ବିପଦସଙ୍କୁଳ ଅବସ୍ଥାରେ ଆରୋଗ୍ୟ କେନ୍ଦ୍ର: ହଇରାଣ ହେଉଛନ୍ତି ରୋଗୀ

ଦାରିଙ୍ଗବାଡି, ୨୬।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସୱାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଭଙ୍ଗା ଦଦରା ଏକ ଆଜବେଷ୍ଟ ଘରେ ଏହି ଆରୋଗ୍ୟ କେନ୍ଦ୍ର ଚାଲିଛି। ସେଠାରେ ମହିଳା ସ୍ବାସ୍ଥ୍ୟ ଅଧିକାରୀ ଜଣେ ରହି ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ସହ ମାଗଣା ଔଷଧ ବିତରଣ କରୁଛନ୍ତି। ଏବେ ଲଗାଣ ବର୍ଷା ଯୋଗୁ ପାଣି ଗଳିବା ସହ ଔଷଧ ସହ ଆରୋଗ୍ୟ କେନ୍ଦ୍ରର ଅଫିସ କାଗଜ ପତ୍ର ଓଦା ହେଇଯାଉଥିବା ଆରୋଗ୍ୟ କେନ୍ଦ୍ରର ଅଧିକାରୀ ରତ୍ନମଣୀ ମଲିକ କହିଛନ୍ତି।

ସେ ନିୟମିତ ଉକ୍ତ ଭଙ୍ଗାଘରେ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ହେଲେ ଭଙ୍ଗା ଘରେ ଏହି ସେବା ଚାଲିଥିବାରୁ ରୋଗୀ ଭଲ ହେବା ବଦଳରେ ରୋଗ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ନୂତନ କୋଠା ନିର୍ମାଣ ଲାଗି କେବଳ କନଷ୍ଟ୍ରକ୍ସନ ପାଇଁ ୩୯ ଲକ୍ଷ ଟଙ୍କା ଅନୁଦାନ ରହିଥିବା ଜାତୀୟ ଗ୍ରାମୀଣ ସୱାସ୍ଥ୍ୟ ମିଶନ ପକ୍ଷରୁ କୁହାଯାଇଛି। ତେବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କୋଠା ନିର୍ମାଣ ଦାୟିତ୍ୱରେ ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ବାଲିଗୁଡା ଡିଭିଜନ ଏବଂ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀଙ୍କ ସମନ୍ବୟ ଅଭାବ ଯୋଗୁ ଆରୋଗ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର କେବଳ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ଯନ୍ତ୍ରୀମାନେ ଗସ୍ତ କରୁଥିଲେ ମଧ୍ୟ କୋଠର କାର୍ଯ୍ୟ କେଉଁଠି କରାଯିବ ତାହା ଜମି ଚି଼ହ୍ନଟ ହେଉ ନ ଥିବା କିମ୍ବା ପୂର୍ବରୁ ଥିବା କୋଠାକୁ ଭଙ୍ଗାଯାଇ ସେଠାରେ ନିର୍ମାଣ କରାଯିବ ତାହା ନିଷ୍ପତି ନେବାରେ ବିଳମ୍ବ ହେଉଛି। ଫଳରେ ଆରୋଗ୍ୟ କେନ୍ଦ୍ରକୁ ଆସୁଥିବା ଗର୍ଭବତୀ, ଶିଶୁ ଓ ଅନ୍ୟାନ୍ୟ ରୋଗୀ ବହୁତ ହଇରାଣ ଭୋଗୁଛନ୍ତି।

ଏନେଇ
ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ମନୋଜ ସିଂ ବାରିକଙ୍କ ସହ ଯୋଗାଯୋଗ କରିଥିଲେ ହେଁ ସେ କିଛି କହି ନ ଥିଲେ। ଏନେଇ ତାଙ୍କ ସହକାରୀ ନିର୍ବାହୀ ଯନ୍ତ୍ରୀ ମୁକୁନ୍ଦ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ବୁଧବାର ତାଙ୍କ ବିଭାଗ ଯନ୍ତ୍ରୀ ଆରୋଗ୍ୟ କେନ୍ଦ୍ରକୁ ଯାଇ ପୁରୁଣା କୋଠା ଦେଖି ଆସିଛନ୍ତି। ଯଦି ଏହି ଆରୋଗ୍ୟ କେନ୍ଦ୍ରଟି କିଛି ଦିନ ପାଇଁ ଅନ୍ୟତ୍ର ଖୋଲାଯାଏ। ତେବେ ବିପଦ ପୂର୍ଣ୍ଣ ଉକ୍ତ କୋଠାକୁ ଭାଙ୍ଗି ସେହି ସ୍ଥାନରେ ନୂତନ କୋଠା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୨ ଦଶନ୍ଧି ତଥା ଗତ ୨୦୦୫ ମସିହା ଏପ୍ରିଲ ୧୨ରେ ଏହି ସେବାକୁ ତତ୍କାଳ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ଲକ୍ଷ୍ୟ ଗ୍ରାମାଞ୍ଚଳରେ କିଭଳି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଏହାର ମୂଳ ଲକ୍ଷ ରହିଥିଲା। ଏବେକାର ସରକାର ଏହାକୁ ଗାଁ ଗାଁରେ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ପ୍ରତି ପଞ୍ଚାୟତରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲି ସେଠାରେ ମାଗଣା ଔଷଧ, ଇଞ୍ଜେକ୍ସନ ଆଦି ଯୋଗାଇଦେବା ସହ ଉତ୍ତମ ସେବା ମିଳିପାରୁଛି। ଏଥିପାଇଁ ଯେଉଁଠି ଆରୋଗ୍ୟ କେନ୍ଦ୍ର ପାଇଁ କୋଠା ନାହିଁ। ସେଠି ଅନୁଦାନ ଦେଇ ନୂତନ କୋଠା ନିର୍ମାଣ ବ୍ୟବସ୍ଥା କରାଯାଉଥିବାବେଳେ ଏହାର ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଅଧିକାରୀଙ୍କ ଅବହେଳା ଯୋଗୁ ଜନସାଧାରଣ ଉତ୍ତମ ସେବା ମିଳିବା ମୁସ୍କିଲ ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri