Categories: ଖେଳ

ଖଣ୍ଡ, ଖଣ୍ଡ ହେବାକୁ ଯାଉଛି ଗୋଦ୍ରେଜ ଗ୍ରୁପ୍‌

ନୂଆଦିଲ୍ଲୀ,୩୦।୧୦: ସାବୁନଠାରୁ ଆରମ୍ଭ କରି ଘରୋଇ ଉପକରଣ ନିର୍ମାଣ କରୁଥିବା ଗୋଦ୍ରେଜ ଗ୍ରୁପ୍‌ ଏବେ ଭାଗ ଭାଗ ହେବାକୁ ଯାଉଛି। ଏହାର ସମ୍ପତିର ମୂଲ୍ୟ ୪.୧ ବିଲିୟନ ଡଲାର। ଭାରତୀୟ ମୂଦ୍ରାରେ ୩୦ ହଜାର ୭୨୭ କୋଟିରୁ ଊର୍ଦ୍ଧ୍ୱ। ସୂତ୍ରରୁ ଯାହା ଜଣାପଡ଼ିଛି, ପରିବାର ବାହର ଲୋକଙ୍କ ହସ୍ତକ୍ଷେପ କାରଣରୁ ଗ୍ରୁପ୍‌ରେ ଫାଟ ସୃଷ୍ଟି ହୋଇଛି। ଫଳରେ ଏବେ ଭାଗ ହେବାକୁ ଯାଉଛି ୧୨୪ ବର୍ଷର ପରିବାରିକ ଗ୍ରୁପ୍‌।

ବର୍ତ୍ତମାନ ଭେଟେରାନ ଶିଳ୍ପପତି ଆଦି ଗୋଦରେଜ (୭୯)ଙ୍କ ନେତୃତ୍ୱରେ ଗ୍ରୁପ୍‌ ଚାଲିଛି। ସେ ଏବେ ଚେୟାରମ୍ୟାନ ପଦରେ ଅଛନ୍ତି। ତାଙ୍କ ଭାଇ ନାଦିର ଗୋଦରେଜ ଇଣ୍ଡଷ୍ଟ୍ରି ଓ ଗୋଦରେଜ ଆଗ୍ରୋଭେଟ୍‌ର ଚିୟାରମ୍ୟାନ। କଜନ ଜାମସେଦ ଏନ୍‌ ଗୋଦରେଜ ଏବେ ଗୋଦରେଜ ଓ ବୟସ ମାନୁଫାକଚରିଂ କମ୍ପାନୀ ଲିମିଟେଡ୍‌ ମୁଖ୍ୟ ପଦରେ ଅଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଆଦି, ନାଦିର, ଜାମଶେଦ ଓ ଝିଅ ସ୍ମିଥା ଗୋଦରେଜ ଖ୍ରିଷ୍ଣାଙ୍କ ମଧ୍ୟରେ ଭାଗ ଭାଗ ହେବାକୁ ଯାଉଛି ଗ୍ରୁପ। ୧୮୯୭ରେ ଓକିଲରୁ ଉଦ୍ୟୋଗୀ ପାଲଟିଥିବା ଅର୍ଦେଶୀର ଗୋଦରେଜ କିଛି ବ୍ୟବସାୟରେ ବିଫଳ ହେବା ପରେ ଛିଡ଼ା କରିଥିଲେ ଗୋଦରେଜ କମ୍ପାନୀକୁ।

Share