ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ପ୍ରଧାନ ଶିକ୍ଷୟିତ୍ରୀ

ଗୋପାଳପୁର,୭।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ଚାଉଳ ହେର୍‌ଫେର୍‌ ଅଭିଯୋଗରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ନମିତା ରାଉତଙ୍କୁ ନିଲମ୍ବିତ କରାଯାଇଛି।

ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନମିତା କାର୍ଯ୍ୟ କରୁଥିଲେ। ଗତ ୨୮ତାରିଖରେ ବିଇଓ ଡ. ପ୍ରଭାତୀ କୁମାରୀ ମହାପାତ୍ର, ଏବିଇଓ ପ୍ରସନ୍ନ କୁମାର ରଥ ଓ ଅନ୍ୟ ଅଧିକାରୀମାନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଯାଞ୍ଚ ବେଳେ ଅଧିକାରୀମାନେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା, କରୋନା ସମୟରେ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ଖାତାକୁ ଯାଇଥିବା ଟଙ୍କାରେ ଚଞ୍ଚକତା, ବିଦ୍ୟାଳୟରେ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ ହୋଇଥିବା ଟଙ୍କା ବାଟମାରଣା ସାଙ୍ଗକୁ ମଧ୍ୟାହ୍ନ ଭୋଜନ ଚାଉଳ ରେଜିଷ୍ଟ୍ରର ଓ ଷ୍ଟକ୍‌ର ନଥିପତ୍ର ଠିକ୍‌ ଭାବେ ନ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ସବୁ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ବିଇଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ପରିବାରଙ୍କ ଘର ଉଜାଡ଼ିଲା ଅଦିନିଆ ଝଡ଼ବର୍ଷା

ଦଶମନ୍ତପୁର,୨୫ା୫ (ଡି.ଏନ୍‌.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚ଼ଣାବାଡ଼ ପଞ୍ଚାୟତର ଏସ୍‌.ଡଣ୍ଡାବାଡ଼ ଗ୍ରାମରେ ରବିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହୋଇଛି। ଫଳରେ ଗ୍ରାମର ୧୨ ଜଣଙ୍କ...

ଓଡ଼ିଶା ଛୁଇଁଲା ମୌସୁମୀ: ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ଦୀର୍ଘ ପ୍ରତିକ୍ଷା ପରେ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।...

ଖୋଲା ରହିବ କୃଷି ଉପକରଣ ଦୋକାନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): କୃଷି ଏବଂ କୃଷି ଆନୁଷଙ୍ଗିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସାଧାରଣ ସମୟ ଭଳି ଖୋଲା ରହିବ। ଉଭୟ ଲକ୍‌ଡାଉନ ଏବଂ ଶଟ୍‌ଡାଉନ ସମୟରେ ବିହନ, ସାର,...

ବୁଲା ଗୋରୁଙ୍କୁ ଖାଦ୍ୟ ପ୍ରଦାନ ଲୋକଦେଖାଣିଆ

ପୁରୁଷୋତ୍ତମପୁର,୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାକୁ ନେଇ ଲକ୍‌ଡାଉନ୍‌ ଯୋଗୁ ବୁଲା ଗୋରୁଗାଈଙ୍କୁ ଖାଦ୍ୟ ଯୋଗାଣ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର...

କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩.୪୧ ଲକ୍ଷ : ୨୦ ହଜାର ସରକାରୀ ଚାକିରିଆ ପାଇଛନ୍ତି ଟଙ୍କା

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟର ପ୍ରାୟ ୧୨,୦୦୦ ବଡଚାଷୀ, ୯୦୦୦ ନାବାଳିକା/ନାବାଳକ ଏବଂ ପ୍ରାୟ ୨୦,୦୦୦ ସରକାରୀ ଚାକିରିଆ ଚାଷୀ ଭାବେ କାଳିଆ ସୁବିଧା ପାଇଛନ୍ତି। ଅନୁରୂପଭାବେ...

କାଗଜ ବଣ୍ଡଲ ଧରାଇ ୫ ଲକ୍ଷ ଠକେଇ ଘଟଣା: ଆଉ ଜଣେ ଗିରଫ

କଟକ ରୋଡ, ୨୧ା୯(ଡି.ଏନ୍‌.ଏ): କାଗଜ ବଣ୍ଡଲ ଧରାଇ ରାଜ୍ୟ ବାହାରର ଜଣେ ବ୍ୟବସାୟୀଙ୍କୁ ୫ଲକ୍ଷ ଟଙ୍କା ଠକିଥିବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ...

ସ୍ଥିତି ପରଖିଲେ, ସଚେତନ କଲେ ପୋଲିସ କମିଶନର

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅମାନିଆଙ୍କ ପାଇଁ ସହରର ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି। ଏପରିସ୍ଥିତିରେ କମିଶନରେଟ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ବୁଧବାର ନିଜେ ପୋଲିସ...

ଅଧାପନ୍ତରିଆ ହୋଇ ପଡ଼ିରହିଛି ପାଇଖାନା, ବିଲ୍‌ କରି ନେଇଛନ୍ତି ସ୍ବେଚ୍ଛାସେବୀ

ନାଉଗାଁ,୧୯।୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଞ୍ଚାୟତର ଦହିପାଳ ହରିଜନ ସାହିରେ ସ୍ବଚ୍ଛ ଭାରତ ଅଭିଯାନରେ ନିର୍ମାଣ କରାଯାଇଛି ପାଇଖାନା। ମାତ୍ର ପାଇଖାନା...

Advertisement


Archives

Model This Week