ଖଟ ମୁଣ୍ଡେଇବା ଓ ମୁଣ୍ଡ ଖଟେଇବା

ଉମାଶଙ୍କର ପ୍ରସାଦ

ଆଲେଖ୍ୟର ଶିରୋନାମା ପାଠକମାନଙ୍କୁ ନିଶ୍ଚୟ ଆଚମ୍ବିତ କରୁଥିବ। ମାତ୍ର ଆଜିର ସମାଜରେ ରାଜନେତାଠୁ ପ୍ରଶାସକ ପର୍ଯ୍ୟନ୍ତ ସମସ୍ତେ ଖଟ ମୁଣ୍ଡେଇବା ପ୍ରକ୍ରିୟାକୁ ଆପଣେଇ ନେଇଛନ୍ତି। ମାତ୍ର ଅନ୍ୟପକ୍ଷରେ ମୁଣ୍ଡ ଖଟେଇବା କଳାକୁ ପ୍ରାୟ ସମସ୍ତେ ଭୁଲିଗଲେଣି। ଅପାଠୁଆ ଲୋକଟିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖଟଟିଏ ନେବାକୁ ହେଲେ ସେ ନିଜେ ମୁଣ୍ଡେଇ ଯାଇଥାଏ। ମାତ୍ର ଶିକ୍ଷିତ, ବିବେକବାନ ବ୍ୟକ୍ତି ଖଟଟିକୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ନିଜର ମୁଣ୍ଡ ଖଟେଇବା ସହ ଶ୍ରମ ଓ ଶ୍ରମିକ ଉଭୟଙ୍କ ବିନିଯୋଗରେ ଖଟଟିର ସ୍ଥାନାନ୍ତରିତ କରିଥାଏ। ମାତ୍ର ଦୁଃଖର ବିଷୟ ଆଜିକାର ସମାଜରେ ରାଜନେତା ସେ ବଡ଼ ହେଉ କି କୁଜି ହେଉ ଖାଲି ପଦପଦବୀର ଖଟ ମୁଣ୍ଡେଇବାରେ ବ୍ୟଗ୍ର, ମାତ୍ର ଯେଉଁ ପଦପଦବୀକୁ ସେମାନେ ମୁଣ୍ଡାଇଥାନ୍ତି ସେ ପଦର କାର୍ଯ୍ୟଧାରାକୁ ସ୍ବଚ୍ଛ, ସତ୍ୟ, ନିଷ୍ଠାର ଆଧାରରେ ମୁଣ୍ଡ ଖଟେଇ କରିବାରେ ଅକ୍ଷମ ବା ଜାଣିଶୁଣି କରୁନାହାନ୍ତି। ସେମାନଙ୍କ ଆହ୍ବାନ ଓ ପ୍ରତିଶ୍ରୁତିର ଅଭାବ ନାହିଁ। ଦାରିଦ୍ର୍ୟ ଓ ଅନଗ୍ରସରତାର ତାଡନାରେ ବ୍ୟତିବ୍ୟସ୍ତ ଜନସାଧାରଣ ଏ ଭଳି ଭାଷଣ ଶୁଣି ଓ ଖବରକାଗଜରେ ପଢ଼ି ନୟାନ୍ତ ହେଲେଣି। ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା ଆଜିର ଶିକ୍ଷା ସମସ୍ୟା ବିଷୟରେ। ପୂର୍ବରୁ ମ୍ୟାକଲେଙ୍କ ଘୋଷିତ ଶିକ୍ଷାନୀତିକୁ ଧୋଇ ଶୁଖାଇ ଶିକ୍ଷାନୀତି ଘୋଷିତ ହେଉଛି। ମାତ୍ର ବର୍ତ୍ତମାନ ସରକାର ନୂତନ ଶିକ୍ଷାନୀତି ଘୋଷଣା କରିବାରେ ଚେଷ୍ଟିତ। ମାତ୍ର ଉକ୍ତ ନୀତିରେ ସରକାର ବା ଶିକ୍ଷା ବିଭାଗର ବଡ଼ବାବୁ ମାନେ ମୁଣ୍ଡଖଟେଇ ଛାତ୍ରୀଛାତ୍ରମାନଙ୍କର ଭବିଷ୍ୟତ ସହିତ ସମାଜର ଉନ୍ନତି କ୍ଷେତ୍ରରେ ନୀତି ପ୍ରଣୟନ କଲାଭଳି ଲାଗୁନି। ବର୍ତ୍ତମାନ ଦୀର୍ଘ ସମୟ ଅତିବାହିତ ପରେ କେନ୍ଦ୍ର ସରକାର ଶିକ୍ଷାରେ ଧନ୍ଦାମୂଳକ ବ୍ୟବସ୍ଥା ସହିତ ମାତୃ-ଭାଷାକୁ ଗୁରୁତ୍ୱ ଦେଇ ଜାତୀୟ ଶିକ୍ଷାନୀତି କାର୍ଯ୍ୟ କରିଛନ୍ତି, ମାତ୍ର ସେଥିରେ ସେ କେତେଦୂର ମୁଣ୍ଡ ଖଟେଇଛନ୍ତି ନା ଖାଲି ନୀତି ନିୟମର ଖଟ ମୁଣ୍ଡେଇଛନ୍ତି, ଯାହା ଆଗାମୀ ଭବିଷ୍ୟତ କହିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର ସରକାରୀ ବିଦ୍ୟାଳୟରେ ଇଣ୍ଟରନେଟ୍‌ ସୁବିଧା ଉପରେ ଗୁରୁତ୍ୱ ଦିଆଯିବାର ପ୍ରସ୍ତାବ ଗ୍ରହଣ କଲାବେଳେ ଟିକେ ମୁଣ୍ଡ ଖଟେଇବା ଦରକାର ଯେ ଏହି ସୁବିଧାକୁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିସ୍ତୃତ ଭାବରେ ବିକାଶ କରିବା ଦିଗରେ ଆମର ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ କେତେଦୂର ପାରଙ୍ଗମ? ବର୍ତ୍ତମାନ ଶିକ୍ଷା ବିଭାଗ ମୁଣ୍ଡ ଖଟେଇ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତା କରିବାର ସମୟ ଆସିଛି। ଶିକ୍ଷା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟର ପ୍ରସଙ୍ଗ, ତେଣୁ ଉଭୟ ସରକାର ନିଜ ଦେଶ ତଥା ରାଜ୍ୟର ଛାତ୍ରୀଛାତ୍ର କିପରି ସ୍ବାବଲମ୍ବୀ ହେବାସହ ଆତ୍ମନିର୍ଭର ହୋଇପାରିବେ ସେଥିପାଇଁ ମୁଣ୍ଡଖଟେଇ କାର୍ଯ୍ୟ କରିବା ଦରକାର; ଯାହା ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ।
ବର୍ତ୍ତମାନ ଓଡ଼ିଶା ନାନାଦି ସମସ୍ୟା ଦେଇ ଗତିକରୁଛି। ପ୍ରାକୃତିକ ଦୁର୍ବିପାକ, ମହାମାରୀ କରୋନା ସାଙ୍ଗକୁ ଉତ୍କଟ ଦାରିଦ୍ର୍ୟ ଓ ବେକାରି, ଅର୍ଥନୈତିକ ଓ ମାନବୀୟ ବିକାଶ କ୍ଷେତ୍ରରେ ଅନଗ୍ରସରତା, ଯାହା କି ଆମର ଚିରାଚରିତ ସମସ୍ୟା। ଅନାହାର ମୃତ୍ୟୁ, ସନ୍ତାନ ବିକ୍ରି, ଶିଶୁ ମୃତ୍ୟୁ ଓ ଦାରିଦ୍ର୍ୟର ସର୍ବାଧିକ ଅନୁପାତ ଏ ସବୁ କ୍ରମାଗତ ଭାବେ ଆମ ରାଜ୍ୟକୁ ନିନ୍ଦିତ କରିଆସିଛି। ଏ ଉଦ୍‌ବେଗଜନକ ସମସ୍ୟା ପ୍ରତି ରାଜ୍ୟର ନୀତି ନିୟମ ପ୍ରଣେତା କ’ଣ ଏହାର ସମାଧାନ ପାଇଁ ମୁଣ୍ଡ ଖଟେଇଛନ୍ତି ବା କେତେ ସଚେତନ? ଖାଲି ପଦପଦବୀର ଖଟମୁଣ୍ଡେଇ ନିଜର ମୁଣ୍ଡ ନ ଖଟେଇ କାର୍ଯ୍ୟ କରିବାର ଦୁଷ୍ପରିଣାମ ଓଡ଼ିଶା ଭୋଗୁଛି। ସର୍ବ ଭାରତୀୟ ସ୍ତରରେ ବିଭିନ୍ନ ସମୟରେ କରାଯାଉଥିବା ସର୍ବେକ୍ଷଣ ମଧ୍ୟ ଏ ଅଭିଯୋଗ ପ୍ରତିପାଦିତ କରେ। ନିକୃଷ୍ଟ ଭିତ୍ତିଭୂମି, ରାଜନୈତିକ ଓ ପ୍ରଶାସନିକ ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତାର ଅଭାବ, ମୁଣ୍ଡ ନ ଖଟେଇ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବାରେ ବିଳମ୍ବ, ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ଅଯଥା ସମୟ ଅପଚୟ, ଅନ୍ୟରାଜ୍ୟ ତୁଳନାରେ ଏଠାକାର ମାନବ ସମ୍ବଳର ମାନ ଓ ଉପତ୍ାଦିକା ଶକ୍ତିର ଅପେକ୍ଷାକୃତ ନୂ୍ୟନତା ଇତ୍ୟାଦି ଯୋଗୁ ଓଡ଼ିଶା ଆଜି ପଛୁଆ। ସେପରି ବିଭିନ୍ନ କାର୍ଯ୍ୟାଳୟରେ ଆମ ସରକାରୀ ବାବୁମାନେ ସରକାରଙ୍କ ନୀତି ନିୟମକୁ ମୁଣ୍ଡଖଟେଇ ବୁଝିବାରେ ସେତେଟା ପ୍ରଖର ନୁହନ୍ତି। ତା’ ସାଙ୍ଗକୁ ବିଭିନ୍ନ କାର୍ଯ୍ୟାଳୟରେ ପରସେଣ୍ଟ ବ୍ୟାଧିରେ ବାତାବରଣ ସଂକ୍ରମିତ। ଏଥିଯୋଗୁ ପଦବୀ ଖଟ ମୁଣ୍ଡେଇଥିବା ଅଫିସରଙ୍କଠୁ ଚତୁର୍ଥ ଶ୍ରେଣୀ କର୍ମଚାଚୀ ପର୍ଯ୍ୟନ୍ତ ହାତଗୁଞ୍ଜା ନ ଧରିଲେ ଓ ଅଫିସରମାନେ ତାଙ୍କର ପରସେଣ୍ଟ ନ ପାଇଲେ ମୁଣ୍ଡ ଖଟେଇବା ପାଇଁ କୁଣ୍ଠାବୋଧ କରୁଛନ୍ତି। ତେଣୁ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ନିଜ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ବୁଦ୍ଧି, ବିବେକାନୁମୋଦିତ ଭାବେ ପାଳନ କଲେ ଆମ ରାଜ୍ୟର ପ୍ରଗତି ଅବଶ୍ୟମ୍ଭାବୀ।
ମୋ:୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri