ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ, ପୂରା ଘଟଣା ଜାଣିଲେ…

ଭୁବନେଶ୍ବର,୧୦।୨: ଭିଜିଲାନ୍ସ ଜାଲରେ ଶିକ୍ଷକ। ଲାଞ୍ଚ ନେଇ ପଡ଼ିଲେ ଧରା। କେନ୍ଦ୍ରାପଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଆତି ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି। ଆତି ସ୍କୁଲର ଜଣେ କର୍ମଚାରୀଙ୍କ ଗୃହ ଋଣ ପାଇଁ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏବାବଦରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅବଗତ କରିଥିଲେ। ତେବେ ଯୋଜନା ଅନୁସାରେ ମଙ୍ଗଳବାର ପ୍ରଧାନଶିକ୍ଷକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ାଉ କରିଥିଲା ୫୦୦୦ ଟଙ୍କା ଜବତ କରିଥିଲେ। ଏ ନେଇ ଅଧିକ ତଦନ୍ତ ଚାଲିଛି।