ଦ୍ୱାରା ଏଥିରୁ ଆରୋଗ୍ୟ ମିଳିପାରୁଛି। ଏପରିକି କାର୍ଯ୍ୟହୀନ ହୃତ୍‌ପିଣ୍ଡକୁ ପେସମେକର ଲଗାଯାଉଛି ଏବଂ ହୃତ୍‌ପିଣ୍ଡ ପ୍ରତିରୋପଣ ମଧ୍ୟ ହେଉଛି।
ସଂକ୍ରମଣ ହେଲେ ଏହାର ବହିଃ ଆବରଣରେ ପାଣି ଜମେ, ମାଂସପେଶୀରେ ମାୟୋକାର୍ଡିଟିସ୍‌ ଓ ଅଭ୍ୟନ୍ତରରେ ଏଣ୍ଡୋକାର୍ଡିଟିସ୍‌ ହୁଏ। ଏହାର ମଧ୍ୟ ଯଥାର୍ଥ ଚିକିତ୍ସା ଉପଲବ୍ଧ। ସୁଖର କଥା ହୃଦ୍‌ଯନ୍ତ୍ରରେ କ୍ୟାନ୍‌ସର ଖୁବ୍‌ କମ୍‌ ଦେଖାଯାଏ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାର୍ଟ ଆଟାକ୍‌ ଓ ବ୍ଲକେଜ୍‌। ହୃତ୍‌ପିଣ୍ଡର ମାଂସପେଶୀ ତଥା ଅନ୍ୟାନ୍ୟ ଆବରଣକୁ ରକ୍ତ ସଂଚାଳନ କରୁଥିବା ଧମନୀଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ରକ୍ତ ସଂଚାଳନ ଅବରୋଧ ହେଲେ ସେ ରକ୍ତ ଯୋଗାଉଥିବା ଅଞ୍ଚଳରେ ହୃତ୍‌ପିଣ୍ଡର ମାଂସପେଶୀ ରକ୍ତ ସଂଚାଳନ ଅଭାବରୁ କାର୍ଯ୍ୟ କରିପାରେ ନାହିଁ ଓ ନଷ୍ଟ ହୋଇଯାଏ। ଏହାକୁ ‘ଆକ୍ୟୁଟ ମାୟୋ କାର୍ଡିଆଲ ଇସ୍ଚିମିଆ’ କୁହାଯାଏ। ଏହା ଏକ ଗୁରୁତର ଅବସ୍ଥା ଓ ସଙ୍ଗେ ସଙ୍ଗେ ଚିକିତ୍ସା ନ ମିଳିଲେ ଅଘଟଣ ମଧ୍ୟ ହୋଇପାରେ।
ଏହିପରି ହୃଦ୍‌ରୋଗର ମଧ୍ୟ କେତୋଟି ସମ୍ଭାବ୍ୟ କାରଣ ଥାଏ। ଏଥିମଧ୍ୟରେ ଉଚ୍ଚ ରକ୍ତଚାପ (୧୪୦/୯୦ରୁ ଅଧିକ), ଡାଇବେଟିସ୍‌ (୧୨୬/୧୮୦)ରୁ ଅଧିକ, ଅତ୍ୟଧିକ ଚର୍ବି ଓ ମୋଟାପଣ, ଫାଷ୍ଟଫୁଡ୍‌ ଓ ତୈଳାକ୍ତ ଖାଦ୍ୟ, ଅଳସୁଆପଣ, ଉଦ୍‌ବେଳନ ଓ ନିଶାଦ୍ରବ୍ୟ ସେବନ ଇତ୍ୟାଦି ପ୍ରମୁଖ।
ରକ୍ତଚାପ, ଡାଇବେଟିସ୍‌ ମାପିବା ପାଇଁ ନିଜେ ବ୍ୟବହାର କରିପାରିବା ଭଳି ଯନ୍ତ୍ର ଉପଲବ୍ଧ। ରକ୍ତଚାପ ଏବଂ ଡାଇବେଟିସ୍‌ ସମସ୍ୟା ଥିଲେ ଏହାକୁ ନିୟନ୍ତ୍ରଣରେ ରଖିବା ଜରୁରୀ। ତା’ ସହ ଜଣେ ରକ୍ତଚାପ ଏବଂ ଡାଇବେଟିସ୍‌ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ଖାଇବା ଦରକାର। ଏହାସହ ନିୟମିତ ବ୍ୟାୟାମ, ଖାଦ୍ୟ ସନ୍ତୁଳନ ଏବଂ ଓଜନ ହ୍ରାସ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଥାଇରଏଡ୍‌ କ୍ଷେତ୍ରରେ ନିୟମିତ ପରୀକ୍ଷା ଓ ଔଷଧ ଖାଇବା ମଧ୍ୟ ଜରୁରୀ। ମାନସିକ ସନ୍ତୁଳନ ଓ ଚାପମୁକ୍ତ ଜୀବନଶୈଳୀ ମଧ୍ୟ ତନ୍ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ। ସବୁବେଳେ ଓଜନକୁ ସନ୍ତୁଳିତ ରଖିବା ସହ ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖିବା ଦରକାର।
ଡାକ୍ତରୀ ବିଜ୍ଞାନରେ ଏକ ପ୍ରମୁଖ ସ୍ଥାନ ହୋଇଥିବାରୁ ଏ ବିଷୟରେ ଅଧିକରୁ ଅଧିକ ଗବେଷଣା କରାଯାଉଛି। ଇସିଜି, ଇକୋ, ଟ୍ରିଡମିଲ, ଆଞ୍ଜିଓଗ୍ରାଫି ଓ ଆହୁରି ଅନେକ ପରୀକ୍ଷା ଦ୍ୱାରା ହୃଦ୍‌ରୋଗରୁ ଅନେକାଂଶରେ ଆରୋଗ୍ୟ ମିଳିପାରୁଛି। କ୍ୟାଥେଟର, ବିନା ଅପରେଶନ, ରକ୍ତ ଜମାଟ ନ ହେବା ଔଷଧ, ହୃତ୍‌ପିଣ୍ଡର ସ୍ପନ୍ଦନ ଗତି ନିୟନ୍ତ୍ରଣ, ରକ୍ତ ସଂଚାଳନକୁ ଠିକ୍‌ ରଖିବା ଲାଗି ଅନେକ ଉପାୟ ବାହାରିଛି ଏବଂ ଏସବୁ ସଫଳ ରୂପେ ପ୍ରୟୋଗ କରାଯାଇପାରୁଛି। ତେବେ ହୃତ୍‌ପିଣ୍ଡ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା-ଏକଥା ଭୁଲିଯିବା ଉଚିତ ନୁହେଁ।

-ଡା. ରାମଚନ୍ଦ୍ର ରାଉତ, ବରିଷ୍ଠ ଚିକିତ୍ସକ ତଥା ପୂର୍ବତନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ,
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?