ଧରିତ୍ରୀ ପ୍ରଭାବ: କିଡନୀ ରୋଗରେ ମୃତକଙ୍କ ଘରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ; ପାନୀୟ ଜଳ ନମୂନା…

ଅମରପାଲି,୨୩।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ବହଳପଦର, ଦୁର୍ଜନତୈଲା ଓ କୋଟସମଲାଇ ପଞ୍ଚାୟତରେ ସପ୍ତାହରେ ୪ ଜଣଙ୍କ କିଡନୀରେ ମୃତ୍ୟୁ ହୋଇଥିଲେ। ଏନେଇ ଦୈନିକ  ଧରିତ୍ରୀ ରେ ” ସପ୍ତାହରେ କିଡନୀ ରୋଗରେ ଗଲାଣି ୪ ଜୀବନ, ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ” ଶୀର୍ଷକ ଏକ ଖବର ଶନିବାର ପ୍ରକାଶ ହୋଇଥିଲା। ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଏକ ମେଡ଼ିକାଲ ଟିମ ମୃତକଙ୍କ ଘରକୁ ପହଞ୍ଚି ମୃତ୍ୟୁର କାରଣ ଖୋଜିବା ସହିତ ଏହି ସବୁ ଗ୍ରାମରେ ଲୋକଙ୍କୁ ସଚେତନ କରିଛି।
ସୂଚନା ଅନୁସାରେ, କିଡନୀ ରୋଗରେ ପ୍ରଥମେ ଗତ ଶନିବାର ଦିନ ବହଳପଦର ପଞ୍ଚାୟତ ର ବଡ଼ମାଳ ଗ୍ରାମର ଅଶ୍ବିନୀ ପ୍ରଧାନ(୩୮) ଙ୍କ ମୃତ୍ୟୁ ହୋଇଥିଲ। ପରେ ରବିବାର ଦିନ ଉକ୍ତ ପଞ୍ଚାୟତର କୁହିଦାଦର ଗ୍ରାମର ପ୍ରେମଭକ୍ତି ଭୋଇ(୩୬) ନାମକ ଜଣେ ଯୁବକଙ୍କ  ମଧ୍ୟ ଏହି ରୋଗରେ ମୃତ୍ୟୁ ହୋଇଥିଲା। ସେହିପରି ଦୁର୍ଜନତୈଲା ପଞ୍ଚାୟତ ମାଳିଦାଦର ଗ୍ରାମର ଯୋଗିନ୍ଦ୍ର ଜଗଦଲା (୫୫) ଙ୍କ ମଧ୍ୟ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏହି ଦିନ କୋଟସମଲାଇ ପଞ୍ଚାୟତ ର ସୁନାପାଲି ଗ୍ରାମର ଭାରତ ଭୋଇ (୩୧) ନାମକ ଜଣେ କିଡନୀ ଆକ୍ରାନ୍ତଙ୍କ  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମାତ୍ର ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ  ପାଖରେ  କୌଣସି ଖବର ନ ଥିଲା। ସମସ୍ତ ମୃତକଙ୍କ ଆର୍ଥିକ ସମସ୍ୟା ଯୋଗୁ ଅଧିକ ଚିକିତ୍ସା ହୋଇ ପାରି ନ ଥିଲା। ଏନେଇ ଧରିତ୍ରୀ ରେ ଖବର ପ୍ରକାଶ ପାଇଥିଲା।

ଶନିବାର ବୀରମହାରାଜପୁର ଉପଖଣ୍ଡିୟ ଚିକିତ୍ସାଳୟର ଏକ ଟିମ ମାଳିଦାଦର, କୁହିଦାଦର ଓ ବଡ଼ମାଳ ଯାଇ ସେଠାରେ ମୃତକଙ୍କ ଘରକୁ ଯାଇ କାରଣ ଖୋଜିବା ସହିତ ଗ୍ରାମରେ ସଚେତନ କରିଛନ୍ତି। ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର  ମେଡିକାଲ ଅଫିସର ଡା. ମାନସ କୁମାର ନାଏକ  ଙ୍କ ସମେତ ସିଏଚଓ ବିଭୂନ୍ଦ୍ର ପ୍ରତାପ ବିଶାଳ, ଭାରପ୍ରାପ୍ତ ସ୍ବାସ୍ଥ୍ୟ ପରିଦର୍ଶକ ଗିରିଧାରୀ ସାହୁ ,ଫାର୍ମାସିଷ୍ଟ ଗଦାଧର ସୁରଜାଲ, ଏଲଟି ବିଶ୍ୱଜିତ ବାରିକ, ଏଏନଏମ ସଞ୍ଜୁ ମଲ୍ଲିକ, କାବ୍ୟସିନୀ ସେଠୀ ଓ ଭାମାବତୀ ହାତୀ ଆସି କିଡନୀ ରେ ମୃତକଙ୍କ ଘରକୁ ଯାଇଥିଲେ। ଏହାପରେ ମାଳିଦାଦର ଗ୍ରାମରେ ଏକ ସଚେତନ ସଭା କରି ଲୋକଙ୍କୁ କିଡନୀ ରୋଗର ସଚେତନ କରିଥିଲେ। ଏହା ପରେ ମୃତକଙ୍କ ଗ୍ରାମରେ  ଥିବା ବିଭିନ୍ନ ଜଳାଶୟ ଓ ନଳକୂପରୁ ପାନୀୟ ଜଳ ନମୁନା ସଂଗ୍ରହ କରିଥିଲେ। ତେବେ ଅଞ୍ଚଳର ସର୍ବାଧିକ କିଡନୀ ପ୍ରଭାବିତ ଗ୍ରାମ ସୁନାପାଲି ରେ ଗୁରୁବାର ଏହି ରୋଗରେ ମୃତ୍ୟୁ ହୋଇଥିବା ଭରତ ଭୋଇ ଙ୍କ ଘରକୁ ଏଯାଏ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ପାରି ନାହିଁ। ତେବେ ଅଞ୍ଚଳରେ ବ୍ୟାପକ କିଡନୀ ରୋଗ ବ୍ୟାପୁଥିବାରୁ ଏହାର ପ୍ରତିକାର ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri