ବିପଦସଙ୍କୁଳ ଅବସ୍ଥାରେ ଆରୋଗ୍ୟ କେନ୍ଦ୍ର: ହଇରାଣ ହେଉଛନ୍ତି ରୋଗୀ

ଦାରିଙ୍ଗବାଡି, ୨୬।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସୱାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଭଙ୍ଗା ଦଦରା ଏକ ଆଜବେଷ୍ଟ ଘରେ ଏହି ଆରୋଗ୍ୟ କେନ୍ଦ୍ର ଚାଲିଛି। ସେଠାରେ ମହିଳା ସ୍ବାସ୍ଥ୍ୟ ଅଧିକାରୀ ଜଣେ ରହି ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ସହ ମାଗଣା ଔଷଧ ବିତରଣ କରୁଛନ୍ତି। ଏବେ ଲଗାଣ ବର୍ଷା ଯୋଗୁ ପାଣି ଗଳିବା ସହ ଔଷଧ ସହ ଆରୋଗ୍ୟ କେନ୍ଦ୍ରର ଅଫିସ କାଗଜ ପତ୍ର ଓଦା ହେଇଯାଉଥିବା ଆରୋଗ୍ୟ କେନ୍ଦ୍ରର ଅଧିକାରୀ ରତ୍ନମଣୀ ମଲିକ କହିଛନ୍ତି।

ସେ ନିୟମିତ ଉକ୍ତ ଭଙ୍ଗାଘରେ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ହେଲେ ଭଙ୍ଗା ଘରେ ଏହି ସେବା ଚାଲିଥିବାରୁ ରୋଗୀ ଭଲ ହେବା ବଦଳରେ ରୋଗ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ନୂତନ କୋଠା ନିର୍ମାଣ ଲାଗି କେବଳ କନଷ୍ଟ୍ରକ୍ସନ ପାଇଁ ୩୯ ଲକ୍ଷ ଟଙ୍କା ଅନୁଦାନ ରହିଥିବା ଜାତୀୟ ଗ୍ରାମୀଣ ସୱାସ୍ଥ୍ୟ ମିଶନ ପକ୍ଷରୁ କୁହାଯାଇଛି। ତେବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କୋଠା ନିର୍ମାଣ ଦାୟିତ୍ୱରେ ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ବାଲିଗୁଡା ଡିଭିଜନ ଏବଂ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀଙ୍କ ସମନ୍ବୟ ଅଭାବ ଯୋଗୁ ଆରୋଗ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର କେବଳ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ଯନ୍ତ୍ରୀମାନେ ଗସ୍ତ କରୁଥିଲେ ମଧ୍ୟ କୋଠର କାର୍ଯ୍ୟ କେଉଁଠି କରାଯିବ ତାହା ଜମି ଚି଼ହ୍ନଟ ହେଉ ନ ଥିବା କିମ୍ବା ପୂର୍ବରୁ ଥିବା କୋଠାକୁ ଭଙ୍ଗାଯାଇ ସେଠାରେ ନିର୍ମାଣ କରାଯିବ ତାହା ନିଷ୍ପତି ନେବାରେ ବିଳମ୍ବ ହେଉଛି। ଫଳରେ ଆରୋଗ୍ୟ କେନ୍ଦ୍ରକୁ ଆସୁଥିବା ଗର୍ଭବତୀ, ଶିଶୁ ଓ ଅନ୍ୟାନ୍ୟ ରୋଗୀ ବହୁତ ହଇରାଣ ଭୋଗୁଛନ୍ତି।

ଏନେଇ
ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ମନୋଜ ସିଂ ବାରିକଙ୍କ ସହ ଯୋଗାଯୋଗ କରିଥିଲେ ହେଁ ସେ କିଛି କହି ନ ଥିଲେ। ଏନେଇ ତାଙ୍କ ସହକାରୀ ନିର୍ବାହୀ ଯନ୍ତ୍ରୀ ମୁକୁନ୍ଦ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ବୁଧବାର ତାଙ୍କ ବିଭାଗ ଯନ୍ତ୍ରୀ ଆରୋଗ୍ୟ କେନ୍ଦ୍ରକୁ ଯାଇ ପୁରୁଣା କୋଠା ଦେଖି ଆସିଛନ୍ତି। ଯଦି ଏହି ଆରୋଗ୍ୟ କେନ୍ଦ୍ରଟି କିଛି ଦିନ ପାଇଁ ଅନ୍ୟତ୍ର ଖୋଲାଯାଏ। ତେବେ ବିପଦ ପୂର୍ଣ୍ଣ ଉକ୍ତ କୋଠାକୁ ଭାଙ୍ଗି ସେହି ସ୍ଥାନରେ ନୂତନ କୋଠା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୨ ଦଶନ୍ଧି ତଥା ଗତ ୨୦୦୫ ମସିହା ଏପ୍ରିଲ ୧୨ରେ ଏହି ସେବାକୁ ତତ୍କାଳ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ଲକ୍ଷ୍ୟ ଗ୍ରାମାଞ୍ଚଳରେ କିଭଳି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଏହାର ମୂଳ ଲକ୍ଷ ରହିଥିଲା। ଏବେକାର ସରକାର ଏହାକୁ ଗାଁ ଗାଁରେ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ପ୍ରତି ପଞ୍ଚାୟତରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲି ସେଠାରେ ମାଗଣା ଔଷଧ, ଇଞ୍ଜେକ୍ସନ ଆଦି ଯୋଗାଇଦେବା ସହ ଉତ୍ତମ ସେବା ମିଳିପାରୁଛି। ଏଥିପାଇଁ ଯେଉଁଠି ଆରୋଗ୍ୟ କେନ୍ଦ୍ର ପାଇଁ କୋଠା ନାହିଁ। ସେଠି ଅନୁଦାନ ଦେଇ ନୂତନ କୋଠା ନିର୍ମାଣ ବ୍ୟବସ୍ଥା କରାଯାଉଥିବାବେଳେ ଏହାର ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଅଧିକାରୀଙ୍କ ଅବହେଳା ଯୋଗୁ ଜନସାଧାରଣ ଉତ୍ତମ ସେବା ମିଳିବା ମୁସ୍କିଲ ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri