ସୁସ୍ଥ ଶରୀର ଓ ଦୀର୍ଘାୟୁ ଅନ୍ତରାଳେ…

ପ୍ରତ୍ୟେକ ଦେଶର ନିଜସ୍ବ ପାରମ୍ପରିକ ମୌଳିକ ଚିକିତ୍ସା ବିଜ୍ଞାନ ରହିଛି। ସେହିପରି ଆମ ଦେଶର ପାରମ୍ପରିକ, ମୌଳିକ ତଥା ଶ୍ରେଷ୍ଠ ଚିକିତ୍ସା ବିଜ୍ଞାନ ଭାବେ ଆୟୁର୍ବେଦ ଶାସ୍ତ୍ରକୁ ଗ୍ରହଣ କରାଯାଇଛି। ଆମ ଦେଶୀୟ ଚିକିତ୍ସା ବିଜ୍ଞାନରେ ମନୁଷ୍ୟ ଯେପରି ସୁସ୍ଥ ଓ ଦୀର୍ଘାୟୁ ଜୀବନ ଅତିବାହିତ କରିପାରିବ ତାହାରି ଉପରେ ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଆମ ଚାରିପାଖରେ ରହିଥିବା ବିଭିନ୍ନ ବୃକ୍ଷଲତା ଆମକୁ ସୁସ୍ଥ ରଖିବାରେ ଅନେକାଂଶରେ ସାହାଯ୍ୟ କରିଥାଏ, ଯେଉଁ ବିଷୟରେ ଅନେକ ତଥ୍ୟ ଆୟୁର୍ବେଦରେ ରହିଛି, ଯାହା ସହ ଆଧୁନିକ ବିଜ୍ଞାନ ମଧ୍ୟ ଏକମତ ହୋଇପାରିଛନ୍ତି।
ଆୟୁର୍ବେଦ ଶାସ୍ତ୍ରର ସ୍ରଷ୍ଟା ଚରକ, ଶୁଶ୍ରୁସ, ବାଣଭଟ, ବରାହମିହିର ପ୍ରମୁଖ ମନୁଷ୍ୟ କିପରି ସୁସ୍ଥ ଓ ନୀରୋଗ ରହିବ ସେ ନେଇ ଆୟୁର୍ବେଦରେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ନିୟମାବଳୀ ତଥା ବିଭିନ୍ନ ଔଷଧୀୟ ଉପାଦାନର ସମ୍ମିଶ୍ରଣରେ ବିଭିନ୍ନ ଆୟୁର୍ବେଦ ଔଷଧ, ଆସବ, ଅରିଷ୍ଟ, ଚୂର୍ଣ୍ଣ, ଲେହ, ବଟିକା ଓ ପ୍ରଲେପ ଆଦି ପ୍ରସ୍ତୁତି ପାଇଁ ଔଷଧୀୟ ପ୍ରଣାଳୀ ଶହଶହ ବର୍ଷ ପୂର୍ବରୁ ଏଥିରେ ଲିପିବଦ୍ଧ ହୋଇ ରହିଛି। ଉକ୍ତ ପ୍ରସ୍ତୁତି ଶୈଳୀକୁ ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନ ମଧ୍ୟ ବହୁ ପରୀକ୍ଷା ନିରୀକ୍ଷା ଓ ଗବେଷଣା କରି ଏହାର କାର୍ଯ୍ୟକାରିତା ଏବଂ ଗୁଣବତ୍ତାକୁ ମାନ୍ୟତା ଦେଇଛନ୍ତି। ଏହାହିଁ ଆମ ଆୟୁର୍ବେଦ ଶାସ୍ତ୍ର ପ୍ରଣେତାଙ୍କ ସିଦ୍ଧି, ଦୂରଦୃଷ୍ଟି ଓ ମହାନତାର ପରିଚୟ ଅଟେ।
ଭାରତୀୟ ବେଦ ଶାସ୍ତ୍ର, ଦର୍ଶନ ଶାସ୍ତ୍ର, ଉପନିଶଦ, ସାଂଖ୍ୟ, ବୈଷେଶିକ ମତ ଆଦି ସମସ୍ତ ଶାସ୍ତ୍ର ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତେଣୁ ଆୟୁର୍ବେଦ ଶାସ୍ତ୍ରକୁ ପଞ୍ଚମ ବେଦ ଭାବେ ଗ୍ରହଣ କରାଯାଇଛି।
ମଣିଷ ସୁସ୍ଥ ଓ ଦୀର୍ଘଜୀବୀ ଭାବେ ବଞ୍ଚିରହିବା ପାଇଁ ଆୟୁର୍ବେଦ ଶାସ୍ତ୍ର ଅନୁମୋଦିତ ବିଭିନ୍ନ ଔଷଧ ବ୍ୟବହାର କରିବା ସହ ପର୍ଯ୍ୟାପ୍ତ ତଥା ପରିଷ୍କାର ଅମ୍ଳଜାନ ବାୟୁର ଆବଶ୍ୟକତା ରହିଛି। ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ବିଭିନ୍ନ ବୃକ୍ଷ, ଲତା, ଗୁଳ୍ମ ମଧ୍ୟରୁ ଏମିତି କେତେକ ବୃକ୍ଷ ରହିଛି ଯାହାକି ଦିବାରାତ୍ର ପ୍ରଚୁର ପରିମାଣରେ ଶୁଦ୍ଧ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାନ୍ତି। ସେ ସମ୍ପର୍କିତ କେତୋଟି ପ୍ରମୁଖ ବୃକ୍ଷ ସମ୍ପର୍କରେ ନିମ୍ନରେ ସୂଚନା ଦିଆଯାଉଛି।
ତୁଳସୀ : ତୁଳସୀ ବୃକ୍ଷକୁ ଆଧ୍ୟାତ୍ମିକ ଚିନ୍ତାଧାରା ଭାବେ ପ୍ରତିଦିନ ପୂଜା କରାଯାଇଥାଏ। ଏହା ମନୁଷ୍ୟ ସ୍ବାସ୍ଥ୍ୟ ନିମନ୍ତେ ବେଶ୍‌ ଉପାଦେୟ। ଆଜ୍‌ମା, ଥଣ୍ଡାଜନିତ ରୋଗ, ଗଳାରେ ବିଭିନ୍ନ ରୋଗ, ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟରଲର ପରିମାଣ ସନ୍ତୁଳିତ ରଖିବା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ତୁଳସୀ। କେବଳ ସେତିକି ନୁହେଁ, ଦିବା ଓ ରାତ୍ରରେ ଏହା ପ୍ରଚୁର ପରିମାଣର ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ।
ନିମ୍ବ : ଏହା ବାୟୁମଣ୍ଡଳରେ ରହିଥିବା ବିଭିନ୍ନ ଦୂଷିତ ପଦାର୍ଥକୁ ଶୋଷଣ କରିଥାଏ। ଅନ୍ୟପକ୍ଷରେ ବାୟୁମଣ୍ଡଳକୁ ଦିନ ଓ ରାତିରେ ପ୍ରଚୁର ପରିମାଣରେ ପରିଷ୍କାର ଅମ୍ଳଜାନ ଛାଡ଼ିଥାଏ। ଏହା ପ୍ରାକୃତିକ ଉପାୟରେ କୀଟନାଶକ ଓ ବିଭିନ୍ନ ଦୂଷିତ ପଦାର୍ଥକୁ ନଷ୍ଟ କରି ବାୟୁମଣ୍ଡଳକୁ ଶୋଧନ କରିବାରେ ସହାୟକ ହୋଇଥାଏ। ଏହା ଶରୀର ପାଇଁ ବିଭିନ୍ନ ଚର୍ମ ରୋଗ ଓ ରକ୍ତ ପରିଷ୍କାର ପାଇଁ ବ୍ୟବହୃତ ହୋଇଥାଏ। ତେଣୁ ଏହି ବୃକ୍ଷ ବାସଗୃହ ନିକଟରେ ରହିଲେ ସ୍ବାସ୍ଥ୍ୟ ପାଇଁ ବହୁ ମୂଲ୍ୟବାନ ହୋଇଥାଏ।
ଓସ୍ତ : ଓସ୍ତ ଗଛ ୨୪ ଘଣ୍ଟା ପର୍ଯ୍ୟାପ୍ତ ପରିମାଣରେ ପରିଷ୍କାର ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ। ଏହା ଆଜ୍‌ମା, ଡାଇବେଟିସ୍‌, କୋଷ୍ଠକାଠିନ୍ୟ, ଦନ୍ତ ରୋଗ ପାଇଁ ବ୍ୟବହୃତ ହୋଇଥାଏ। ବାୟୁମଣ୍ଡଳକୁ ଶୁଦ୍ଧ ରଖିବାରେ ଏହି ବୃକ୍ଷ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ଘିକୁଆଁରୀ : ଏହା ବାୟୁମଣ୍ଡଳରେ ରହିଥିବା ଆଲଡିହାଇଡ଼ ଓ ବେନଜିନ ପରି ବିଷାକ୍ତ ଗ୍ୟାସକୁ ଶୋଷଣ କରି ବାୟୁମଣ୍ଡଳକୁ ଶୁଦ୍ଧ ଅମ୍ଳଜାନ ଛାଡିଥାଏ। ତେଣୁ ଏହାକୁ ସୁପର ପ୍ଲାଣ୍ଟ ମଧ୍ୟ କୁହାଯାଏ। ଏହା ରାତିଦିନ ୨୪ ଘଣ୍ଟା ବାୟୁମଣ୍ଡଳକୁ ଅମ୍ଳଜାନ ଛାଡ଼ିଥାଏ। ଏହାକୁ ବିଭିନ୍ନ ଆମାଶୟ ଜନିତ ଏବଂ ଚର୍ମ ଜନିତ ରୋଗର ଔଷଧ ରୂପେ ବ୍ୟବହାର କରାଯାଇଥାଏ।
ମନି ପ୍ଲାଣ୍ଟ : ଏହା ଦିବା ଏବଂ ରାତ୍ରରେ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ। ଏହାକୁ ବାସଗୃହ ମଧ୍ୟରେ ରଖିପାରନ୍ତି।
ଜାରବେରା ପ୍ଲାଣ୍ଟ : ଏହା ଏକ ପୁଷ୍ପଯୁକ୍ତ ଛୋଟ ପ୍ଲାଣ୍ଟ। ଏହା ରାତିରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ। ଏହାକୁ ବାସଗୃହରେ ଫୁଲଦାନୀରେ ଲଗାଇ ରଖିବା ଉଚିତ। ନିଦ୍ରାହୀନତା ଦୂର କରିବାରେ ଏହା ସହାୟକ ହୋଇଥାଏ।
ଖ୍ରୀଷ୍ଟମାସ କାକ୍‌ଟସ ପ୍ଲାଣ୍ଟ : ଏହା ଉତ୍କୃଷ୍ଟ ବାୟୁ ପରିଷ୍କାରକ ସହ ରାତିରେ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ। ଏହକୁ ବାସଗୃହରେ ସ୍ଥାପନ କରିବା ଉଚିତ।
ଅର୍କିଡ ପ୍ଲାଣ୍ଟ : ଏହା ଦୀପ୍ତିମାନ ପୁଷ୍ପ ଭାବେ ପରିଚିତ। ଏହା ବାୟୁମଣ୍ଡଳରୁ ବିଷାକ୍ତ ବାଷ୍ପ ଓ ବିଭିନ୍ନ ବିଷାକ୍ତ ଉପାଦାନକୁ ଶୋଷଣ କରି ପରିବେଶର ବାୟୁମଣ୍ଡଳକୁ ପରିଷ୍କାର ରଖିଥାଏ। ଏହା ଦିନ ଓ ରାତି ବାୟୁମଣ୍ଡଳକୁ ଅମ୍ଳଜାନ ଛାଡ଼ିଥାଏ।
ଆରିକା ପାମ ପ୍ଲାଣ୍ଟ : ଏହା ଗୋଲଡେନ ପାମ୍‌, ବଟରଫ୍ଲାଇ ପାମ୍‌, ୟେଲୋପାମ ଭାବେ ପରିଚିତ। ଏହା ଦକ୍ଷିଣ ଭାରତ ଓ ଫିଲିପାଇନ୍ସ ଦ୍ୱୀପପୁଞ୍ଜରେ ବହୁଳ ମାତ୍ରାରେ ଦେଖାଯାଇଥାଏ। ଏହା ଦିବା ଓ ରାତ୍ର ଶୁଦ୍ଧ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ। ଏହା ବାସ ଗୃହ ନିକଟରେ ରଖିବା ଉଚିତ।
ସ୍ନେକ ପ୍ଲାଣ୍ଟ : ଏହି ଗଛ ଦିବାରାତ୍ର ୨୪ ଘଣ୍ଟା ବାୟୁମଣ୍ଡଳକୁ ଅମ୍ଳଜାନ ଛାଡ଼ିଥାଏ। ଏହାବ୍ୟତୀତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ଗ୍ରହଣ କରିନେଇଥାଏ। ତେଣୁ ଏହାକୁ ବାସଗୃହ ମଧ୍ୟରେ ଲଗାଇବା ଉଚିତ।
ଉପରୋକ୍ତ ବିଷୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଆମ ପ୍ରାଚୀନ, ଦେଶୀୟ ଚିକିତ୍ସା ଶାସ୍ତ୍ରରେ ମନୁଷ୍ୟ ସୁସ୍ଥ ତଥା ଦୀର୍ଘାୟୁ ରହିବା ନିମନ୍ତେ ବୃକ୍ଷରାଶି ସମୂହର ଭୂମିକା ବିଷୟରେ ବିଷଦ ଭାବରେ ବର୍ଣ୍ଣନା କରାଯାଇଛି। ଏହାକୁ ଆମେ ସଦ୍‌ବିନିଯୋଗ କରିପାରିଲେ ଏହାର ଅମୃତତୁଲ୍ୟ ଫଳ ଆମେ ପାଇପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର,
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri