ରାଜ୍ୟରେ ହୋଇପାରେ ଲକ୍‌ଡାଉନ୍‌: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସତର୍କତା ଗ୍ରହଣ କରିଛନ୍ତି। ତେବେ ପରିସ୍ଥିତି ବିଗିଡିଲେ ରାଜ୍ୟରେ ଲକ୍‌ଡାଉନ୍‌ ହୋଇପାରେ ବୋଲି ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି। ଜିଲାପାଳ ଏବଂ ଏସ୍‌ପିଙ୍କୁ ସଜାଗ ରଖାଯାଇଛି। ଆହୁରି ମଧ୍ୟ କୋଭିଡ୍‌ ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କରୋନା ଟେଷ୍ଟିଂ ବଢ଼ାଇବାକୁ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।